ଫାଇଭ-ଟି ପ୍ରହସନ: ପ୍ରାଥମିକ ଶିକ୍ଷାର ବିକଟାଳ ଚିତ୍ର, ୯୩ହଜାର ଶିକ୍ଷକ ପଦବୀ ଖାଲି

ରାଜ୍ୟରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ‘ଫାଇଭ-ଟି’ ଓ ‘ମୋ ସ୍କୁଲ’ ଭଳି କାର୍ଯ୍ୟକ୍ରମର ପ୍ରଚାରପ୍ରସାର କରି ବାହାବା ନେଉଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଛି ।

teachers PhotoOR

representational image

Ordigital Desk
  • Published: Wednesday, 15 March 2023
  • Updated: 15 March 2023, 10:15 PM IST

Sports

Latest News

ରାଜ୍ୟରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ ପାଇଁ ‘ଫାଇଭ-ଟି’ ଓ ‘ମୋ ସ୍କୁଲ’ ଭଳି କାର୍ଯ୍ୟକ୍ରମର ପ୍ରଚାରପ୍ରସାର କରି ବାଃ ବାଃ ନେଉଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ପଦାରେ ପଡ଼ିଛି । ଖୋଦ୍ ରାଜ୍ୟ ସରକାର ଆଜି ବିଧାନସଭାରେ ଦେଇଥିବା ୩ଟି ବିଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକଟାଳ ଚିତ୍ର ପଦାକୁ ଆସିଛି । ରାଜ୍ୟରେ ଶିକ୍ଷାର ମୂଳଦୁଆ ସାଜିଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀର ପ୍ରାୟ ୬୦ ପ୍ରତିଶତ୍ ଅର୍ଥାତ ୮୪୨୪୬ଟି ବିଭିନ୍ନ ବର୍ଗର ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି  ହାଇସ୍କୁଲଗୁଡ଼ିକରେ ୮୭୯୮ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି ।

ରାଜ୍ୟରେ ୪୮୮୫୬ଟି ସରକାରୀ ସ୍କୁଲରେ ୫୦.୮୦ଲକ୍ଷ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ମଧ୍ୟ ସେମାନଙ୍କୁ ପଢ଼ାଇବା ପାଇଁ ଏସବୁ ସରକାରୀ ସ୍କୁଲରେ ମୋଟ ୯୨୫୬୦ଜଣ ଶିକ୍ଷକ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏପଟେ ଫାଇଭ-ଟି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଉଥିବାବେଳେ ସେପଟେ ସ୍କୁଲଗୁଡ଼ିକରେ ଶିକ୍ଷକ ନଥିବା ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷାକୁ ଇଙ୍ଗିତ କରୁଛି ।

Also Read

ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତି, ଗଣେଶରାମ ସିଂ ଖୁଣ୍ଟିଆ ଓ ନାଉରୀ ନାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯେଉଁ ତଥ୍ୟ ରଖିଛନ୍ତି ତାହା ରାଜ୍ୟରେ ପ୍ରାଥମିକ ଶିକ୍ଷା କିଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତା’ର ପ୍ରମାଣ ମିଳିଛି । ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ନିମନ୍ତେ ଏବେ ମୋଟ ୬୨୨୯୧ଟି ସ୍କୁଲ ଥିବାବେଳେ ସେଥିରୁ ୪୮୮୬୫ଟି ହେଉଛି ସରକାରୀ ସ୍କୁଲ । ଆଉ ଏସବୁ ସରକାରୀ ସ୍କୁଲରେ ୫୦ଲକ୍ଷ ୭୯ହଜାର ୯୧୨ଜଣ ପିଲା ପ୍ରଥମରୁ ଦଶମ ପାଠ ପଢ଼ୁଛନ୍ତି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ସରକାରୀ ସ୍କୁଲ ମଧ୍ୟରେ ୨୬୬୮୦ଟି ପ୍ରାଥମିକ ସ୍କୁଲ, ୧୫୧୪୯ଟି ଉଚ୍ଚପ୍ରାଥମିକ ଓ ୫୦୯୩ଟି ମାଧ୍ୟମିକ ସ୍କୁଲ ରହିଛି ।

ଏହି ସରକାରୀ ସ୍କୁଲଗୁଡ଼ିକ ଭିତରୁ ପ୍ରାୟ ୨୭୩୧୯ଟି ସ୍କୁଲରେ ଗୋଟିଏ କ୍ଲାସରୁମରେ ଏକାଧିକ ଶ୍ରେଣୀର ପିଲାମାନେ ପାଠ ପଢ଼ୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ତେବେ ବିଭାଗ ଅଧୀନରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ମୋଟ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ସଂଖ୍ୟା ୧ଲକ୍ଷ ୪୦ହଜାର ୬୫୬ ହୋଇଥିବାବେଳେ ସେଥିରୁ ମୋଟ ୮୪୨୪୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ଲେଭଲ-୩ ବର୍ଗରେ ୧୮୭୬୯ଟି, ଲେଭଲ-୪ ବର୍ଗରେ ୫୧୧୬୪ଟି , ଲେଭଲ-୫(ଖ)ରେ ୩୩୩୯୮ଟି ଓ ଲେଭଲ-୫(କ)ରେ ୩୨୩୨୫ଟି ପଦବୀ ରହିଛି । ଯାହାର ମୋଟ ସଂଖ୍ୟା ୧.୪୦ଲକ୍ଷ । ତେବେ ଏହି ପଦବୀ ମଧ୍ୟରୁ ଏବେ ମୋଟ ୮୪୨୪୬ଟି ପଦବୀ ଖାଲି ପଡ଼ିଛି । ଗତ ୨୦୧୯-୨୦ରୁ ୨୦୨୨-୨୩ ମସିହାମ ଧ୍ୟରେ ରାଜ୍ୟର ସରକାରୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲଗୁଡ଼ିକରୁ ମୋଟ ୨୧୨୦୯ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ମାଧ୍ୟମିକ ସ୍କୁଲଗୁଡ଼ିକରେ ମୋଟ ୪୭୮୨ଟି ପ୍ରଧାନ ଶିକ୍ଷକ ପଦବୀକୁ ମିଶାଇ ମୋଟ ୪୪୯୪୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ଏବେ ୮୭୯୮ଟି ପଦବୀ ଖାଲି ପଡ଼ିଛି । ହାଇସ୍କୁଲସ୍ତରରେ ଏସବୁ ପଦବୀ ପୂରଣ ନେଇ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । କିନ୍ତୁ ପ୍ରାଥମିକ ସ୍କୁଲଗୁଡ଼ିକରେ ଖାଲି ପଡ଼ିଥିବା ପ୍ରାୟ ୮୪ହଜାର ଶିକ୍ଷକ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ କିଛି ସୂଚନା ଦେଇନାହାନ୍ତି ।

ରାଜ୍ୟରେ ଶିକ୍ଷା ଭିତ୍ତିଭୂମିରେ ସୁଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିର ଏହି ବିକଟାଳ ଓ ବିପର୍ଯ୍ୟସ୍ତ ରୂପ ରାଜ୍ୟ ସରକାରଙ୍କ ବହୁଳପ୍ରଚାରିତ ଫାଇଭ-ଟି ରୂପାନ୍ତରୀକରଣର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛିି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story