Advertisment

ଭଗବାନ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଲୋକାମୟ ହେବ ଅଯୋଧ୍ୟା ନଗରୀ

ଅଯୋଧ୍ୟାରେ ଏବେ ସବୁ ରାମ ମୟ। ପୁରାଣ ବର୍ଣ୍ଣିତ କଥାବସ୍ତୁ ଅନୁଯାୟୀ ଯେଭଳି ସେ ସମୟର ପରିବେଶ ଅନୁଭବ ହେବ ସେଥିଲାଗି ସହରକୁ ପାରମ୍ପରିକ ରୀତିରେ ସଜ୍ଜିତ କରାଯାଉଛି।

author-image
Biswajit Samal
Ayodhya

Ayodhya

ଭଗବାନ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଲୋକାମୟ ହେବ ଅଯୋଧ୍ୟା ନଗରୀ। ଜମିବ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ସେମାନେଙ୍କ ରହିବା, ଖାଇବା ଲାଗି ମଠ, ମନ୍ଦିର ଓ ଧର୍ମାଶାଳାଗୁଡିକୁ ପ୍ରସ୍ତୁତ କରାଯାଉଛି। ଭକ୍ତଙ୍କ ସୁବିଧା ଲାଗି ଏଠାରେ ଏକ ଟେଣ୍ଟ ସିଟି ବି ନିର୍ମାଣ କରାଯାଉଛି। ଟେଣ୍ଟରେ ତିଆରି ହୋଇଥିଲେ ମଧ୍ୟ ଏଥିରେ ମିଳିବ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା। ତେବେ ପରମ୍ପରା ପ୍ରତି ବି ବିଶେଷ ଧ୍ୟାନ ଦିଆଯାଇଛି। ଟେଣ୍ଟ ସିଟି ପ୍ରବେଶ ପଥରେ ରଖାଯାଇଥିବା ଚରଣ ପାଦୁକା ଶ୍ରଦ୍ଧାଳୁଙ୍କୁ ରାମନଗରୀରେ ରହିବାର ଅନୁଭୂତି ପ୍ରଦାନ କରିବ।

Advertisment

ଅଯୋଧ୍ୟାରେ ଏବେ ସବୁ ରାମ ମୟ। ପୁରାଣ ବର୍ଣ୍ଣିତ କଥାବସ୍ତୁ ଅନୁଯାୟୀ ଯେଭଳି ସେ ସମୟର ପରିବେଶ ଅନୁଭବ ହେବ ସେଥିଲାଗି ସହରକୁ ପାରମ୍ପରିକ ରୀତିରେ ସଜ୍ଜିତ କରାଯାଉଛି। ରାମ ମନ୍ଦିର ଦର୍ଶନ ଲାଗି ଏଠାକୁ ଆସିବାକୁ ଥିବା ଭକ୍ତଙ୍କ ସୁବିଧା ଲାଗି ନିର୍ମାଣ ହେଉଛି
ଟେଣ୍ଟ ସିଟି। ସେବକପୁରମ, ମଣ୍ଡି ରାମଦାସ କ୍ୟାଣ୍ଟନମେଣ୍ଟ ଓ ତୀର୍ଥକ୍ଷେତ୍ରପୁରମ ଭଳି ୬ଟି ସ୍ଥାନରେ ଟେଣ୍ଟସିଟି ନିର୍ମାଣ ଚାଲିଛି।

୫୦ ଏକର ଜମିରେ ନିର୍ମିତ ଟେଣ୍ଟ ସିଟିରେ ୧୫ ଶହରୁ ଅଧିକ କକ୍ଷ ଉପଲବ୍ଧ ହେବ। ଅତି କମରେ ୧୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଏଠାରେ ରହିବା ବ୍ୟବସ୍ଥା ହେଉଛି। ଏହାର ପ୍ରବେଶ ଦ୍ୱାରରେ ସ୍ଥାନିତ ଭଗବାନ ରାମଚନ୍ଦ୍ରଙ୍କ ଚରଣ ପାଦୁକାର ପ୍ରତିକୃତିକୁ। ଟେଣ୍ଟ ସିଟି ମଧ୍ୟରେ ପ୍ରବେଶ କରୁ କରୁ ରାମ ନଗରୀର ଅନୁଭୂତି ଦେବା ଲାଗି ଏହି ପାଦୁକାକୁ ରଖା ଯାଇଛି।

Advertisment

ସେହିପରି ଟେଣ୍ଟ ସିଟି ମଧ୍ୟରେ ଏକ ପେଣ୍ଡାଲ ମଧ୍ୟ ନିର୍ମାଣ କରାଯାଇଛି। ଏଠାରେ ପ୍ରତିଦିନ ସଂଧ୍ୟାରେ ରାମଳୀଳା ଓ ରାମାୟାଣ କଥାବସ୍ତୁ ଉପରେ ଆଧାରିତ ଅନ୍ୟାନ୍ୟ ବିଷୟ, ଭଜନ ଓ ସଂଗୀତ ସମାରୋହ ଆୟୋଜନ କରାଯିବ। ପରମ୍ପରାର ସ୍ପର୍ଶ ସହ ଟେଣ୍ଟ ସିଟିରେ ରହିଛି ସମସ୍ତ ଅତ୍ୟାଧୁନିକତା ବ୍ୟବସ୍ଥା। ପାଇଭ ଷ୍ଟାର ହୋଟେଲରେ ମିଳୁଥିବା ସୁବିଧାଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ ବୋଲି ଆୟୋଜକ କହିଛନ୍ତି।

ଆରାମଦାୟକ ବେଡ, ଚକାଚକ ବାଥରୁମ, ବସିବା ଲାଗି ଟେରେସ ଓ ଆମୋଦ ପ୍ରମୋଦର ଅନ୍ୟାନ୍ୟ ବ୍ୟବସ୍ଥା ବି କରାଯାଇଛି। ଶ୍ରଦ୍ଧାଳୁଙ୍କ ଖାଇବା ଲାଗି ସମୂହ ରୋଶଶାଳାର ବ୍ୟବସ୍ଥା ହୋଇଛି। ତା ସାଙ୍ଗକୁ ଟେଣ୍ଟ ସିଟିରେ ଫୁଟକୋର୍ଟ, ସପ୍ ଓ ହସ୍ପିଟାଲ ବି ଖୋଲିବ।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଡାକ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ। ଟେଣ୍ଟ ସିଟି ମଧ୍ୟରେ ବିଭିନ୍ନ ଟେଲିକମ୍ କଂପାନୀଙ୍କ ମୋବାଇଲ ନେଟୱର୍କ ଟାୱାର ବି ରହିବ। ଶ୍ରଦ୍ଧାଳୁ ଯେଭଳି ସହଜରେ ଇଣ୍ଟରନେଟ ଓ ଫୋନ ସୁବିଧା ପାଇବେ ତାକୁ ଦୃଷ୍ଟି ରଖି ଏହି ବ୍ୟବସ୍ଥା କରାଯାଇଛି।

Ayodhya Ram Mandir