୧୮ ବର୍ଷ ବିତିଲା, ପ୍ରତିଷ୍ଠା ହେଲାନି କାରଖାନା; ଜମିହରା ଜଳକା

ଗାଁରେ କମ୍ପାନୀ ପ୍ରତିଷ୍ଠା ହେଲେ ରୋଜଗାର ବଢ଼ିବ। ବେକାରୀ ସମସ୍ୟା ଦୂର ହେବ। ସେଥିପାଇଁ ଜମି ବାବଦକୁ ମିଳିଥିବା ଟଙ୍କାରେ ନିଜ ପିଲାଙ୍କୁ ପାଠ ପଢ଼ାଇଥିଲେ। କିଏ ଆଇଟିଆଇ ପଢ଼ାଇଥିଲେ ତ ଆଉ କିଏ ଇଞ୍ଜିନିୟରିଂ ପାଠ ପଢ଼ାଇଥିଲେ

Village PhotoOR

ବିସ୍ଥାପିତ ହେବାକୁ ଥିବା କାଂସାରିଗୁଡ଼ା ଗାଁ

Manoranjan Sial
  • Published: Thursday, 02 November 2023
  • Updated: 02 November 2023, 06:17 PM IST

Sports

Latest News

ଶିଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ମିଳିବ। ସେହି ଖୁସିରେ ବର୍ଷବର୍ଷ ଧରି ଚାଷ କରି ଚଳୁଥିବା ଜମିକୁ କମ୍ପାନୀ ହେତକୁ ଟେକିଦେଇଥିଲେ ଚାଷୀ। କମ୍ପାନୀ କର୍ତ୍ତୃପକ୍ଷ ଜମିକୁ କବ୍‌ଜାକୁ ନେଇ ଚୁପ୍‌ ବସିଛି। ଇତି ମଧ୍ୟରେ ୧୮ ବର୍ଷ ବିତିଲାଣି। ହେଲେ ପ୍ରତିଷ୍ଠା ହୋଇପାରିଲାନି କାରଖାନା। ଏବେ ଜମି ହରାଇ ଜଳକା। ଏପରି ଚିତ୍ର ଆସିଛି ରାୟଗଡ଼ା ଜିଲ୍ଲାରୁ।

କାଶୀପୁର ବ୍ଲକ୍‌ କାଂସାରିଗୁଡ଼ା ଗାଁରେ ପ୍ରତିଷ୍ଠା ହେବ ଆଲୁମିନିୟମ୍‌ ପ୍ଲାଷ୍ଟ୍‌। ସେଥିପାଇଁ ଆଦିତ୍ୟ ବିର୍ଲା କମ୍ପାନୀ ୨୦୦୫ ମସିହାରେ ଜମି ଅଧିଗ୍ରହଣ କରିଥିଲା। ରାୟଗଡ଼ା ଜିଲ୍ଲା କାଂସାରିଗୁଡ଼ା, ପୁଡ଼ାପାଡି ଓ ବାଙ୍କାମ୍ ଏବଂ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଓଡ଼ିଆପେଣ୍ଠ ପଞ୍ଚାୟତର ୩୫ଟି ଗାଁରୁ ୨୫୦୦ ଏକର ଜମିକୁ ଅକ୍ତିଆର କରିଥିଲା କମ୍ପାନୀ କର୍ତ୍ତୃପକ୍ଷ। ସେତେବେଳେ କ୍ଷତିପୂରଣ ବାବଦକୁ ଏକର ପିଛା ୩ ଲକ୍ଷ ୪୪ ହାଜର ଲେଖାଏଁ ଟଙ୍କା ପ୍ରଦାନ କରିଥିଲା କମ୍ପାନୀ। ଏଥିସହ କାଂସାରିଗୁଡ଼ା ଗାଁ ବିସ୍ଥାପିତ ହେବାକୁ ଥିବାରୁ ୨୪୧ ପରିବାରକୁ ପ୍ରତି ମାସ କ୍ଷତିପୂରଣ ବାବଦକୁ ଭତ୍ତା ଦେଉଥିଲା। କମ୍ପାନୀ ତରଫରୁ ପରିବାର ପିଛା ୨୫୦୦ ଟଙ୍କା ଦେଉଛି।

Also Read

ଗାଁରେ କମ୍ପାନୀ ପ୍ରତିଷ୍ଠା ହେଲେ ରୋଜଗାର ବଢ଼ିବ। ବେକାରୀ ସମସ୍ୟା ଦୂର ହେବ। ସେଥିପାଇଁ ଜମି ବାବଦକୁ ମିଳିଥିବା ଟଙ୍କାରେ ନିଜ ପିଲାଙ୍କୁ ପାଠ ପଢ଼ାଇଥିଲେ। କିଏ ଆଇଟିଆଇ ପଢ଼ାଇଥିଲେ ତ ଆଉ କିଏ ଇଞ୍ଜିନିୟରିଂ ପାଠ ପଢ଼ାଇଥିଲେ। ଭାବିଥିଲେ ପୁଅ ବା ଝିଅ ପାଠ ପଢ଼ିବା ପରେ କମ୍ପାନୀରେ ଚାକିରି କରିବେ। ଇତି ମଧ୍ୟରେ ୧୮ ବର୍ଷ ବିତିଗଲାଣି। ହେଲେ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ଯେଉଁଥିପାଇଁ ପାଠ ପଢ଼ି ବେକାର ହୋଇ ଘରେ ବସିଛନ୍ତି ପାଠ ପଢ଼ୁଆ ଯୁବକ ଓ ଯୁବତୀ।

