Advertisment

ଅଯୋଧ୍ୟାଠାରୁ ୧୦୦୦ କିମି ଦୂରରେ ଲୋକାର୍ପିତ ହେଲା ଆଉ ଏକ ଭବ୍ୟ ରାମ ମନ୍ଦିର

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ।

ଅଦ୍ୟତନ ହୋଇଛି
Ram Temple

Ram Temple

Advertisment

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର। ହୋମଯଜ୍ଞ ଓ ମନ୍ତ୍ର ଧ୍ୱନୀ ଭିତରେ ଆଜି ଫତେଗଡ଼ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ପ୍ରଭୁଙ୍କ ଏହି ଦିବ୍ୟ ବେଶ ଦେଖି କୃତ୍ୟକୃତ ହେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ହେଲେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବାକୁ କଥା ଦେଇ ଅସିଲେନି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

Advertisment

ରାଜଧାନୀ ଭୁବନେଶ୍ୱରଠାରୁ ୭୦ କିମି ଓ ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂରରେ ରହିଛି ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ। ସେଇଠି ତିଆରି ହୋଇଛି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର। ଫତେଗଡ଼ ଗାଁ ଲୋକ ଓ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ଏହି ବିଶାଳ ମନ୍ଦିର ନିର୍ମାଣ କରାଯାଇଛି।

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପର୍ବ ଗତ ୧୭ ତାରିଖରୁ ଆରମ୍ଭ ହୋଇଛି। ଆଜି ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି। ସାଧୁ ଓ ସନ୍ଥଙ୍କ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ତା’ପରେ ପ୍ରାଣ ପ୍ରଭୁଙ୍କ ପ୍ରତିଷ୍ଠା କରାଯାଇଛି। ପ୍ରାଣ ପ୍ରତିଷ୍ଠା ପରେ ହଜାର ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ପ୍ରଭୁ ଶ୍ରୀ ରାମ, ମାତା ସୀତା, ଲକ୍ଷ୍ମଣ, ସୁଦର୍ଶନ ଓ ହନୁମାନଙ୍କ ଦିବ୍ୟ ରୁପ ଦର୍ଶନ କରିଛନ୍ତି। ପ୍ରଭୁଙ୍କ ଏହି ଅପୂର୍ବ ରୂପ ଦର୍ଶନ କରି ଭାବ ବୁହୋଳ ହୋଇଥିଲେ ଶ୍ରଦ୍ଧାଳୁ। 

Advertisment
Ram Templeଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ

ଆଜି ଫତେଗଡ଼ ରାମ ମନ୍ଦିର ଲୋକାର୍ପିତ ହୋଇଛି। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜା ଦିବ୍ୟସଂହ ଦେବ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ଶଙ୍କରାଚାର୍ଯ୍ୟ ଓ ଗଜପତି ଆସିନଥିଲେ। ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟରେ ଆୟୋଜିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଗଜପତି ସାମିଲ ହୋଇଥିବାରୁ ସେ ଆସି ପାରିନଥିଲେ। ସେପଟେ ଶଙ୍କରାଚାର୍ଯ୍ୟ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଫତେଗଡ଼ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହୋଇପାରିନଥିବା ଜଣାପଡ଼ିଛି।

Ram Templeପ୍ରାଣ ପ୍ରତିଷ୍ଠା ଉତ୍ସବ ସମୟରେ ମନ୍ଦିରରେ ଶ୍ରଦ୍ଧାଳୁ

ଫତେଗଡ଼ ପାହାଡ଼ର ଶୀଖରରେ ଭଗବତ ପୀଠ ପାଖରେ ୪ ବର୍ଷ ତଳେ ନିର୍ମାଣ ଆରମ୍ଭ କରାଯାଇଥିଲା ବିଶାଳ ଶ୍ରୀରାମ ମନ୍ଦିର। ବଉଳମାଳ ପଥରରେ ଆକର୍ଷଣୀୟ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଇଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ଓ ଗଞ୍ଜାମର ତାରା ତାରିଣୀ ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ ହୋଇଛି। ସେପଟେ ପାହାଡ଼ ଉପରକୁ ଯିବା ପାଇଁ ଅଙ୍କବଙ୍କା ରାସ୍ତା ନିର୍ମାଣ କରାଯାଇଛି। ନଭଶ୍ଚୁମ୍ଭି ମନ୍ଦିର ପାର୍ଶ୍ୱରେ ଗାଡ଼ି ପାର୍କିଂ ଓ ପାର୍କ କରାଯାଇଛି। ଥରେ ପର୍ଯ୍ୟଟକ ସେଠାକୁ ଗଲେ ବାରମ୍ୱାର ଯିବାକୁ ଆଗ୍ରହ ପ୍ରକାଶ କରିବେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବୋ ମନୋରମ।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe