Advertisment

ରାଗିଂର ହଟ୍‌ସ୍ପଟ୍‌ ବ୍ରହ୍ମପୁର ମେଡିକାଲ୍‌ କଲେଜ!

2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

MKCG

MKCG

Advertisment

କଲେଜର ଶୈକ୍ଷିକ ପରିବେଶରେ ରାଗିଂକୁ ବେଆଇନ ଘୋଷଣା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ 2009ରୁ ଉଚ୍ଚତର ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ କରିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନିୟମାବଳୀ ଆଣିଛନ୍ତି। 24 X7 ଟୋଲ ଫ୍ରି ନମ୍ବର ବି ଜାରି କରିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ଉଚ୍ଚତର ଶିକ୍ଷାନୁଷ୍ଠାନରୁ ରାଗିଂ ହଟାଯାଇପାରିନାହିଁ। ରାଗିଂ ନେଇ ଗତ 20 ବର୍ଷ ଧରି ତଥ୍ୟ ସହ ସଚେତନତା ସୃଷ୍ଟି କରୁଥିବା ସାମାଜିକ ସଂଗଠନ-SAVEର ତଥ୍ୟରେ ଓଡ଼ିଶାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ନାଁ ଯୋଡ଼ି ହୋଇଯାଇଛି। ଟୋଲ ଫ୍ରି ନମ୍ବର ଜରିଆରେ ରୁଜୁ ହୋଇଥିବା ଅଭିଯୋଗକୁ ଦେଖିଲେ, SAVE ଅନୁସାରେ 2024ରେ ବ୍ରହ୍ମପୁର ମେଡିକାଲ କଲେଜରୁ ଦ୍ବିତୀୟ ସର୍ବାଧିକ 9ଟି ଅଭିଯୋଗ ରୁଜୁ ହୋଇଛି। ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶର ଲକ୍ଷ୍ମୌ ବିଶ୍ବବିଦ୍ୟାଳୟେରୁ 15ଟି ଅଭିଯୋଗ ଆସିଛି। 2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି। ଇଂଜିନିୟରିଂ କଲେଜ, ପଲିଟେକନିକ୍ ଓ ବିଶ୍ବବିଦ୍ୟାଳୟରୁ ଯେତିକି ରାଗିଂ ଅଭିଯୋଗ ଆସିଛି ତାର 45.1% ଅଭିଯୋଗ କେବଳ ମେଡିକାଲ କଲେଜରୁ ଆସିଛି। ମେଡିକାଲ କଲେଜରେ ଦେଶର ମାତ୍ର 1.1% ପିଲା ପାଠ ପଢ଼ୁଥିବାବେଳେ, ସାଧାରଣ କଲେଜ ତୁଳନାରେ ମେଡିକାଲ କଲେଜରେ ରାଗିଂ ପ୍ରାୟ 30ଗୁଣ ଅଧିକ ରହିଥିବା ଦେଖାଯାଉଛି। ଏମକେସିଜି ଡିନ ତଥା ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶଙ୍କ କହିବା ଅନୁଯାୟୀ, କିଛି ମାସ ତଳେ ରାଗିଂ ଅଭିଯୋଗରେ 5 ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରାଯାଇଥିଲା । ଏପରିକି 6 ମାସ ପାଇଁ ସେମାନଙ୍କୁ ପାଠପଢ଼ାରୁ ବଂଚିତ କରାଯାଇଥିଲା। ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Advertisment

ମଙ୍ଗଳବାର ରାଜ୍ୟସଭାରେ ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ଦେଇଥିବା ଉତ୍ତର ଦେଖିଲେ, 2024ରେ ଓଡ଼ିଶାରୁ ମେଡିକାଲରେ ରାଗିଂ ନେଇ ନେସନାଲ ମେଡିକାଲ କମିଶନ ବା ଏନଏମସି ନିକଟରେ 8ଟି ଅଭିଯୋଗ ରୁଜୁ ହୋଇଥିବା ଦର୍ଶାଯାଇଛି। ଜାତି ଧର୍ମ, ଅଞ୍ଚଳ ଓ ଲିଙ୍ଗ ନିର୍ବିଶେଷରେ କୌଣସି ଛାତ୍ରଙ୍କୁ ରାଗିଂ ନ କରିବା ପାଇଁ 2016ରେ ରାଗିଂର ସଂଜ୍ଞାକୁ ତୃତୀୟ ଥର ପାଇଁ ବଦଳାଯାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଦର୍ଶାଇଛନ୍ତି। କଲେଜରେ ନାମ ଲେଖା ପୂର୍ବରୁ ପିଲା ଓ ତାଙ୍କ ବାପ-ମାଆଙ୍କଠାରୁ ରାଗିଂ ନ କରିବା ପାଇଁ ଅଣ୍ଡରଟେକିଂ ବି ନିଆଯାଉଛି। ତଥାପି କାହିଁକି ଏହି ସମସ୍ୟା ଦୂର ହୋଇପାରିନାହିଁ ତାହା ଚିନ୍ତାର ବିଷୟ ହୋଇଛି।

(ରିପୋର୍ଟ: ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା ଓ ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋ)

Advertisment
Raging MKCG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe