Advertisment

ବେଫିକର ରାଜ୍ୟ ସରକାର! ତାଳ ଗଛ ଲଗାଇଲେ ଗାଁର ଯୁବକ

ମିଳିଥିବା ସୂଚନା ଅନୁସାରେ ୨୦୧୮-୧୯ରୁ ୨୦୨୨-୨୩ ବର୍ଷରେ ସମଗ୍ର ରାଜ୍ୟରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ଜଗତସିଂହପୁର ଜିଲ୍ଲାରେ ୩୬ ଜଣଙ୍କ ପ୍ରାଣ ଯାଇଛି। ମୃତକଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚର ଲୋକ।

ଅଦ୍ୟତନ ହୋଇଛି
Paradeep

Paradeep

Advertisment

ବେଫିକର ରାଜ୍ୟ ସରକାର! ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ତାଳଗଛ ରୋପଣ କରିବା ପାଇଁ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ତାଳ ଗଛ ରୋପଣ କରିପାରିଲେ ନାହିଁ। ନାହିରେ ତେଲ ମାରି ଚେଇଁ ଶୋଇଛି ବନ ବିଭାଗ। ପ୍ରଶାସନ ହାତକୁ ନଅନାଇ ଅଣ୍ଟା ଭିଡ଼ିଲେ ଗାଁର ଉଦ୍ୟୋଗୀ ଯୁବକ। ଗାଁକୁ ଗାଁ ବୁଲି ତାଳ ଗଛ ଲଗାଉଛନ୍ତି। ତା’ର ଯତ୍ନ ମଧ୍ୟ ନେଉଛନ୍ତି। ପରିବେଶକୁ ନେଇ ଏପରି ଏକ ଭଲ ଖବର ଆସିଛି ଜଗତସିଂହପୁର ଜିଲ୍ଲା ପାରାଦୀପରୁ।

Advertisment

ବଜ୍ରପାତ ରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ବନ ବିଭାଗ ମାଧ୍ୟମରେ ତାଳଗଛ ରୋପଣ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜି ପର୍ଯ୍ୟନ୍ତ ତାଳ ଗଛ ପୋତି ପାରିଲେ ନାହିଁ। ହେଲେ ତାଳ ଚାରା ରୋପଣ କରି ଉଦାହରଣ ପାଲଟିଛନ୍ତି ପାରାଦୀପର ଯୁବ ସ୍ୱେଚ୍ଛାସେବୀ ସଙ୍ଗଠନ 'ଆଦର୍ଶ ପ୍ରୟାସ'। ସଙ୍ଗଠନର ଯୁବକମାନେ ପାରାଦୀପ ମେରାଇନ୍‌ ଡ୍ରାଇଭ୍‌, ମୂଷାଡିହା ନିକଟ ମହାନଦୀ ବନ୍ଧ, ଜଗନ୍ନାଥ କଲୋନୀରୁ ଶ୍ମଶାନ ରାସ୍ତାର ଉଭୟ ପାର୍ଶ୍ଵ, ସମୁଦ୍ର କୂଳ ଝାଉଁ ଜଙ୍ଗଲ ପ୍ରଭୃତି ଅଞ୍ଚଳରେ ତାଳଗଛ ଲଗାଇଛନ୍ତି। ଖାଲି ଗଛ ଲଗାଇ ନାହାନ୍ତି, ତା’ର ଯତ୍ନ ମଧ୍ୟ ନେଉଛନ୍ତି। ଆଗକୁ ତାଳଦଣ୍ଡା କେନାଲ ବନ୍ଧ ସମେତ ଅନ୍ୟାନ୍ୟ ସ୍ଥାନରେ ତାଳ ଗଛ ରୋପଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯୁବକମାନେ କେବଳ ତାଳ ଗଛ ରୋପଣ କରୁନାହାନ୍ତି, ପାରାଦୀପ ଅଞ୍ଚଳରେ ୧୦ରୁ ଛୋଟ ଛୋଟ ଜଙ୍ଗଲ ମଧ୍ୟ ସୃଷ୍ଟି କରିଛନ୍ତି। ପାରାଦୀପରେ ବଢ଼ୁଥିବା ପ୍ରଦୂଷଣ ହ୍ରାସ ଦିଗରେ ଏହି ଜଙ୍ଗଲ ପ୍ରମୁଖ ଭୁମିକା ଗ୍ରହଣ କରୁଛି।

ଗତ କିଛି ଦିନ ହେବ ରାଜ୍ୟରେ ବଜ୍ରପାତ ବୃଦ୍ଧି ପାଇଛି। ବଜ୍ରପାତରେ ପ୍ରତିଦିନ ଯାଉଛି ଲୋକଙ୍କ ଜୀବନ। ଏହାଛଡ଼ା ଅନେକ ଅଙ୍ଗ ପ୍ରତ୍ୟଙ୍ଗ ହରାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୦୧୮-୧୯ରୁ ୨୦୨୨-୨୩ ବର୍ଷରେ ସମଗ୍ର ରାଜ୍ୟରେ ୨୦୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ଜଗତସିଂହପୁର ଜିଲ୍ଲାରେ ୩୬ ଜଣଙ୍କ ପ୍ରାଣ ଯାଇଛି। ମୃତକଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚର ଲୋକ।

Advertisment

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Heavy Rain Rain Alert Lighting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe