Advertisment

ଓଡ଼ିଶାରେ ଚେକ୍‌ଡ୍ୟାମ୍‌ କରି ସୁନା ଫଳାଉଛି ଆନ୍ଧ୍ର; ଆମର ପଡ଼ିଆ ପଡ଼ିଛି

ଚାଷୀଙ୍କ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ଏହି ଡ୍ୟାମ୍‌କୁ ମରାମତି କରିବା ବଦଳରେ ଉପର ମୁଣ୍ଡରେ ଆଉ ଗୋଟିଏ ଚେକ୍‌ଡ୍ୟାମ ନିର୍ମାଣ କରିଥିଲେ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଚାଷୀଙ୍କୁ କିଛି ଲାଭ ମିଳିଲା ନାହିଁ।

ଅଦ୍ୟତନ ହୋଇଛି
Raygada

Raygada

Advertisment

ଓଡ଼ିଶାରେ ଚେକ୍‌ଡ୍ୟାମ୍‌ କରି ସୁନା ଫଳାଉଛି ଆନ୍ଧ୍ରପ୍ରଦେଶ। ହେଲେ ଓଡ଼ିଶାର ସେହି ପାଣି ଓଡ଼ିଆ ଚାଷୀଙ୍କ ପାଖରେ ପହଞ୍ଚି ପାରୁନି। ଯେଉଁଥିପାଇଁ ଶୁଖିଲା ପଡ଼ିଛି ଓଡ଼ିଶାର ଚାଷ ଜମି। ଆଉ ଗୋରୁ ଗାଈ ଚରୁଛନ୍ତି। ସବୁଠାରୁ ମଜାଦାର କଥା ହେଉଛି, ଏ ସମ୍ପର୍କରେ ଓଡ଼ିଶାର ପ୍ରଶାସନୀକ ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍‌ରେ।

Advertisment

ରାୟଗଡ଼ା ଜିଲ୍ଲାର ଚୀର ସ୍ରୋତା ନାଳ ହେଉଛି କୁଣ୍ଡମ ନାଳ। ଏହି ନାଳର ପାଣିକୁ ଚାଷୀଙ୍କ ପାହଞ୍ଚାଇବା ପାଇଁ ୨୦୧୬-୨୦୧୭ ମସିହାରେ ଏକ ଚେକ୍‌ଡ୍ୟାମ ନିର୍ମାଣ କରିଥିଲା ଜଳସେଚନ ବିଭାଗ। ଲକ୍ଷ୍ୟ ରଖାଯାଇଥିଲା ସଦର ବ୍ଲକ୍‌ କୁଣ୍ଡମ, ଗୌଡ଼କୁଣ୍ଡମ ଓ ଖୀଜିଲିଙ୍ଗ ଗାଁର ପ୍ରାୟ ୬୦୦ ହେକ୍ଟର ଜମିକୁ ପାଣି ଯୋଗାଇବା। ହେଲେ କେନାଲ୍‌ ବ୍ୟବସ୍ଥା ନଥିବାରୁ ସରକାରଙ୍କ ଏହି ଯୋଜନା ଏକ ପ୍ରକାର ଫେଲ୍‌ ମାରିଥିଲା। ଚାଷ ଜମିକୁ ପାଣି ମାଡ଼ି ପାରୁନଥିଲା। ଅନ୍ୟପକ୍ଷରେ ଡ୍ୟାମ୍‌ର ରକ୍ଷଣାବେକ୍ଷଣ ଅଭାବ ଓ ଅତି ନିମ୍ନ ମାନର କାମ ଯୋଗୁ ଅଳ୍ପ ଦିନରେ ଡ୍ୟାମ ଭାଙ୍ଗିରୁଜି ଯାଇଥିଲା। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଚାଷୀଙ୍କ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ଏହି ଡ୍ୟାମ୍‌କୁ ମରାମତି କରିବା ବଦଳରେ ଉପର ମୁଣ୍ଡରେ ଆଉ ଗୋଟିଏ ଚେକ୍‌ଡ୍ୟାମ ନିର୍ମାଣ କରିଥିଲେ। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଚାଷୀଙ୍କୁ କିଛି ଲାଭ ମିଳିଲା ନାହିଁ। କାରଣ ଡ୍ୟାମ୍‌ଟି ତଳିଆ ଅଞ୍ଚଳରେ ନିର୍ମାଣ ହୋଇଥିବା ବେଳେ ଚାଷଜମି ଉପର ମୁଣ୍ଡରେ ରହିଛି। ସେଠାକୁ ଡ୍ୟାମ୍‌ ପାଣି ଯାଇ ପାରିଲା ନାହିଁ। ସେଥିପାଇଁ ଡ୍ୟାମ୍‌ ନିର୍ମାଣ ବେଳେ ଚାଷୀମାନେ ବିରୋଧ କରିଥିଲେ। ହେଲେ ଅଧିକାରୀମାନେ କିଛି ନଶୁଣି ଡ୍ୟାମ୍‌ ନିର୍ମାଣ କରିଥିବା ଚାଷୀ ଅଭିଯୋଗ କରିଛନ୍ତି।

Advertisment

ଜଳ ସେଚନ ବିଭାଗର ଖାମ୍‌ ଖିଆଲ ନୀତି ଯୋଗୁ କୁଣ୍ଡମ ଡ୍ୟାମର ପାଣିକୁ ଓଡ଼ିଶାର ଚାଷୀମାନେ ବ୍ୟବହାର କରିପାରିଲେ ନାହିଁ। ହେଲେ ସେହି ପାଣିକୁ ଓଡ଼ିଶାର ସୀମା ଭିତରେ ଖିଜିଲିଙ୍ଗ ଗାଁ ପାଖରେ ଅଟକାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାର କରିଛନ୍ତି ଚେକ୍‌ଡ୍ୟାମ୍‌। ଆଉ କେନାଲ୍‌ ମାଧ୍ୟମରେ ସେହି ପାଣି ନେଇ ଚାଷୀଙ୍କ ପାଖରେ ପହଞ୍ଚାଇଛି ଆନ୍ଧ୍ର ସରକାର। କୁଣ୍ଡମ୍‌ ନାଳର ପାଣି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ଲାଡ଼ା ଗାଁର ପ୍ରାୟ ୫୦୦ ହେକ୍ଟର ଚାଷ ଜମିରେ ମାଡୁଛି। ବର୍ତ୍ତମାନ ସେଠାରେ ଧାନ ସାଙ୍ଗକୁ ଝୁଡଙ୍ଗ, କଖାରୁ, କଲରା, ଲାଉ, ଲଙ୍କା, ଭେଣ୍ଡି ପରି ଚାଷ କରୁଛନ୍ତି। ଆଉ ମାଲାମାଲ୍‌ ହେଉଛନ୍ତି ଚାଷୀ।

ଓଡ଼ିଶାର ପାଣି ନେଇ ଆନ୍ଧ୍ର ଚାଷ ଲାଭବାନ ହେଉଛନ୍ତି। ହେଲେ ଓଡ଼ିଶାରେ ଚାଷ ଜମି ଶୁଖିଲା ପଡ଼ିଛି। ଆଉ ଗୋରୁ ଗାଈ ଚରୁଛନ୍ତି। ସବୁଠାରୁ ଦୁଃଖର କଥା ଏ ସମ୍ପର୍କରେ ଓଡ଼ିଶାର ଅଧିକାରୀଙ୍କ ପାଖରେ କୌଣସି ଖବର ନାହିଁ। ଓଡ଼ିଶାରେ ଚେକ୍‌ଡ୍ୟାମ୍‌ ନିର୍ମାଣ କରି ଆନ୍ଧ୍ର ସରକାର ନିଜ ଚାଷୀଙ୍କୁ ପାଣି ଯୋଗାଇଛି। ହେଲେ ଆମ ବାବୁମାନେ ଜାଣିପାରୁ ନାହାନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe