Advertisment

ଆକ୍ସନ ମୋଡ୍‌ରେ ସୁରକ୍ଷା କର୍ମୀ; ହିଟ୍‌ ଲିଷ୍ଟରେ ୧୭ ଟପ୍‌ ନକ୍ସଲ ଲିଡର୍‌

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଲାଲବାହିନୀର ଗଡ଼ କୁହାଯାଉଥିବା ବସ୍ତର ଡିଭିଜନରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଟଳିଲେଣି ୭୯ ନକ୍ସଲ। ଗତ ୧୫ ଦିନ ଭିତରେ ୨ଟି ବଡ଼ ଅପରେସନରେ ମରିଛନ୍ତି ୪୨ ନକ୍ସଲ।

author-image
Manoranjan Sial
Naxal

Naxal

କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼। ପୂରା ଫିଲ୍ମ ଦେଖାଇବ 'ଅପରେସନ୍ ପ୍ରହାର'। ହିଟ୍‌ ଲିଷ୍ଟରେ ହିଡ଼ମା ସମେତ ୧୭ ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର। ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ 'ଅପରେସନ ପ୍ରହାର'ରେ ପ୍ରସ୍ତୁତ ହୋଇଛି ୧୭ ଜଣିଆ ହିଟ୍ ଲିଷ୍ଟ। ୧୭ ଜଣ ଖତରନାକ ନକ୍ସଲ ନେତାଙ୍କୁ ଚିହ୍ନଟ କରାଯାଇଥିବା ବେଳେ, ସେମାନଙ୍କୁ ନିପାତ କରିବାକୁ ଜଙ୍ଗଲର ଚପ୍ପା ଚପ୍ପା ଅଣ୍ଡାଳୁଛନ୍ତି ସୁରକ୍ଷା କର୍ମୀ। ଆତ୍ମସମର୍ପଣ ନକେଲ ସଫା ହୋଇଯିବା ସୁନିଶ୍ଚିତ।

Advertisment

୧୭ ଜଣିଆ ହିଟ୍ ଲିଷ୍ଟରେ ରହିଛି କୁଖ୍ୟାତ ନକ୍ସଲ କମାଣ୍ଡର ମାଣ୍ଡୱି ହିଡ଼ମା ଓରଫ୍‌ ହିଡ଼ମାଲୁ ଓରଫ୍‌ ସନ୍ତୋଷ। ସେ ଏବେ ସୁକମା ଜଙ୍ଗଲରେ ଲୁଚିଥିବା ଜାଣିବାକୁ ପାଇଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ରେ ସକ୍ରିୟ ଥିବା ଅନ୍ୟ ନକ୍ସଲ ନେତାମାନେ ହେଲେ ହରି ଭୂଷଣ, ରମନ୍ନା, ଥିପାନି ତିରୁପତି, ମାଡ୍‌ ଅଞ୍ଚଳର ମୁପ୍ପାଲା ଲକ୍ଷ୍ମଣ ଓ ନମ୍ବଲା କେଶବ ରାଓ, ଛତିଶଗଡ଼ ସୀମାନ୍ତରେ କେ. ସତ୍ୟନାରାୟଣ ରେଡ୍ଡି, ଝାଡ଼ଖଣ୍ଡର ମିଶିର ବେଶ୍ରା ଓ ସୁଧାକର, ଛତିଶଗଡ଼ ଓ ମହାରାଷ୍ଟ୍ର ଜଙ୍ଗଲରେ ସକ୍ରିୟ ଏମ୍. ବେଣୁଗୋପାଳ, ଛତିଶଗଡ଼ ଓ ଝାଡ଼ଖଣ୍ଡ ଜଙ୍ଗଲରେ ସକ୍ରିୟ ଚନ୍ଦ୍ରୀ ଯାଦବ, ଛତିଶତଗଡ଼ ଓ ତେଲେଙ୍ଗାନାରେ ସକ୍ରିୟ ପାଲୁରି ପ୍ରସାଦ ରାଓ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଅସୀମ ମଣ୍ଡଳ।

କେବଳ ଏମାନେ ନୁହଁନ୍ତି, ଓଡ଼ିଶାରେ ସକ୍ରିୟ ଥିବା ୩ ନକ୍ସଲ ମଧ୍ୟ ଅଛନ୍ତି ସୁରକ୍ଷା କର୍ମୀଙ୍କ ସୁଟ୍-ଆଟ୍-ସାଇଟ୍ ତାଲିକାରେ। ଓଡ଼ିଶାରେ ସକ୍ରିୟ ମଡେମ୍‌ ବାଲାକ୍ରିଷ୍ଣା, ଆନ୍ଧ୍ର-ଓଡ଼ିଶା ସୀମାରେ ସକ୍ରିୟ ଅକ୍କି ରାଜ୍ ଓରଫ୍‌ ହରଗୋପାଳ ଓ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ଛତିଶଗଡ଼ ଟ୍ରାଇଜଙ୍କସନରେ ଅପରେଟ୍ କରୁଥିବା ମଲ୍ଲରାଜି ରେଡ୍ଡି। ବାକି ଜଣେ ଜଣେ ନକ୍ସଲ ପରଭେଜର ଏଯାଏଁ ପତ୍ତା ମିଳିନଥିଲେ ମଧ୍ୟ ତାକୁ ଟ୍ରାକ କରି ନିପାତ କରିବାକୁ ଚେଷ୍ଟା ଚାଲିଛି।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଲାଲବାହିନୀର ଗଡ଼ କୁହାଯାଉଥିବା ବସ୍ତର ଡିଭିଜନରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଟଳିଲେଣି ୭୯ ନକ୍ସଲ। ଗତ ୧୫ ଦିନ ଭିତରେ ୨ଟି ବଡ଼ ଅପରେସନରେ ମରିଛନ୍ତି ୪୨ ନକ୍ସଲ। ଦୁଇ ଦିନ ତଳେ କାଙ୍କେରରେ ଶଙ୍କର ରାଓ ସମେତ ୨୯ ସକ୍ସଲ ସଫା ହେବା ପରେ ବଢ଼ିଛି ସୁରକ୍ଷାକର୍ମୀଙ୍କ ମନୋବଳ। ନକ୍ସଲମାନେ ଯେଉଁଠି ଆଡ୍ଡା କରିଥିଲେ, କୁହାଯାଉଛି ଠିକ୍‌ ସେହି ସ୍ଥାନର ପିନ୍‌-ପଏଣ୍ଟ ଲୋକେସନ ଡାଟା ଓ ଗ୍ରୀଡ ମ୍ୟାପ ଦେଇଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ବସ୍ତର ଆଇଜି ସୁନ୍ଦରରାଜ.ପି ମଧ୍ୟ କହିଛନ୍ତି ଯେ, ନକ୍ସଲ ବିରୋଧୀ ଅପରେସନ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏହାକୁ ଆହୁରି ଜୋରଦାର କରାଯିବ। ଖୁବଶୀଘ୍ର ଦେଶରୁ ନକ୍ସଲବାଦ ଖତମ ହୋଇଯିବ ବୋଲି ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Chhattisgarh Naxal Attack