ଭୁଲ ବୁଝିଲେ, ମା’କୁ କୋଳେଇ ନେଲେ | Odisha Reporter
ସଜେଇ ହେଉଛି ବୁଢୀ ମା। ବୋହୂମାନେ ମୁହଁରେ ହଳଦୀ ଲଗାଇ ଦେଉଛନ୍ତି । ନୂଆ ଶାଢୀ ପିନ୍ଧାଇ ଦେଉଛନ୍ତି। ବଡ ପୁଅ ମା’ର ଲୁହକୁ ନିଜ ଗାମୁଛାରେ ପୋଛି ପକାଉଛି। ପଛ କଥା ଭୁଲି ଜନ୍ମ କଲା ମା’କୁ ପୁଣି କୋଳେଇ ନେଇ ସେବା ଶୁଶ୍ରୁଶା କରିବାକୁ ଆଗେଇ ଆସିଛନ୍ତି ପୁଅ ଓ ବୋହୂ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ଶ୍ୟାମଦାଶପୁର ଗାଁର ଇଏ ହେଉଛନ୍ତି ସେହି କୌଶଲ୍ୟା କର ଯିଏ କି ଅନ୍ଧାର ରାତିରେ ରାସ୍ତାରେ ଘୁଷୁଡି ଘୁଷୁଡି ଚାଲୁଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
