Advertisment

‘ବିଦେଶରେ ଫସିଥିଲୁ ବୈଜୟନ୍ତ ସାର ସହାୟତା କଲେ’

ମଧ୍ୟ ଆଫ୍ରିକୀୟ ଦେଶ ଗାବନରୁ ଓଡ଼ିଶା ଫେରିଲେ ୪ ଯୁବକ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଥିବା ଭାରତର ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ୪ ଜଣ ଯୁବକ ଓଡ଼ିଶା ଫେରିଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି ଓଡ଼ିଶାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ। ପହଞ୍ଚିବା ପରେ ସେମାନେ କ୍ୟାମେରା ଆଗରେ ବଖାଣିଛନ୍ତି ସେମାନଙ୍କ ମନର ବ୍ୟଥା। ସେମାନେ ଯେଉଁ ଘରୋଇ କମ୍ପାନୀରେ ଚାକିରି କରୁଥିଲେ, ସେମାନଙ୍କୁ ଗତ ୫ ମାସ ଧରି ଦରମା ମିଳୁନଥିଲା। ଏହାପରେ ସେମାନେ ଓଡ଼ିଶା ଫେରି ଆସିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ। ବୈଜୟନ୍ତ ପଣ୍ଡା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଥିବା ଭାରତର ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ୪ ଜଣ ଯୁବକ କେନ୍ଦ୍ରାପଡ଼ା ଫେରିଛନ୍ତି।

Advertisment
Odisha Baijayant Panda