Advertisment

ଖୋଜିଲେ ବି ମିଳୁନାହାନ୍ତି ୯୬୬ ପିଲା!

ଏତେ ସବୁ କାର୍ଯ୍ୟକ୍ରମ ପରେ ବି ଓଡ଼ିଶାରେ ଦିନକୁ ୧୨ ପିଲା ହଜିବା ଓ ଗତ ତିନି ବର୍ଷରେ ହଜିଥିବା ପ୍ରାୟ ୧ ହଜାର ପିଲା କାହିଁକି ମିଳୁନାହାନ୍ତି, ତାହା ଚିନ୍ତାର ବିଷୟ ହୋଇଛି।

missing children

missing children

Advertisment

ଛୋଟ ଝିଅ `ପିହୁ’ ପ୍ରାୟ ଅଢ଼େଇ ବର୍ଷ ହେଲା ନିଖୋଜ। ଯାଜପୁର ବିଞ୍ଜାରପୁରର ରାସ୍ତାରେ ଖେଳୁଥିବା ଛୋଟ ଝିଅ ନିଖୋଜ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ତା’ର ମା’ ମୋନାଲିସା ନାୟକ ଗତ ସେପଟେମ୍ବର ମାସରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଗରେ ଧାରଣା ଦେଇଥିଲେ। ପିହୁକୁ ଖୋଜିବା ପାଇଁ ସିବିଆଇକୁ ଲେଖାଯାଉ ବୋଲି ଦାବି କରିଥିଲେ। ଏପର୍ଯ୍ୟନ୍ତ ପୁଲିସ୍ କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ପିହୁକୁ ଠାବ କରିପାରିଲେ ନାହିଁ। ଓଡ଼ିଶାରେ ଏମିତି ଗତ ତିନି ବର୍ଷରେ ଅର୍ଥାତ୍ ୨୦୨୦ରୁ ୨୦୨୨ ମଧ୍ୟରେ ୧୩, ୨୨୦ ପିଲା ନିଖୋଜ ହୋଇଛନ୍ତି। ସେମାନଙ୍କ ଭିତରୁ ପୁଲିସ୍ ଏପର୍ଯ୍ୟନ୍ତ ୯୬୬ ପିଲାଙ୍କୁ ପାଇପାରିଲା ନାହିଁ। ଫେବ୍ରୁଆରୀ ୩ ତାରିଖରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହା କହିଛନ୍ତି।

Advertisment

ରାଉରକେଲାର ସମାଜସେବୀ ପ୍ରମିଳା ଦାସ କୁହନ୍ତି, ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ୍ ଯେଭଳି ତତ୍ପରତା ଦେଖାଇବା କଥା ଦେଖାଉନାହିଁ। ଅନେକ ଯୋଜନା କେବଳ କାଗଜକଲମରେ ରହୁଛି।

ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ କୁହନ୍ତି, ଅନେକ ସମୟରେ ଦାରିଦ୍ର୍ୟ ଓ ଘରର ହିଂସା ଦେଖିବା ପରେ ଘର ଛାଡ଼ିଥିବା ପିଲା ଘରକୁ ଫେରିବାକୁ ଚାହାନ୍ତି ନାହିଁ।

Advertisment

ଦେଶରେ ଗତ ତିନି ବର୍ଷରେ ୧,୪୬,୩୧୬ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ଏପର୍ଯ୍ୟନ୍ତ ମୋଟ ୧୭,୬୪୯ଜଣ ଶିଶୁ ନିଖୋଜ ଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ଓ ରେଳବାଇ, ମହିଳା ବିକାଶ ମନ୍ତ୍ରଣାଳୟ ସହ ରାଜ୍ୟର ଶିଶୁ ଓ ମହିଳା ବିକାଶ ବିଭାଗ, ଶିଶୁ ଅଧିକାର ସୁରକ୍ଷା କମିଶନ, ଶିଶୁ ସୁରକ୍ଷା କମିଟି, ଜୁଭେନାଇଲ ଜଷ୍ଟିସ୍ ବୋର୍ଡଙ୍କ ମିଳିତ ସହଯୋଗରେ, `ଖୋୟା-ପାୟା’ ଓ୍ବେବସାଇଟ୍ ସହ ରାଜ୍ୟ ପୁଲିସ୍ ଜରିଆରେ ଅପରେସନ୍ ସ୍ମାଇଲ୍, ମୁସ୍କାନ୍ ଭଳି ବିଭିନ୍ନ ଅଭିଯାନ ଜରିଆରେ ପିଲାଙ୍କୁ ଉଦ୍ଧାର କରିବା ଓ ତାର ଯତ୍ନ ନେବା ପାଇଁ ଉଦ୍ୟମ ବି ଜାରି ରହିଛି।

ତେବେ ଦାରିଦ୍ର୍ୟ ସହ ପରିବାରର ଅସହଯୋଗ, ବାଲ୍ୟ ବିବାହ ଭଳି କିଛି କାରଣ ପାଇଁ ସବୁ ପିଲା ଉଦ୍ଧାର ହୋଇପାରୁନଥିବା କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର। ଏତେ ସବୁ କାର୍ଯ୍ୟକ୍ରମ ପରେ ବି ଓଡ଼ିଶାରେ ଦିନକୁ ୧୨ ପିଲା ହଜିବା ଓ ଗତ ତିନି ବର୍ଷରେ ହଜିଥିବା ପ୍ରାୟ ୧ ହଜାର ପିଲା କାହିଁକି ମିଳୁନାହାନ୍ତି, ତାହା ଚିନ୍ତାର ବିଷୟ ହୋଇଛି।

Missing Child
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe