୫-ଟି ଅଧ୍ୟକ୍ଷ: ଶପଥ ନନେଇ ସରକାର!

୫-ଟି ଏକ ବିଭାଗ ନୁହେଁ। ଏକ ସମିତି ନୁହେଁ। ଏକ ନ୍ୟାସ ମଧ୍ୟ ନୁହେଁ। ଏକ ନିଗମ ବି ନୁହେଁ। ତଥାପି ଏହାର ଜଣେ ଅଧ୍ୟକ୍ଷ ଅଛନ୍ତି! ଆଉ ସେ ଓଡ଼ିଶା ସରକାରଙ୍କର ପ୍ରାୟ ସମସ୍ତ ଗୋପନୀୟ ତଥ୍ୟ ଜାଣୁଛନ୍ତି ବା ଜାଣିବାର କ୍ଷମତା ପାଇଛନ୍ତି। ସେ ଓଡ଼ିଶାର ସମସ୍ତ ରାଜସ୍ୱର ଖର୍ଚ୍ଚ ନିର୍ଦ୍ଧାରଣ କରୁଛନ୍ତି। ସମସ୍ତ ସଂପଦର କାରବାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସ ଜରିଆରେ ଓଡ଼ିଶାକୁ ଶାସନ କରୁଛନ୍ତି। ଶପଥ ନନେଇ ବି ସରକାର ଭଳି କାମ କରୁଛନ୍ତି ୫-ଟି ଅଧ୍ୟକ୍ଷ। ଏହା କେତେ ବୈଧାନିକ? କେତେ ସାମ୍ବିଧାନିକ? କେତେ ଗାଣତନ୍ତ୍ରିକ?

Pandian In Party Poster

Pandian In Party Poster

Debendra Prusty
  • Published: Tuesday, 02 April 2024
  • Updated: 03 April 2024, 11:57 AM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ। ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାର ଦେବା ଅବସରରେ ସେ ପ୍ରଶ୍ନ କରିଛନ୍ତି, ଏ ୫-ଟି କ’ଣ? ଏହା କିପରି ରାଜ୍ୟର ସମସ୍ତ ଗୋପନୀୟ ତଥ୍ୟ ଓ ସୂଚନାର ଅଧିକାରୀ ହୋଇପାରିଛନ୍ତି?

ସତ କହିଲେ ୫-ଟି ସୁଦୁ ଏକ ପରିକଳ୍ପନା। ଏ ପରିକଳ୍ପନା କେବଳ କିଛି ଲୋକଙ୍କ ମୁଣ୍ଡ ଭିତରେ ପହଁରେ। ଏହାର କୌଣସି ସାମ୍ବିଧାନିକ କିମ୍ବା ଗାଣତନ୍ତ୍ରିକ ଆଧାର ନାହିଁ। ଏଭଳି ଏକ ପରିକଳ୍ପନାରେ ବିଧାନସଭାର ଅନୁମୋଦନ ନାହିଁ, ସଂସଦର ସହମତି ନାହିଁ। ଏହା ମଧ୍ୟ କ୍ୟାବିନେଟ୍‌ର ଏକ ନିଷ୍ପତ୍ତି ନୁହେଁ।

୫-ଟି ଅଧ୍ୟକ୍ଷ ସମ୍ବିଧାନ ଅନୁସାରେ ଅନ୍ୟ ମନ୍ତ୍ରୀମାନଙ୍କ ପରି ସରକାରୀ ଗୋପନୀୟତାର ଶପଥପାଠ କରିନାହାନ୍ତି। ଅଥଚ ତାଙ୍କ ଅଧୀନରେ ରହିଛି ପ୍ରାୟ ସବୁ ମନ୍ତ୍ରୀଙ୍କ ବିଭାଗ। ୫-ଟି ଅଧ୍ୟକ୍ଷଙ୍କୁ ମିଳିଛି କ୍ୟାବିନେଟ୍‌ ପାହ୍ୟା। ମାତ୍ର ସେ ମନ୍ତ୍ରୀ ନୁହନ୍ତି। ସେ ମନ୍ତ୍ରୀ ନହେଲେ ବି ମୁଖ୍ୟମନ୍ତ୍ରୀଙ୍କ ପରି ସବୁ କ୍ଷମତାର ଅଧିକାରୀ। ଅଥଚ ସେ ସରକାରୀ ଅଧିକାରୀ ନୁହନ୍ତି। ସେହି ତଥାକଥିତ ପରିକଳ୍ପନାର ପୂର୍ବତନ ସଚିବ ଜଣେ ସରକାରୀ ଅଧିକାରୀ ଥିଲେ। ସେ ଇସ୍ତଫା ଦେଇସାରିଛନ୍ତି। ଏବେ ସେହି ପୂର୍ବତନ ସଚିବ ଏହି ପରିକଳ୍ପନାର ଅଧ୍ୟକ୍ଷ। ସେ ଅଫିସର କି ମନ୍ତ୍ରୀ ହୋଇନଥିବାରୁ ବିଧାନସଭାରେ ଉତ୍ତରଦାୟୀ ନୁହନ୍ତି। ପ୍ରାଶାସନିକ ବ୍ୟବସ୍ଥା ଅନୁସାରେ ତାଙ୍କର ଦାୟିତ୍ୱ କିଛି ନାହିଁ, ତେଣୁ ଉତ୍ତରଦାୟିତ୍ୱ ମଧ୍ୟ ନାହିଁ। ସେ କେବଳ ଏକ ବୁଲା ଷଣ୍ଢ ପରି ଲଗାମହୀନ।

୫-ଟି ମାନେ ପାଞ୍ଚଟି ଇଂରାଜୀ ଟି। ଇଂରାଜୀରେ ଭାବିଲେ ଟ୍ରାନ୍ସପାରେନ୍ସି ବା ସ୍ୱଚ୍ଛତା ପାଇଁ ଗୋଟିଏ ଟି, ଟେକ୍ନୋଲୋଜି ବା ପ୍ରଯୁକ୍ତି ପାଇଁ ଆଉ ଗୋଟିଏ ଟି, ଟିମୱାର୍କ ବା ଦଳବଦ୍ଧ କାର୍ଯ୍ୟ ପାଇଁ ଗୋଟିଏ ଟି, ଟାଇମ ବା ସମୟସୀମା ଭିତରେ କାମ ପାଇଁ ଆଉ ଗୋଟିଏ ଟି ଏବଂ ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ପାଇଁ ଗୋଟିଏ ଟି। ଏସବୁ ସରକାରଙ୍କର ଉଦ୍ଦେଶ୍ୟ ହୋଇପାରେ, ସରକାର ନୁହେଁ। ସରକାରଙ୍କ ଉଦ୍ଦେଶ୍ୟ ହାସଲ ପାଇଁ କାମ କରୁଥିବା ବ୍ୟକ୍ତି ଯଦି ସାମ୍ବିଧାନିକ ପଦରେ ନାହାନ୍ତି ତେବେ ତାଙ୍କୁ ସରକାର ଭାବେ ବିବେଚନା କରାଯିବା ଅସାମ୍ବିଧାନିକ ଓ ଅବୈଧାନିକ।

ଏହି ୫-ଟି ଅଧ୍ୟକ୍ଷ ପୁଣି ଜଣେ ଦଳୀୟ କର୍ମୀ। ଦଳରେ ତାଙ୍କର କୌଣସି ପଦପଦବୀ ନାହିଁ। ସେ ଦଳର କର୍ମକର୍ତ୍ତା ନୁହନ୍ତି। ଅଥଚ ସେ ହିଁ ଏବେ ଦଳର ସବୁଠୁ ଶକ୍ତିଶାଳୀ ନେତା। ଦଳୀୟ ସଭାପତିଙ୍କଠାରୁ ବି ଅଧିକ କ୍ଷମତାଶାଳୀ। ସଭାପତିଙ୍କୁ ଭେଟିବାକୁ ହେଲେ ଏହି କର୍ମୀଙ୍କ ଅନୁମତି ଆବଶ୍ୟକ। ସଭାପତି କାହାକୁ କି ଦାୟିତ୍ୱ ଦେବେ ତାହା ଏହି କର୍ମୀଙ୍କ ଜରିଆରେ ଜଣାପଡ଼ିବ। ସତରେ ସଭାପତି କିଛି କହିଛନ୍ତି କି ନାହିଁ ତାହା ଜାଣିବାର ସ୍ୱଚ୍ଛ ବ୍ୟବସ୍ଥା ଦଳରେ କିଛି ନାହିଁ।

ଏଇ ନିକଟରେ ଦଳ ଛାଡ଼ିଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ ଗଣମାଧ୍ୟମକୁ କହିଥିଲେ, ଦଳରେ କୌଣସି ନୀତି ଓ ନିଷ୍ପତ୍ତି ଗ୍ରହଣ କରିବାକୁ ଆଉ କୌଣସି ବୈଠକ ବସୁନାହିଁ। ପୂର୍ବରୁ ଦଳର ଏକ ରାଜନୀତିକ ବ୍ୟାପାର କମିଟି ଥିଲା। ତାହାର ଅଧ୍ୟକ୍ଷ ଓ ସଦସ୍ୟମାନେ ବସି ଦଳର ସମସ୍ତ ରାଜନୀତିକ ନିଷ୍ପତ୍ତି ଗ୍ରହଣ କରୁଥିଲେ। କିନ୍ତୁ ପରେ କିଛି ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେବାରୁ ସଭାପତିଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଗଲା। ମାତ୍ର କମିଟି ଆଉ ପୁନର୍ଗଠିତ ହେଲା ନାହିଁ। ତେବେ ସଭାପତି କିଛି ବର୍ଷ ଯାଏଁ ବରିଷ୍ଠ ନେତାମାନଙ୍କର ବୈଠକ କରି ବିଭିନ୍ନ ବିଷୟରେ ପରାମର୍ଶ କରୁଥିଲେ ଓ ସେହି ଅନୁସାରେ ନିଷ୍ପତ୍ତି ନେଉଥିଲେ। ଏବେ କେଇ ବର୍ଷ ହେଲା ସେ ବ୍ୟବସ୍ଥା ବି ଆଉ ନାହିଁ।

ଭର୍ତ୍ତୃହରି ତଥା ଦଳ ଛାଡ଼ିଥିବା ଅନ୍ୟ ବହୁ ନେତାଙ୍କ ବୟାନରୁ ଏହା ସ୍ପଷ୍ଟ ଯେ ସଭାପତି ଓ ଦଳର ଅନ୍ୟ ନେତାମାନଙ୍କ ମଝିରେ ପାଚେରୀ ହୋଇଯାଇଛନ୍ତି ସେହି ନିର୍ଦ୍ଦିଷ୍ଟ ଦଳୀୟ କର୍ମୀ। ପୂର୍ବରୁ ବ୍ୟକ୍ତିଗତ ସଚିବ ଭାବେ ସେ ଯେଉଁ ପାଚେରୀ ତିଆରି କରିଥିଲେ ତାହା ଅଧିକରୁ ଅଧିକ ସୁଦୃଢ଼ ହୋଇଚାଲିଛି। ସେ ଏକମାତ୍ର କର୍ମୀ ଯିଏ ଏକ ବିରାଟ ମଞ୍ଚରେ ଏକା ଭାଷଣ ଦେବେ, ଅନ୍ୟମାନେ ସମସ୍ତେ ତଳେ ବସିବେ। ସେ ଏକମାତ୍ର ଦଳୀୟ କର୍ମୀ ଯାହାଙ୍କ ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି ୭୪ ଜଣ ସରକାରୀ ପୁଲିସ। ସେ ଏକମାତ୍ର ଦଳୀୟ କର୍ମୀ ଯାହାଙ୍କ ପାଇଁ ରାସ୍ତା ସଫା କରନ୍ତି ମନ୍ତ୍ରୀ ଓ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା।

ଏହି ଜଣେ ବ୍ୟକ୍ତି ହିଁ ଏବେ ଦଳ ଓ ସରକାର। ଅନ୍ୟମାନେ କେବଳ ତାଙ୍କର ବୋଲକରା। ଯିଏ ପ୍ରକୃତରେ ସାମ୍ବିଧାନିକ ସରକାର ଏବଂ ଦଳର ମୁଖ୍ୟ ହୁଏତ ତାଙ୍କରି ଅନୁମତି କ୍ରମେ ଓଡ଼ିଶା ସରକାର ଏଭଳି ଆଉଟସୋର୍ସିଂରେ ଚାଲିଛି। ଅଥବା ତାଙ୍କର ଅଜ୍ଞତା ଓ ନିଷ୍କ୍ରିୟତାର ସୁଯୋଗ ନେଇ ଏହି ବାବୁଜଣକ ଓଡ଼ିଶାର ମାଲିକ ହୋଇଯାଇଛନ୍ତି।

ଏହି ବାବୁ ଜଣକ ନିର୍ବାଚନ ଘୋଷଣା ପୂର୍ବରୁ ରାଜ୍ୟର ସବୁ ଜିଲ୍ଲା ଗସ୍ତ କରି ସରକାରୀ ସଭାରେ ବକ୍ତବ୍ୟ ରଖିଛନ୍ତି। ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିଛନ୍ତି। ଦଳୀୟ ନେତାଙ୍କ ସହ ଫଟୋ ଉଠାଇ ସେ ହିଁ ମୁଖ୍ୟ ବୋଲି ବାର୍ତ୍ତା ଛାଡ଼ିଛନ୍ତି। ଅବଶ୍ୟ ତାଙ୍କ ଦଳରେ ସେ ହିଁ ମୁଖ୍ୟ ବା ଦ୍ୱିତୀୟ ମୁଖ୍ୟ, ଏଥିରେ ଏବେ ଦ୍ୱିରୁକ୍ତି ନାହିଁ। ଅଥଚ କାଲି ସକାଳେ ଦଳ ଯଦି ହାରିଗଲା ବା ଦଳର ଆସନ କମିଗଲା ସେଥିପାଇଁ ସେ ଉତ୍ତରଦାୟୀ ନୁହନ୍ତି, କାରଣ ସେ କୌଣସି ପଦପଦବୀରେ ନାହାନ୍ତି।

ବାବୁ ଜଣକ ନିର୍ବାଚନ ପୂର୍ବରୁ ବହୁତ ବୁଲୁଥିଲେ। ବହୁତ ଆଡ଼େ ତାଙ୍କ ପୋଷ୍ଟର ଲାଗୁଥିଲା। ଅନେକ ସମ୍ଭାବ୍ୟ ଏବଂ ଘୋଷିତ ପ୍ରାର୍ଥୀ ବାବୁଙ୍କ ଫଟୋ ଲଗାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟର ଛାଡ଼ୁଥିଲେ। ମାତ୍ର, ଗଲା ଦୁଇ ସପ୍ତାହ ଭିତରେ କ’ଣ ହେଲା କେଜାଣି ବାବୁଙ୍କ ଫଟୋ ଆଉ ଆସୁନାହିଁ। ବାବୁଙ୍କୁ ଦଳୀୟ ସଭାପତି ଦୂରେଇଦେଲେ କି ସେ କୌଶଳପୂର୍ଣ୍ଣ ଭାବେ ନିଜକୁ ଦୂରେଇନେଲେ ତାହା କେହି ଜାଣିନାହାନ୍ତି। ତେବେ, ସେ ନିଜକୁ ନିର୍ବାଚନରୁ ଦୂରେଇ ରଖିଲେ ବି ନିର୍ବାଚିତ ପ୍ରତିନିଧିମାନଙ୍କୁ ଯେ ସେ ସମ୍ବିଧାନ ବହିର୍ଭୂତ ଭାବେ ନିୟନ୍ତ୍ରିତ କରିବେ ନାହିଁ ତାହା ମଧ୍ୟ କେହି କହିହେବ ନାହିଁ। କାରଣ ତାଙ୍କ ଦଳର ବ୍ୟବସ୍ଥା ହିଁ ସେଇଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story