ଅନ୍ୟପକ୍ଷରେ ଶିଳ୍ପ ପ୍ରତିଷ୍ଠା ପାଇଁ କାଂସାରିଗୁଡ଼ା ଗାଁ ବିସ୍ଥାପିତ ହେବାର ରହିଛି। ସେଥିପାଇଁ ଜିଲ୍ଲା ଉକ୍ତ ପଞ୍ଚାୟତରେ କୌଣସି ଉନ୍ନୟତ ମୂଳକ କାର୍ଯ୍ୟ କରୁନାହିଁ ପ୍ରଶାସନ। ଏପରିକି ଗାଁ ଲୋକ ମଧ୍ୟ ନିଜ ଅର୍ଥରେ ଘର ତିଆରି କରିପାରୁନାହାଁନ୍ତି। ଯେଉଁଥିପାଇଁ ଦୟନୀୟ ଅବସ୍ଥାରେ ଗାଁ ଲୋକେ ଅଛନ୍ତି। ସେପଟେ କାଂସାରିଗୁଡ଼ା ଗାଁ ଲୋକେ କହିଛନ୍ତି, ୨୦୦୬-୦୭ ମସିହାରେ ଅନ୍ୟ ସ୍ଥାନରେ ବିସ୍ଥାପିତ ହେବାର ଥିଲା। କଲୋନୀ କରି ଗାଁ ଲୋକଙ୍କୁ ଅବସ୍ଥାପିତ କରିବାର ଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେ କାମ ହୋଇପାରୁ ନାହିଁ। ଯେଉଁଥିପାଇଁ ଗାଁ ଲୋକେ ଦୁଦୁଲ୍ୟମାନ ଅବସ୍ଥାରେ ଅଛନ୍ତି। କ’ଣ କରିବେ କିଛି ନିଷ୍ପତ୍ତି ନେଇପାରୁ ନାହାନ୍ତି।

କମ୍ପାନୀ ପାଇଁ ଯାଇଛି କଂଶାରିଗୁଡା ଗାଁର ଚିତ୍ତ ଝଡିଆଙ୍କ ଚାଷ ଜମି। ଦିନେ ସେ ନିଜର ପ୍ରାୟ ୫ ଏକର ଜମିରେ ମାଣ୍ଡିଆ, ଧାନ ଓ ସୁଆଁ ଚାଷ କରୁଥିଲେ। ସେଥିରୁ ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପୁଅ ରମେଶ ଝଡ଼ିଆର ଭବିଷ୍ୟତ ପାଇଁ ୨୦୦୫ ମସିହାରେ ନିଜର ସବୁ ଜମି ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଟେକି ଦେଇଥିଲେ। ସେଥିରୁ ମିଳିଥିବା ଅର୍ଥ ବିନିଯୋଗ କରି ପୁଅକୁ ପାଠ ପଢ଼ାଇଥିଲେ। ଭାବିଥିଲେ ପୁଅ ପାଠ ପଢ଼ି ସାରିଲେ ପ୍ଲାଣ୍ଟରେ ଚାକିରି କରିବେ। ହେଲେ ଏବେ ପୁଅ ବେକାର ବୋଲି କହିଛନ୍ତି ଶ୍ରୀ ଝଡ଼ିଆ।

ସେହି ଗାଁର ଆଉ ଜଣେ ଜମିହରା ଚାଷୀ ହେଉଛନ୍ତି ଶିବରାମ ରତନ ଚୌଧୁରୀ। କମ୍ପାନୀକୁ ଜମି ଦେଇ ମିଳିଥିବା ଟଙ୍କାରେ ପୁଅ ଦିବାକର ରତନ ଚୌଧୁରୀକୁ ବି-ଟେକ୍‌ ପଢ଼ାଇଥିଲେ। ଆଶା ରଖିଥିଲେ ପୁଅର ପାଠ ସରିବା ପରେ ପ୍ଲାଣ୍ଟରେ ଚାକିରି କରିବେ। ହେଲେ ଆଜି ପର୍ଯ୍ୟନ୍ତ କାରଖାନା ହେଲାନି କି ନିଯୁକ୍ତି ପାଇଲେ ନାହିଁ।

ସେପଟେ ଜିଲ୍ଲା ପ୍ରଶାସନ କହିଛି, କଂଶାରୀଗୁଡ଼ାଠାରେ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଓଏମସି ଓ ହିଣ୍ଡାଲକୋ ମଧ୍ୟରେ ଚୁକ୍ତିନାମା ହୋଇଛି। ଅତି ଶୀଘ୍ର ଆଲୁମିନା କମ୍ପାନୀ କାର୍ଯ୍ୟକ୍ଷମ ହେବ। ଉକ୍ତ ଅଞ୍ଚଳର ଲୋକ ଉନ୍ନତି ମୂଳକ କାର୍ଯ୍ୟ ପାଇବେ। ୫ ହଜାରରୁ ଅଧିକ ନିଯୁକ୍ତ ସୃଷ୍ଟି ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରିପୋର୍ଟ- ରାୟଗଡ଼ରୁ ମାଉଡି ବାରିକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story