Advertisment

ପ୍ଲାଷ୍ଟିକ୍‌ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍‌ ପ୍ଲେଟ, ଗ୍ଲାସ୍‌

ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍‌ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍‌ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।

Nuapada

Nuapada

Advertisment

ପରିବେଶ ପାଇଁ ପ୍ଲାଷ୍ଟିକ୍‌ ବଡ଼ ବିପଦ। ତଥାପି ଲୋକମାନେ ବିବାହ ଭୋଜି ବା ସାମାଜିକ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍‌ ବ୍ୟବହାର କରୁଛନ୍ତି। ଆଉ ବିପଦକୁ ଟାଣି ଆଣୁଛନ୍ତି। କେବଳ ମଣିଷ ନିଜ ପାଇଁ ବିପଦଙ୍କୁ ଡାକିନି, ପଶୁପକ୍ଷୀଙ୍କ ଜୀବନ ସହ ଖେଳୁଛି। ଏହା ବିରୋଧରେ ବଡ଼ ଲଢେଇ ଲଢୁଛି ପଶ୍ଚିମ ଓଡ଼ିଶାର ଏକ ସାମାଜିକ ଅନୁଷ୍ଠାନ ‘ପହଲ’। ଆୟୋଜିତ ହେଉଥିବା ବିବାହ ଭୋଜିକୁ ମାଗଣାରେ ଷ୍ଟିଲ୍‌ ବା ଫାଇବର ପ୍ଲେଟ୍‌, ଗ୍ଲାସ୍‌, ଗିନା ଓ ଚାମଚ ପର୍ଯ୍ୟନ୍ତ ପରିମାଣରେ ଯୋଗାଇ ଦିଆଯାଉଛି।

Advertisment

ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍‌ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍‌ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି। ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ୍‌ ପ୍ଲେଟ୍‌ ବ୍ୟବହାର ନକରିବା ପାଇଁ ସଚେତନତା କରୁଛି। ଭୋଜିରେ ପ୍ଲାଷ୍ଟିକ୍‌ ପ୍ଲେଟ୍‌, ଗ୍ଲାସ ବଦଳରେ ଷ୍ଟିଲ୍‌ ବା ଫାଇବର ପ୍ଲେଟ୍‌, ଗ୍ଲାସ୍‌, ଚାମଚ ଯୋଗାଇ ଦେଉଛି ‘ପହଲ୍‌’ ଅନୁଷ୍ଠାନ। ଏଥିପାଇଁ କୌଣସି ପାରିଶ୍ରମିକ ନିଆଯାଉ ନାହିଁ। ଯଦି କୌଣସି ଜୀନିଷ ହଜିଗଲା ବା ଭାଙ୍ଗିଗଲା, ତାହାର ମୂଲ୍ୟ କେବଳ ନିଆଯାଉଛି। କେବଳ ନିରାମିଶ ଭୋଜିକୁ ଏ ସବୁ ସାମଗ୍ରୀ ଯୋଗାଇ ଦିଆଯାଉଛି।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ପହଲ ଅନୁଷ୍ଠାନ ପାଖରେ ୧୦୦୦ଟି ଷ୍ଟିଲ ଥାଳି, ୧୦୦୦ଟି ଗ୍ଲାସ, ୧୦୦୦ଟି ଚାମଚ୍, ୧୦୦୦ଟି ଫାଇବର ଥାଳି ଓ ୧୦୦୦ଟି ଗିନା ରହିଛି। ବିବାହ ଭୋଜି ପାଇଁ ଯୋଗାଯୋଗ କଲେ ଅନୁଷ୍ଠାନ ପକ୍ଷରୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥାଏ। ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବିରୋଧରେ ଏହା ହେଉଛି ବଡ଼ ଲଢ଼େଇ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Advertisment

ପହଲ ସଂଯୋଜକ ରାକେଶ ଜୈନ କହିଛନ୍ତି, ବିବାହ ଭୋଜି ବା ସାମାଜିକ କାର୍ଯ୍ୟକ୍ରମରେ ବିପୁଳ ପରିମାଣରେ ପ୍ଲାଷ୍ଟିକ କପ୍‌, ପ୍ଳେଟ୍‌, ଗ୍ଲାସ୍‌ ଆଦି ବ୍ୟବହାର ହେଉଛି। ଯାହା ପରିବେଶ ପାଇଁ ବହୁ ଖରାପ। ଏହିଛଡ଼ା ବ୍ୟବହୃତ ହୋଇଥିବା ପ୍ଲାଟିକ୍‌ କପ୍‌, ପ୍ଳେଟ୍‌, ଗ୍ଲାସ୍‌ ଏଣେ ତେଲେ ପଡ଼ୁଥିବାରୁ ତାକୁ ଗୋରୁ ଗାଈମାନେ ଖାଇ ଦେଉଛନ୍ତି। ଯାହାଫଳରେ ସେମାନେ ମୃତ୍ୟୁ ହେଉଛି। ଏହା ବିରୋଧରେ ଆମେ ବଡ଼ ନିଷ୍ପତ୍ତି ନେଲୁ। ବିବାହ ଭୋଜି ବା ସାମାଜିମ କାର୍ଯ୍ୟକ୍ରମକୁ ଷ୍ଟିଲ୍‌ ପ୍ଲେଟ୍‌, ଗ୍ଲାସ, ଗିନା ଆଦି ପର୍ଯ୍ୟନ୍ତ ପରିମାଣରେ ଯୋଗାଇଦେବୁ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଯଦି କୌଣସି ସାମଗ୍ରୀ ହଜିଗଲା, ତାହାହେଲେ, ହଜି ଯାଇଥିବା ସାମଗ୍ରୀର ମୂଲ୍ୟ ନେଉଛୁ ବୋଲି ଶ୍ରୀ ଜୈନ କହିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe