Advertisment

ଚାଲିବୁଲି ପାରୁ ନାହାନ୍ତି; କିନ୍ତୁ ଭଲ ଓକିଲ ହେବାକୁ ରଖିଛନ୍ତି ଲକ୍ଷ୍ୟ

ପିଲାବେଳରୁ ଭିନ୍ନକ୍ଷମ। ତଥାବି ଆଜି ସେ ସକ୍ଷମ। ସମାଜରେ ନିଜକୁ ଜଣେ ପ୍ରତିଷ୍ଠିତ ଓକିଲ ଭାବେ ପ୍ରତିଷ୍ଠା କରିପାରିଛନ୍ତି। ସେଥିପାଇଁ ଅନ୍ୟାମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ।

author-image
Biswajit Samal
ଅଦ୍ୟତନ ହୋଇଛି
Koraput

Koraput

ପିଲା ବେଳରୁ ଭିନ୍ନକ୍ଷମ। ତଥାପି ଆଜି ସେ ସକ୍ଷମ। ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଦୁଃଖ ଓ ଯନ୍ତ୍ରଣା ଭିତରେ ନିଜକୁ ଗଢ଼ିଛନ୍ତି। ଆଉ ବନିଯାଛନ୍ତି ଜଣେ ଆଇନ୍‌ଜୀବୀ। ବିଶ୍ୱ ଦିବ୍ୟାଙ୍ଗ ଦିବସରେ ଏପରି ଖବର ଆସିଛି କୋରାପୁଟ ଜିଲ୍ଲାରୁ। 

Advertisment

ଆକର୍ଷଣ ବହିଦାରଙ୍କ ଘର ହେଉଛି ସେମିଲିଗୁଡ଼ା ସରସ୍ଵତୀ ନଗରରେ। ପିଲା ବେଳୁ ଚାଲି ପାରୁନାହାନ୍ତି। ତେଣୁ ଅନ୍ୟର ସାହାଯ୍ୟରେ ଚାଲୁଛନ୍ତି। ଦିବ୍ୟାଙ୍ଗ ହୋଇଥିବାରୁ ବାପା ରବୀନ୍ଦ୍ର ବହିଦାର ଓ ଭାରତୀ ଜ୍ୟୋତ୍ସ୍ନା ଗାଁ ସ୍କୁଲରେ ତାଙ୍କ ନାଁ ଲେଖାଇଥିଲେ। ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ସାଥ୍‌ଦେଲାନି ଶରୀର। ତେଣୁ ଜୟପୁରରେ ବିଜ୍ଞାନରେ ଗ୍ରାଜୁଏସନ୍‌ ପାସ୍ କରିଥିଲେ। ତା’ପରେ ଜୟପୁର ଆଇନ୍ ମହାବିଦ୍ୟାଳୟରେ ନାଁ ଲେଖାଇଥିଲେ। ୨୦୨୨ ମସିହାରେ ଭଲ ମାର୍କରେ ସେ ପାସ୍‌ କରିଥିଲେ। ଏବେ ସେ ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆକର୍ଷଣଙ୍କ ପାଠ ପଢ଼ାରେ ବାପା ଓ ମାଆଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଦୁଃଖର ବିଷୟ ଆକର୍ଷଣ ଦୁଇ ବର୍ଷ ତଳେ ନିଜ ମାଆଙ୍କୁ ହରାଇ ବସିଛନ୍ତି। 

ଆକର୍ଷଣ କେବଳ ଜଣେ ମେଧାବୀ ଛାତ୍ର ନଥିଲେ। ସେ ଜଣେ ଭଲ ମ୍ୟୁଜିସିଆନ୍‌। ପାଠ ପଢ଼ିବା ସହିତ ମ୍ୟୁଜିକ ଶିକ୍ଷା ଗ୍ରହଣ କରୁଥିଲେ। ଯାହା ତାଙ୍କୁ ଅଗକୁ ବଢ଼ିବାକୁ ସାହାଯ୍ୟ କରିଥିଲେ। ଆକର୍ଷଣ କହିଛନ୍ତି, ଯେତେବେଳେ ମନ ଦୁଃଖ ହୁଏ, ସେତେବେଳେ ଭାଙ୍ଗି ନପଡ଼ି ମ୍ୟୁଜିକକୁ ଅପଣାଇନିଏ। ମନ ଭିତରେ ଦୁଃଖ ଓ ଅବସାଦକୁ ଦୂର କରିଥାଏ। ମ୍ୟୁଜିକ ମୋତେ ବଞ୍ଚିବା ପାଇଁ ନୂଆ ରାସ୍ତା ଦେଖାଇଛି। ସେଥିପାଇଁ ମୋ ବାପା-ମାଆଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। 

Advertisment

ରିପୋର୍ଟ – କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Disable Person Koraput