Advertisment

5T ସ୍କୁଲକୁ ବର୍ଷେ ପୂରିନି; ଖସି ପଡ଼ିଲା ସିଲିଂ

ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ସ୍ଥାନୀୟ ଲୋକେ ଭାବିଥିଲେ ସେମାନଙ୍କ ପିଲାମାନେ ନୂତନ ଜ୍ଞାନ କୌଶଳରେ ଉନ୍ନତମାନର ଶିକ୍ଷା ପାଇବେ। ହେଲେ ତା’ପୂର୍ବରୁ ସ୍ମାର୍ଟ ସ୍କୁଲରୁ ଖସିପଡ଼ିଲା ସିଲିଂ।

School

School

Advertisment

5T ସ୍କୁଲରେ ରୂପାନ୍ତରିତକୁ ବର୍ଷେ ପୂରିନି। ହେଲେ ଗଳି ପଡ଼ିଲା ସ୍ମାର୍ଟ ସ୍କୁଲ୍‌ ସିଲିଂ। ଏପରି ଖବର ଆସିଛି ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ବାଚନମଣ୍ଡଳୀରୁ। ନିମ୍ନମାର କାମ ଯୋଗୁ ବର୍ଷା ପାଣି ଗଳି ସିଲିଂ ଖସି ପଡ଼ିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ପିଲାମାନେ ସେହି ଶ୍ରେଣୀ ଗୃହକୁ ଯିବା ପାଇଁ ନିରାପଦ ମଣୁନାହାନ୍ତି।

Advertisment

ନିମାପଡ଼ା ନିର୍ବାଚନମଣ୍ଡଳୀରେ ରହିଛି ବଳଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ କରାଯାଇଥିଲା। ସେତେବେଳର ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲରେ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ଲୋକାର୍ପଣ କରିଥିଲେ। ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହେବା ପରେ ସ୍ଥାନୀୟ ଲୋକେ ଭାବିଥିଲେ ସେମାନଙ୍କ ପିଲାମାନେ ନୂତନ ଜ୍ଞାନ କୌଶଳରେ ଉନ୍ନତମାନର ଶିକ୍ଷା ପାଇବେ। ହେଲେ ତା’ପୂର୍ବରୁ ସ୍ମାର୍ଟ ସ୍କୁଲରୁ ଖସିପଡ଼ିଲା ସିଲିଂ।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଦଶମ ଶ୍ରେଣୀ ଛାତରୁ ପାଣି ଗଳୁଥିଲା। ଧୀରେ ଧୀରେ ବର୍ଷା ବଢ଼ୁଥିବାରୁ ଯେଉଁ ସ୍ଥାନରେ ପାଣି ଗଳୁଥିଲା, ସେଠାରେ ସିଲିଂ ଖସି ପଡ଼ିଥିଲା। ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଚୁପ୍‌ ବସିଥିଲେ। ହେଲେ ଦୁର୍ଭାଗ୍ୟକୁ ଆଜି ଘଟଣା ପ୍ରଘଟ ହୋଇଥିଲା। ଦଶମ ଶ୍ରେଣୀ ଛାତରୁ ସିଲିଂ ଖସି ପଡ଼ିଥିବା ଜଣାପଡ଼ିଥିଲା। ସିଲିଂଟି କ୍ଲାସ ଚାଲିଥିବା ବେଳେ ଖସିନାହିଁ। ଯେଉଁଥିପାଇଁ ଦଶମ ଶ୍ରେଣୀରେ ପଢ଼ୁଥିବା ସବୁ ପିଲା ସୁରକ୍ଷିତ ଅଛନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବିଦ୍ୟାଳୟରେ କେବଳ ସିଲିଂ ଖସିଛି ତାହା ନୁହେଁ, କାନ୍ଥ ଓ ଛାତର ଅନେକ ସ୍ଥାନରେ ଫାଟି ପାଣି ଗଳୁଛି। ନିମ୍ନମାନର କାମ ପାଇଁ ଏପରି ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ଏହାକୁ ମରାମତି କରିବାକୁ ଦାବି ହୋଇଛି।

Advertisment

ସ୍କୁଲର ଜଣେ ଛାତ୍ରୀ କହିଛନ୍ତି, କିଛି ଦିନ ତଳେ ଶ୍ରେଣୀ ଗୃହରେ ବର୍ଷା ପାଣି ଗଳୁଥିଲା। ଏବେ ସେହି ସ୍ଥାନରୁ ସିଲିଂ ଖସି ପଡ଼ିଛି। ଯଦି ପାଠ ପଢ଼ା ବେଳେ ସିଲିଂ ଖସିଥାଆନ୍ତା, ତାହାହେଲେ କେତେ କ୍ଷତି ହୋଇଥାଆନ୍ତା କହି ହେବ ନାହିଁ ବୋଲି ଛାତ୍ରୀ ଜଣକ କହିଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

School 5T Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe