Advertisment

ପାହାଡ଼ ଉପରେ ଠିଆ ହୋଇଛି ଭବ୍ୟ ମନ୍ଦିର, ପୂଜା ପାଇବେ ପ୍ରଭୁ ଶ୍ରୀରାମ

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଦିବ୍ୟସଂହ ଦେବ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

author-image
Manoranjan Sial
ଅଦ୍ୟତନ ହୋଇଛି
Ram Temple

Ram Temple

ପ୍ରକୃତି ମାଆ ସବୁଜିମା ଚାଦରରେ ଘୋଡେଇ ହୋଇଛି ଫତେଗଡ଼ ପାହାଡ଼। ସେହି ପାହାଡ଼ର ଶୀର୍ଷରେ ତିଆରି ଚାଲିଛି ଆକର୍ଷଣୀୟ ମନ୍ଦିର। ଶ୍ରୀମନ୍ଦିର, କୋଣାର୍କ ଓ ତାରାତାରିଣୀ ମନ୍ଦିର ଢାଞ୍ଚାରେ ନିର୍ମାଣ ଚାଲିଥିବା ଏହି ମନ୍ଦିରରେ ପୂଜା ପାଇବେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ସଂଯୋଗକୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିନ ଅର୍ଥାତ ୨୨ ତାରିଖରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବ ଯୋଗଦେବେ। ସେଥିପାଇଁ ଶେଷ ସ୍ପର୍ଶ ପାଉଛି ଫତେଗଡ଼ ଶ୍ରୀରାମ ମନ୍ଦିର।

Advertisment

ନୟାଗଡ଼ଠାରୁ ପ୍ରାୟ ୩୫ କିମି ଗଲେ ପଡ଼ିବ ଫତେଗଡ଼ ଗାଁ। ସେହି ଗାଁକୁ ସୁରକ୍ଷା ଦେଇ କେଉଁ କାଳରୁ ଛିଡ଼ା ହୋଇଛି ଫତେଗଡ଼ ପାହାଡ଼। ସବୁଜିମାରେ ଆଚ୍ଛାଦିତ ଏହି ପାହାଡ଼ ଉପରେ ଭାଗବତ ପୀଠ ରହିଛି। ଲୋକକଥା ଅନୁସାରେ ବର୍ଷା ନହେଲେ ସେହି ପୀଠରେ ପୂଜା କରାଯାଏ। ପୂଜା ପରେ ବର୍ଷା ହୋଇଥାଏ ବୋଲି ଲୋକ କଥା ରହିଛି। ପାହାଡ଼ର ମହତ୍ତ୍ୱ ଦେଖି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଫତେଗଡ଼ ଗାଁ ଲୋକ ଓ ଶ୍ରୀମରାମ ପରିଷଦ ନିଷ୍ପତ୍ତି ନେଇଥିଲା।

Ram Templeନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର

ପାହାଡ଼ର ଶୀଖରରେ ଭଗବତ ପୀଠ ପାଖରେ ୪ ବର୍ଷ ତଳେ ନିର୍ମାଣ କରାଯାଇଛି ବିଶାଳ ଶ୍ରୀରାମ ମନ୍ଦିର। ବଉଳମାଳ ପଥରରେ ଆକର୍ଷଣୀୟ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଉଛି। ପୁରୀ ଶ୍ରୀମନ୍ଦିର, କୋଣାର୍କ ଓ ଗଞ୍ଜାମର ତାରାତାରିଣୀ ମନ୍ଦିର ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ ହେଉଛି। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ପାହାଡ଼ ଉପରକୁ ଯିବା ପାଇଁ ଅଙ୍କବଙ୍କା ରାସ୍ତା ନିର୍ମାଣ କାର୍ଯ୍ୟ ସରିଯାଇଛି। ନଭଶ୍ଚୁମ୍ଭି ମନ୍ଦିର ପାର୍ଶ୍ୱରେ ଗାଡ଼ି ପାର୍କିଂ ଓ ପାର୍କ କରାଯାଇଛି। ଥରେ ପର୍ଯ୍ୟଟକ ସେଠାକୁ ଗଲେ ବାରମ୍ୱାର ଯିବାକୁ ଆଗ୍ରହ ପ୍ରକାଶ କରିବେ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବୋ ମନୋରମ।

Advertisment
Ram Templeଭବ୍ୟ ରାମ ମନ୍ଦିର

ଜାନୁଆରୀ ୨୨ ତାରିଖରେ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ତା’ପୂର୍ବରୁ ୧୭ ତାରିଖରେ ଅଙ୍କୁରା ରୋପଣ କରାଯିବ। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜା ଦିବ୍ୟସଂହ ଦେବ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶଙ୍କରାଚାର୍ଯ୍ୟ ୨୧ ତାରିଖରେ ପୀଠରେ ପହଞ୍ଚିବେ। ସେ ଦିନ ସେ ଧର୍ମସଭାରେ ଉଦ୍‌ବୋଧନ ଦେବେ। ଧର୍ମସଭାରେ ଯୋଗଦେବା ପାଇଁ ୧୦୦୦ରୁ ଅଧିକ ସାଧୁ ଓ ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି। ସେହିଦିନ ଶଙ୍କରାଚାର୍ଯ୍ୟ ସେଠାରେ ରହିବେ। ୨୨ ତାରିଖରେ ମୁଖ୍ୟ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଇବେ। ପ୍ରାଣ ପ୍ରତିଷ୍ଠା ପରେ ସେ ପ୍ରଥମେ ଶ୍ରୀରାମଙ୍କୁ ଦର୍ଶନ କରିବେ। ତା’ପରେ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରିବେ। ୨୩ ତାରିଖରେ ଶଙ୍କରାଚାର୍ଯ୍ୟ ପୁରୀ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରା

Nayagarh