Advertisment

କାଳିଆ ପ୍ରେମରେ ବନବାସୀନି ମାଉସୀ; ଦାନ କରିଦେଲେ ନିଜର ଘରଡିହ

ବନବାସୀନି ମାଉସୀଙ୍କ ପାଚେରୀ ପାର୍ଶ୍ୱରେ ଗାଁର କିଛି ବୟସ୍କ ବ୍ୟକ୍ତି ବସି ହରି ନାମ ଧରୁଥିଲେ। ଭଜନ କୀର୍ତ୍ତନରେ ମନୋନିବେଶ କରୁଥିଲେ। ଦୁଇ ଝିଅଙ୍କୁ ବାହା କରାଇବା ପରେ କେବେ ଏକାକୀ ଭାବୁନଥିଲେ ବନବାସୀନି ମାଉସୀ।

ଅଦ୍ୟତନ ହୋଇଛି
Baripada

Baripada

Advertisment

କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆସିଛି ଏପରି ଏକ ଭଲ ଖବର।

Advertisment

ବାରିପଦା ସହର ଶ୍ରୀପଦଗଞ୍ଜ ସାହିର ୬୫ ବର୍ଷୀୟା ବନବାସୀନି ବେହେରା। ଦୀର୍ଘ ଦିନ ତଳେ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ହାର ମାନିନଥିଲେ। ଦୁଇ ଝିଅଙ୍କୁ ଗଢ଼ି ତୋଳିଥିଲେ। ସେମାନଙ୍କ ହାତ ଧରି ବଡ଼ କରାଇଥିଲେ। ହାତକୁ ଦି’ ହାତ କରାଇଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଝିଅମାନେ ଶାଶୂ ଘରକୁ ଚାଲିଗଲେ। ନୂଆକରି ସଂସାର ଗଢ଼ିଲେ। ବନବାସୀନି ମାଉସୀ ସ୍ୱାମୀଙ୍କ ହାତ ଗଢ଼ା ଘରେ ଏକାକୀ ରହୁଥିଲେ।

ବନବାସୀନି ମାଉସୀଙ୍କ ପାଚେରୀ ପାର୍ଶ୍ୱରେ ଗାଁର କିଛି ବୟସ୍କ ବ୍ୟକ୍ତି ବସି ହରି ନାମ ଧରୁଥିଲେ। ଭଜନ କୀର୍ତ୍ତନରେ ମନୋନିବେଶ କରୁଥିଲେ। ଦୁଇ ଝିଅଙ୍କୁ ବାହା କରାଇବା ପରେ କେବେ ଏକାକୀ ଭାବୁନଥିଲେ ବନବାସୀନି ମାଉସୀ। ସଞ୍ଜ ନଇଁ ଆସିଲେ ଧାଇଁ ଆସୁଥିଲେ ନିଜ ପାଚେରୀ ପାଖକୁ। ଆଉ ହରି ସଂକୀର୍ତ୍ତନରେ ନିଜକୁ ବିଭୋର କରିଦେଉଥିଲେ। ସେ ସୟନେ ସପନେ ଜାଗରଣେ ସବୁବେଳେ ମହାପ୍ରଭୁଙ୍କ ନାମ ଧରୁଥିଲେ। ହରି ନାମ ଜପୁଥିଲେ।

Advertisment

ବନବାସୀ ମାଉସୀନିଙ୍କୁ ଏବେ ବୟସ ହେଲାଣି ୬୫ବର୍ଷ। ବାର୍ଦ୍ଧକ୍ୟରେ ନେଲେ ବଡ଼ ନିଷ୍ପତ୍ତି। ନିଜର ଘର ଡିହ ଖଣ୍ଡକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ। ତା’ପୂର୍ବରୁ ନିଜର ଦୁଇ ଝିଅଙ୍କ ପରାମର୍ଶ ଲୋଡିଲେ। ବଡ଼ ଝିଅ ଭାଗ ନେବେ ବୋଲି କହିଥିଲେ। ହେଲେ ସାନ ଝିଅ ମିତାରାଣୀ ବେହେରା ସମ୍ପତ୍ତିରୁ ଭାଗ ନେବେ ନାହିଁ ବୋଲି କହିଥିଲେ। ଏହା ପରେ ବନବାସୀ ମାଉସୀନି ମାଉସୀ ନିଜର ଘରଡିହକୁ ୩ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ଭାଗ ବଡ଼ଝିଅକୁ ଦେଇଦେଲେ। ଆଉ ସାନ ଝିଅ ଓ ନିଜ ଭାଗ ଘରଡିହ ଜମିକୁ ଗାଁ ଲୋକଙ୍କୁ ଦାନ କରିଦେଲେ। ପାଚେରୀ ପାର୍ଶ୍ୱରେ ହରି ନାମ ସଂକୀର୍ତ୍ତନ କରୁଥିବା ଗାଁ ଲୋକଙ୍କୁ ଦାନ କରିଦେଲେ। ସାହି ପଡ଼ିଶାଙ୍କୁ ଡାକି ନିଜ ଘର ଓ ଜଗାକୁ ସଂକୀର୍ତ୍ତନ ପାଇଁ ଦାନପତ୍ରରେ ଲେଖିଦେଇଛନ୍ତି ବନବାସୀ ମାଉସୀ। ନିଜର ଘର ଡିହ ଦାନ କରିବା ପରେ ବନବାସୀ ମାଉସୀନି ଏବେ ନିଜ ସାନ ଝିଅ ପାଖରେ ରହୁଛନ୍ତି।

ବନବାସୀନି ମାଉସୀ କହିଛନ୍ତି, ସେ ଦିନେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଫେରିବା ପରେ ଜଗା ସ୍ୱପ୍ନରେ ଆସିଥିଲେ। ଡାକି ଉଠାଇଥିଲେ। ତା’ପରେ ମୁଁ ମନସ୍ତ କଲେ। ଘର ଡିହଟିକୁ ଦାନ କରିଦେବା ପାଇଁ।

ସେପଟେ ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୌରହରି ନାୟକ କହିଛନ୍ତି, ତାଙ୍କର ଜମିବାଡ଼ି କିଛି ନାହିଁ। କେବଳ ଏହି ଘର ଖଣ୍ଡିକ ରହିଥିଲା। ସେ ସେହି ଘରକୁ କୀର୍ତ୍ତନ ମଣ୍ଡଳୀକୁ ଦାନ କରିଦେଲେ। ସେଥିପାଇଁ ଆମେ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ବୋଲି ଶ୍ରୀ ନାୟକ କହିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe