Advertisment

ତ୍ରିରଙ୍ଗା ବାନ୍ଧି ସାରି ସେଇଠି ଟଳିପଡିଲେ ସାର

ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ। ଏପରି ଦୁଃଖଦ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ମୃତ ବ୍ୟକ୍ତି ଜଣଙ୍କ ପ୍ରଫୁଲ୍ଲ ଚନ୍ଦ୍ର ସାହୁ। ସେ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ।

Advertisment

ସତରେ କଣ ଏମିତି ବି ମୃତ୍ୟୁ ଆସେ ।  ହାତରେ ତ୍ରିରଙ୍ଗା ପତାକା, ଚାଲିଗଲା ଜୀବନ ।  ଏ ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବେ ।ଆଖି ଆଗରେ ଗୋଟେ ମୁହୂର୍ତ୍ତ ପୂର୍ବରୁ ସୁସ୍ଥ ମଣିଷଟାକୁ ହଠାତ ମୃତ ଦେଖିଲେ କିଏ ବା ଧର୍ଯ୍ୟ ଧରିପାରିବ ସ୍ୱାଧୀନତା ଦିବସ ଭଳି ଏକ ପବିତ୍ର ଦିନରେ  ଘଟିଯାଇଛି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ।  ବିଦ୍ୟାଳୟରେ ଖେଳିଯାଇଛି ଶୋକର ଛାୟା ।

Advertisment
Odisha Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe