Advertisment

କ୍ୟାପିଟାଲ୍‌ ହସ୍ପିଟାଲରେ ଡାକ୍ତର ମରୁଡ଼ି; ଖାଲି ପଡ଼ିଛି ୬୪ ପଦବୀ

କ୍ୟାପିଟାଲ ହସ୍ପିଟାଲରେ ପଡ଼ିଛି ଡାକ୍ତର ମରୁଡ଼ି। ରହିବା କଥା ୧୭୫ ଡାକ୍ତର। କିନ୍ତୁ ଅଛନ୍ତି ମାତ୍ର ୧୧୧। ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି।

undefined

Capital Hospital

Advertisment

ରାଜ୍ୟ ରାଜଧାନୀ ଭୁବନେଶ୍ୱରର ସର୍ବ ବୃହତ ସରକାରୀ ହସ୍ପିଟାଲରେ ଡାକ୍ତର ଓ ମେଡ଼ିକାଲ୍‌ ଷ୍ଟାଫ୍‌ ମରୁଡ଼ି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା। ହସ୍ପିଟାଲର ୬୪ଟି ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ବେଳେ ୧୪ ଜଣ ଡାକ୍ତର ଠିକାରେ କାମ କରୁଛନ୍ତି। ସେହିପରି ରୋଗୀସେବାରେ ପ୍ରମୁଖ ଭୂମିକା ନେଉଥିବା ୫୩ ନର୍ସିଂ ଅଫିସର ପୋଷ୍ଟ ମଧ୍ୟ ଫାଙ୍କା ପଡ଼ିଛି। ଯାହାଫଳରେ ରୋଗୀମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

Advertisment

କ୍ୟାପିଟାଲ୍‌ ହସ୍ପିଟାଲ୍ କାର୍ଯ୍ୟକାରୀ କମିଟି ବୈଠକରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି, ଏଠି ପଡ଼ିଛି ଡାକ୍ତର ମରୁଡ଼ି। ରହିବା କଥା ୧୭୫ ଡାକ୍ତର। କିନ୍ତୁ ଅଛନ୍ତି ମାତ୍ର ୧୧୧। ୬୪ ଜଣ ଅର୍ଥାତ୍ ୩୭ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ପୂରଣ ହୋଇଥିବା ୧୧୧ ପଦବୀରୁ ୯୭ ନିୟମିତ ହୋଇଥିବା ବେଳେ ୧୪ ଜଣ ଠିକାରେ କାମ କରୁଛନ୍ତି। ନର୍ସିଂ ଅଫିସର କ୍ଷେତ୍ରରେ ମଧ୍ୟ ସେଇ ସମାନ ସ୍ଥିତି। ୨୧୪ ପଦବୀ ରହିଥିଲେ ମଧ୍ୟ ଫାଙ୍କା ପଡ଼ିଛି ୫୩ଟି ପୋଷ୍ଟ। ମାସ ମାସ ହେଲା, କ୍ୟାପିଟାଲ ହସ୍ପିଟାଲର ଏମିତି ଦୁରବସ୍ଥା। ଏଠାରେ ୭୫୦ ବେଡ୍ ରହିଥିବା ବେଳେ ପ୍ରତିଦିନ ହାରାହାରି ୩୫୨ ରୋଗୀ ଆଡମିଶନ୍ ହେଉଛନ୍ତି। ଖାଲି ସେତିକି ନୁହେଁ, ରାଜଧାନୀ ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲ୍ଲାରୁ ପ୍ରତିଦିନ ହାରାହାରି ୫ ହଜାର ୪୬୩ ରୋଗୀ କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ଆସୁଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ତା’ର ସିଧାସଳଖ ପ୍ରଭାବ ପଡୁଛି ରୋଗୀ ସେବା ଉପରେ।

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଭିତରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସଂଖ୍ୟା ଦୁଇଗୁଣା ବଢ଼ିଛି। ୨୦୨୧ରେ ଯେଉଁଠି କ୍ୟାପିଟାଲ ହସ୍ପିଟାଲ ଓପିଡିକୁ ମାସକୁ ହାରାହାରି ୫୭ ହଜାର ୯୮ଜଣ ରୋଗୀ ଆସିଥିବା ବେଳେ ୨୦୨୩ରେ ଏ ସଂଖ୍ୟା ଏକ ଲକ୍ଷ ୫ ହଜାର ଟପିଛି। ଡାକ୍ତର ଅଭାବ ଭିତରେ ରୋଗୀ ସଂଖ୍ୟାରେ ଏଭଳି ଆଶାତୀତ ବୃଦ୍ଧି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି।

Advertisment

ନିର୍ଦ୍ଦେଶକ କହିଛନ୍ତି, ଏଠାରେ ପିଜି ପାଠପଢ଼ା ଆରମ୍ଭ ହେବା ପରେ ରୋଗୀ ସଂଖ୍ୟା ଢେର ବଢ଼ିଛି। ହେଲେ ଡାକ୍ତର ଅଭାବ ଯୋଗୁ ବିଭିନ୍ନ ବିଭାଗରେ ମ୍ୟାନେଜ କରି ହସ୍ପିଟାଲ ଚଳାଇବାକୁ ପଡ଼ୁଛି। ଏ ବାବଦରେ ସରକାରଙ୍କୁ ଅବଗତ କରାଯାଇଛି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଡାକ୍ତର ଅଭାବ ନେଇ ସରକାର ତର୍ଜମା କରୁଛନ୍ତି। ଖୁବଶୀଘ୍ର ରାଜ୍ୟରେ ୩ ହଜାର ଡାକ୍ତର ପଦବୀ ପୂରଣ ହେବ।

ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ୧୫ ହଜାର ୭୭୪ ଡାକ୍ତର ପଦବୀ ଥିଲା ବେଳେ ୫ ହଜାର ୭୬୪ ପଦବୀ ଖାଲି ପଡ଼ିଛି। ଯାହାର ଏକ ବଡ଼ ଉଦାହରଣ ହେଲା କ୍ୟାପିଟାଲ୍ ହସପିଟାଲ୍।

Bhubaneswar Bhubaneswar News Capital Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe