Advertisment

ଖତ ଖାଇଲା ୨୦ ସିଟିବସ୍, ଏବେ କବାଡ଼ିଆକୁ ବିକ୍ରି ହେବ

ଅନାବନା ଜଙ୍ଗଲ ଭିତରେ ପଡ଼ିପଡ଼ି ନଷ୍ଟ ହେଉଗଲାଣି ଏହି ବସ୍‌ଗୁଡ଼ିକ। ପରିସ୍ଥିତି ଏପରି ହୋଇଛି ଯେ ଏହି ବସ୍‌ଗୁଡ଼ିକୁ ଏବେ କବାଡ଼ି ବ୍ୟବସାୟୀଙ୍କୁ ବିକ୍ରି ନିମନ୍ତେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଛି।

20 city buses

20 city buses

Advertisment

କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହେଲା। ଆଦିବାସୀ ଇଲାକାରେ ଯାତ୍ରୀଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ୨୦ ଖଣ୍ଡ ସିଟିବସ୍ କିଣା ହେଲା। ହେଲେ ଲୋକଙ୍କ ସେବାରେ ଲାଗିଲାନି। ଅନାବନା ଜଙ୍ଗଲ ଭିତରେ ପଡ଼ିପଡ଼ି ନଷ୍ଟ ହୋଉଗଲାଣି ଏହି ବସ୍‌ଗୁଡ଼ିକ। ପରିସ୍ଥିତି ଏପରି ହୋଇଛି ଯେ ଏହି ବସ୍‌ଗୁଡ଼ିକୁ ଏବେ କବାଡ଼ିଆକୁ ବିକ୍ରି ନିମନ୍ତେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସିଟିବସ ଟର୍ମିନାଲରେ ପଡ଼ି ରହିଛି ଏସି ବସ୍‌ଗୁଡ଼ିକ।

Advertisment

୩୦ ଜୁନ ୨୦୧୬ରେ ଜୟପୁରରୁ ୨୦ଟି ବସ୍ ଚଳାଚଳ ନିମନ୍ତେ ଉଦ୍‌ଘାଟନ ହୋଇଥିଲା। ସ୍ୱଳ୍ପ ଦର ଓ ସୁଗମ ଗମନାଗମନ ପାଇଁ କୋରାପୁଟର ସହରାଞ୍ଚଳରେ ସିଟିବସ ସେବା ସରକାର ଆରମ୍ଭ କରିଥିଲେ। ଏହି ବସ୍‌ଗୁଡ଼ିକ ଜିଲ୍ଲାର ଜୟପୁର, କୋରାପୁଟ, ସେମିଳିଗୁଡାକୁ ଯାତାୟତ କରୁଥିଲା। ପରବର୍ତ୍ତୀ ସମୟରେ ଜିଲ୍ଲାର ବୋରିଗୁମ୍ମା ଓ କୋଟାପଡକୁ ସିଟିବସ ଯାତାୟତ କରିଥିଲା। ଯାହା ପରେ ଜିଲ୍ଲା ପ୍ରଶାସନ ଆଉ ୨୦ଟି ସିଟିବସ ଆଣିବା ପାଇଁ ଯୋଜନା କରିଥିଲା। ବସ୍‌ରେ ଗର୍ଭବତୀ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାଗଣାରେ ଯାତାୟତ କରୁଥିଲେ। ହେଲେ ଏବେ ସିଟିବସ ସେବା ଦୀର୍ଘ ଦିନ ଧରି ବନ୍ଦ ହେବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଆସୁଥିଲା। ଲୋକଙ୍କ ଅଭିଯୋଗ ପ୍ରତି ପ୍ରଶାସନ ଦୃଷ୍ଟି ଦେଲାନି। ବସ୍‌ ସେବାର ପ୍ରଯତ୍ନ କରା ନ ଯିବାରୁ ଏହା ମାତ୍ର କେଇଟା ମାସ ପରେ ଠପ୍‌ ହୋଇଗଲା। ଫଳରେ ବସ୍‌ଗୁଡ଼ିକ ଜୟପୁର ସ୍ଥିତ ସିଟିବସ ଟର୍ମିନାଲରେ ପଡ଼ି ନଷ୍ଟ ହେଉଛି।

ଏପରିସ୍ଥିତି ଦେଖି ନଗର ଉନ୍ନୟନ ବିଭାଗ ଅଣ୍ଡର ସେକ୍ରେଟାରୀ ଖତ ଖାଉଥିବା ସିଟି ବସଗୁଡ଼ିକୁ ସ୍କ୍ରାପରେ ବିକ୍ରି କରିବା ସହ ସିଟିବସ୍ ଚଲାଉଥିବା ସଂସ୍ଥା ଠାରୁ ବସ୍‌ଗୁଡ଼ିକ ନଷ୍ଟ ହୋଇପାଇଁ ଟଙ୍କା ଆଦାୟ କରିବାକୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ଚିଠି କରିଛନ୍ତି। ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଟିବସ ସେବା ଯୋଗାଉଥିବା ସଂସ୍ଥାକୁ ନୋଟିସ କରି କାର୍ଯ୍ୟ ସାରି ଦେଇଛନ୍ତି।

Advertisment

ଏନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ହେଁ ସେ ମତମତ ଦେବାକୁ ମନା କରି ଦେଇଛନ୍ତି।

Mo Bus Service Odisha Transport Smart City
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe