Advertisment

ପରିଚୟ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ପୁରୀର ୧୮ ପୁରାତନ ମଠ

ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଳଭ ମଠ ଯେମିତି କୌଣସି ଗଳି କନ୍ଦିର ଅଣ ଓସାରିଆ ଘର ଭଳି ନିଜ ପରିଚୟ ବଞ୍ଚାଇବାକୁ ସଂଘର୍ଷ କରୁଛି

author-image
Biswajit Samal
puri

Puri

ପରିକ୍ରମା ପ୍ରକଳ୍ପ ଆଳରେ ଓଡ଼ିଆ ଅସ୍ମିତା ଧୂଳିସାତ୍ ହୋଇଯାଇଛି। ହଜି ଯାଇଛି ଅସ୍ଥିତ୍ୱ, ବୁଲଡୋଜର୍ ମାଡ଼ରେ ନିଶ୍ଚିନ୍ନ ହୋଇଛି ପୁରାତନ ଐତିହ୍ୟ। ଉତ୍ତରପାର୍ଶ୍ୱର ମଠ ସହ ଶ୍ରୀମନ୍ଦିରର ଗଭୀର ସଂପର୍କ ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ବେଳେ ଏହାର ଅତିଥି ଗୃହ, ମହନ୍ତଙ୍କ ରହଣୀସ୍ଥଳ ଓ ଯାତ୍ରୀ ନିବାସ ସବୁ ମାଟିରେ ମିସିଯାଇଛି। କେବଳ ଅଛି ସ୍ୱଳ୍ପ ଗାଦି ଗୃହ। ସେଇଭଳି ଐତିହ୍ୟ ସମ୍ପନ୍ନ MR ମଠ ବି ଆଜି ଶ୍ରୀହୀନ। ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ଥିବା ଏହି ଐତିହ୍ୟପୂର୍ଣ୍ଣ ମଠକୁ ଏବେ ଖୋଜିବାକୁ ପଡୁଛି। ତାର ପୁରାତନ ରଘୁନନ୍ଦନ ଲାଇବ୍ରେରୀ, କୋଠି ଘର ଓ ପ୍ରାର୍ଥନା ସ୍ଥଳ ସବୁ ଆଜି ଇତିହାସ।

Advertisment

ସେମିତି ଶ୍ରୀମନ୍ଦିର ସମ୍ମୁଖ ରାଧାବଲ୍ଳଭ ମଠ ଯେମିତି କୌଣସି ଗଳି କନ୍ଦିର ଅଣ ଓସାରିଆ ଘର ଭଳି ନିଜ ପରିଚୟ ବଞ୍ଚାଇବାକୁ ସଂଘର୍ଷ କରୁଛି। ଶହ ଶହ କୋଟି ଟଙ୍କା ବ୍ୟୟରେ ପରିକ୍ରମା ପ୍ରକଳ୍ପ ନିର୍ମାଣବେଳେ ଶ୍ରୀମନ୍ଦିର ଚାରିପଟେ ଥିବା ୧୮ରୁ ଅଧିକ ଛୋଟ ବଡ଼ ମଠମାନଙ୍କର ଆଜି ସଂଗୀନ ଅବସ୍ଥା।

ମଠାଧୀଶମାନଙ୍କ ଅଭିଯୋଗ- ମଠ ସବୁ ଭାଙ୍ଗି ପୂଜା ସ୍ଥଳୀକୁ ରାଜ୍ୟ ସରକାର ଦଳି ମକଚି ଦେଲେ। ଆଉ ମଠ ପୁନରୁଦ୍ଧାର ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଗଲା।

Advertisment

ଗୋଟିଏ ପଟେ ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ମିଛ ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୨୦ ପାଖାପାଖି ଐତିହ୍ୟ ସମ୍ପନ୍ନ ପୁରାତନ ମଠ ମନ୍ଦିରକୁ ଧୂଳିସାତ୍ କରିଥିବା ଅଭିଯୋଗ ଉଠୁଥିବାବେଳେ ଏଣେ ଓଡ଼ିଶାରେ କ୍ଷମତା ଦଖଲର ଆଶା ରଖିଥିବା ବିଜେପି ସେଇ ପ୍ରସଙ୍ଗକୁ କରିଛି ପ୍ରମୁଖ ନିର୍ବାଚନୀ ମୁଦ୍ଦା। ଏମିତିକି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହ ୪ଦ୍ୱାର ଖୋଲିବାକୁ ବି ନିଜ ନିର୍ବାଚନୀ ଇସ୍ତାହାରରେ ଗ୍ୟାରେଣ୍ଟି ଦେଇଛି। ଏଥିସହ ପରିକ୍ରମା ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ମଠ ମାନଙ୍କର ପୁନରୁଦ୍ଧାର ପାଇଁ ବି ଦେଇଛି ବଡ଼ ପ୍ରତିଶ୍ରୁତି।

ତେବେ ମଠାଧୀଶ ଓ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ଯେ କେହି ବି ସରକାରକୁ ଆସନ୍ତୁ ସେମାନେ କେବଳ ନିର୍ବାଚନୀ ମୁଦ୍ଦାରେ ନ ଅଟକି ଜଗନ୍ନାଥ ସଂସ୍କୃତିର ବିନାଶ ନୁହେଁ ବିକାଶ କରନ୍ତୁ।

Puri Shreemandir Puri