Advertisment

ଜାମିନ ଆବେଦନ ଖାରଜ, ବଢ଼ିଲା ଅଡ଼ୁଆ: ଗିରଫ ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ

୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କର ଅଡ଼ୁଆ ବଢ଼ିଛି। ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଯେକୌଣସି ମୁହୂର୍ତ୍ତରେ ସିବିଆଇ ତାଙ୍କୁ ଗିରଫ କରିବାର ଆଶଙ୍କା ଦେଖାଦେଇଛି।

author-image
Debendra Prusty
IAS Bishnupada Sethy

IAS Bishnupada Sethy

୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କର ଅଡ଼ୁଆ ବଢ଼ିଛି। ଓଡ଼ିଶା ହାଇକୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେବା ପରେ ଯେକୌଣସି ମୁହୂର୍ତ୍ତରେ ସିବିଆଇ ତାଙ୍କୁ ଗିରଫ କରିବାର ଆଶଙ୍କା ଦେଖାଦେଇଛି। ଶ୍ରୀ ସେଠୀଙ୍କ ସପକ୍ଷରେ ଜୁଲାଇ ୩ ତାରିଖରେ ଜାରି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେବା ସହ ସିବିଆଇ ଦ୍ୱାରା ରୁଜୁ ଦୁର୍ନୀତି ମାମଲାରେ ତାଙ୍କର ସକ୍ରିୟ ଭାଗିଦାରୀ ନେଇ ପର୍ଯ୍ୟାପ୍ତ ପ୍ରାଥମିକ ପ୍ରମାଣ ରହିଥିବାରୁ ତାଙ୍କୁ ହେପାଜତକୁ ନେଇ ପଚରାଉଚୁରାର ଆବଶ୍ୟକତା ଥିବା କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ ୧୦ ଲକ୍ଷ ଟଙ୍କାର ଲାଂଚ କାରବାରରେ ଆଇଏଏସ୍ ଶ୍ରୀ ସେଠୀଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ସିବିଆଇକୁ ମିଳିଥିବା ଜଣାପଡ଼ିଛି।

Advertisment

ସିବିଆଇର ଅଭିଯୋଗ ଓ ହେପାଜତକୁ ନେବାକୁ ଯୁକ୍ତି

ଆଇଏଏସ୍ ଶ୍ରୀ ସେଠୀ ସହଅଭିଯୁକ୍ତ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିମିଟେଡର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଂଚଳ କୁମାର ମୁଖାର୍ଜୀଙ୍କ ସହ ମିଶି ପେଂଟା ଏ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କଠାରୁ ପ୍ରୋଜେକ୍ଟ ବିଲ୍ ମଞ୍ଜୁର କରିବା ପାଇଁ ୧୦ ଲକ୍ଷ ଟଙ୍କାର ଲାଂଚ ମାଗିଥିବା ଏବଂ ୨୦୨୪ ଡିସେମ୍ବର ୭ ତାରିଖରେ ଏହି ଲାଂଚ ଟଙ୍କା ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ଦେବଦତ୍ତ ମହାପାତ୍ରଙ୍କଠୁ ଜବତ କରାଯାଇଥିବା ନେଇ କୋର୍ଟଙ୍କୁ ସିବିଆଇ ଓକିଲ ଅବଗତ କରିବା ସହ ଉକ୍ତ ଟଙ୍କା ୩୭ କୋଟି ଟଙ୍କାର ଏକ ପ୍ରୋଜେକ୍ଟ କାର୍ଯ୍ୟ ନିମନ୍ତେ କାରବାର ହୋଇଥିବା ସିବିଆଇ କହିଛି। ଆଇଏଏସ୍ ଶ୍ରୀ ସେଠୀଙ୍କ ଝିଅ ପଢ଼ୁଥିବା ରାଜ୍ୟ ବାହାରର କଲେଜ ହଷ୍ଟେଲରେ ସିବିଆଇ ଚଢ଼ଉ କରି ତାଙ୍କଠୁ ଜବତ କରିଥିବା ଏକ ମେକ୍ ବୁକ୍ ଓ ବିଳାସପୂର୍ଣ୍ଣ ଘଂଟାକୁ ମଧ୍ୟ ଦେବଦତ୍ତ ମହାପାତ୍ର ଲାଂଚ ଆକାରରେ ଦେଇଥିବା ସିବିଆଇ ଦାବି କରିଛି। ଆଇଏଏସ୍ ଶ୍ରୀ ସେଠୀଙ୍କ ଝିଅଙ୍କୁ ୨୦୨୪ ଅଗଷ୍ଟ ୬ ତାରିଖରେ ଦେବଦତ୍ତ ମହାପାତ୍ର ଏହି ମେକ୍ ବୁକ୍ ଓ ୧.୪୬ ଲକ୍ଷ ଟଙ୍କାର ଘଂଟା ଗିଫ୍ଟ ଦେଇଥିଲେ।

ତା’ଛଡ଼ା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀର ଚଂଚଳ କୁମାର ମୁଖାର୍ଜୀଙ୍କ ଫୋନରୁ କଲ୍ କରି ୧୦ ଲକ୍ଷ ଟଙ୍କା ଲାଂଚ ନେବା ପାଇଁ ଦେବଦତ୍ତ ମହାପାତ୍ରଙ୍କୁ ପ୍ରଭାବିତ କରିଥିଲେ ବୋଲି ସିବିଆଇ କହିଛି। ଏହା ସହିତ ସିଏଫଏସଏଲ ରିପୋର୍ଟରୁ ମଧ୍ୟ ସିବିଆଇ ଜାଣିବାକୁ ପାଇଛି ଯେ, ଦେବଦତ୍ତ ମହାପାତ୍ରଙ୍କୁ କରାଯାଇଥିବା କଲ୍ ସ୍ୱର ଶ୍ରୀ ସେଠୀଙ୍କ ସ୍ୱେଚ୍ଛାକୃତ ରେକର୍ଡ ହୋଇଥିବା ସ୍ୱର ସହ ମେଳ ଖାଇଛି। କେବଳ ସେତିକି ନୁହେଁ ଶ୍ରୀ ମହାପାତ୍ରଙ୍କ ନାଁରେ ପଞ୍ଜିକୃତ ଥିବା ଏକ ମୋବାଇଲ୍ ନମ୍ବରର ହ୍ୱାଟସଅପକୁ ଆଇଏଏସ୍ ଶ୍ରୀ ସେଠୀ ନିଜେ ପରିଚାଳନା କରୁଥିଲେ ବୋଲି ସିବିଆଇ ପ୍ରମାଣ ପାଇଛି। ଶ୍ରୀ ସେଠୀଙ୍କ ଘରେ ସିବିଆଇ ରେଡ୍ ବେଳେ ଯେଉଁ ଦୁଇଟି ଆଇଫୋନ୍ ସେ ନଷ୍ଟ କରିଦେଇଥିଲେ ଓ ତାଙ୍କ ପତ୍ନୀଙ୍କ ଦୁଇଟି ଲକର ବିଷୟରେ ତଥ୍ୟ ଦେଇନଥିଲେ, ତେବେ ତାହା ଖାଲି ଥିବା ସିବିଆଇ ପରେ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା। ଏହା କେବଳ ସଂଯୋଗବଶତଃ ନୁହେଁ ବୋଲି ସିବିଆଇ ଦାବି କରିବା ସହ ଅଧିକ ତଦନ୍ତ ପାଇଁ ଶ୍ରୀ ସେଠୀଙ୍କୁ ହେପାଜତକୁ ନେବା ଜରୁରୀ ବୋଲି କୋର୍ଟରେ ଯୁକ୍ତି ବାଢ଼ିବା ପରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି।

Advertisment

ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀ ସେଠୀଙ୍କ ଝିଅ

ଆଇଏଏସ୍ ଶ୍ରୀ ସେଠୀଙ୍କ ଝିଅ ମଧ୍ୟ ଗତ ୨୪ ତାରିଖରେ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ଶ୍ରୀ ସେଠୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରି ସାରିବା ସହ ତାଙ୍କୁ ଅଧିକ ପଚରାଉଚୁରା ପାଇଁ ସିବିଆଇ ଚାହିଁଲେ ହେପାଜତକୁ ନେଇପାରିବ ବୋଲି ସ୍ପଷ୍ଟ କରିବା ପରେ ଶ୍ରୀ ସେଠୀଙ୍କ ଝିଅ ଓ ତାଙ୍କ ପତ୍ନୀଙ୍କ ଅଡ଼ୁଆ ମଧ୍ୟ ବଢ଼ିଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିବା ଶ୍ରୀ ସେଠୀ ଏବେ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି।

Odisha Odisha Bureaucracy Bureaucracy Ias Officer Ias IAS Bishnupada Sethi