୮ ବର୍ଷର ଛୁଆ । ପୁଣି ତା କୋଳରେ ଆଉ ଏକ ଛୁଆ । ସତରେ ଭଗବାନ ଏମିତି ଭାଗ୍ୟ ଲେଖିଲେ କେମିତି । କଅଁଳ କାନ୍ଧରେ ଦୁଇ କୁନିଛୁଆଙ୍କ ବୋଝ ସେ ବହିବ କେମିତି ? ଅନ୍ଧାରି କୋଠରୀ ଭିତରେ ବାପା ତ ଆଖି ବୁଜିଦେଇଛି ମା । ଯେଉଁ ବୟସରେ ନିଜେ ହସି ଖେଳି ପାଠ ପଢି ଜୀବନ କଟାଇବା କଥା ସେହି ବୟସରେ ଦୁଇ ଭାଇ ଭଉଣୀଙ୍କ ଦୁଃଖକୁ ଛାତିରେ ଜାବୁଡି ଧରିଛି ବଡ ଭଉଣୀ ।