‘ବିଦେଶରେ ଫସିଥିଲୁ ବୈଜୟନ୍ତ ସାର ସହାୟତା କଲେ’ | Odisha Reporter
ମଧ୍ୟ ଆଫ୍ରିକୀୟ ଦେଶ ଗାବନରେ ଫସିଥିବା ୪ ଜଣ ଓଡ଼ିଆ ଯୁବକ ନିଜ ମାଟି ଓଡ଼ିଶାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ। ପହଞ୍ଚିବା ପରେ ସେମାନେ କ୍ୟାମେରା ଆଗରେ ବଖାଣିଛନ୍ତି ସେମାନଙ୍କ ମନର ବ୍ୟଥା। ସେମାନେ ଯେଉଁ ଘରୋଇ କମ୍ପାନୀରେ ଚାକିରି କରୁଥିଲେ, ସେମାନଙ୍କୁ ଗତ ୫ ମାସ ଧରି ଦରମା ମିଳୁନଥିଲା। ଏହାପରେ ସେମାନେ ଓଡ଼ିଶା ଫେରି ଆସିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଯୋଗାଯୋଗ କରିଥିଲେ। ବୈଜୟନ୍ତ ପଣ୍ଡା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଥିବା ଭାରତର ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ୪ ଜଣ ଯୁବକ କେନ୍ଦ୍ରାପଡ଼ା ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us