Advertisment

ଗୋରୁଗାଈଙ୍କୁ ଦେଲେ ୫୬ ପ୍ରକାର ଭୋଗ

ପ୍ରାୟ ୧୫୦ ଗୋରୁଙ୍କୁ ଏହି ଭୋଗ ଲାଗିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Chappan Bhog

Chappan Bhog

ଗୋଶାଳାରେ ଗୋ-ମାତାଙ୍କୁ ଭୋଗ ଦେଲା ୫୬ ପ୍ରକାର ଭୋଗ। ପ୍ରାୟ ୧୫୦ ଗୋରୁଙ୍କୁ ଏହି ଭୋଗ ଲାଗିଛି। ଦିନେ ଅଧେ ନୁହେଁ ଗତ ୩୦ ବର୍ଷ ହେଲା ୫୬ ପ୍ରକାର ଭୋଗ ଗୋରୁଙ୍କୁ ଏଠାରେ ଦିଆଯାଉଛି। ରାଉରକେଲାର ଛିନ୍ଦ ଅଞ୍ଚଳରେ ରହିଛି ଏହି ଶ୍ରୀମନ୍ଦିର ଗୋମନ୍ଦିର ଗୋଶାଳା। ତେବେ ଗତ ୫ ତାରିଖରେ ଏଠାରେ ୫୬ ଭୋଗ କରାଯିବାର ବିରାଟ ଉତ୍ସବ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଗୋପ୍ରେମୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ବେଦପାଠ ଓ ଗୋପୂଜନ ପରେ ଗୋରୁମାନଙ୍କୁ ଏହି ୫୬ ଭୋଗ ଲାଗି କରାଯାଇଥିଲା।

Advertisment

ଗୋରୁ ଭିତରେ ତେତିଶ କୋଟି ଦେବୀଦେବତା ବାସ କରୁଥିବା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବାରୁ ଗୋମାତାଙ୍କୁ ସନ୍ତୁଷ୍ଟ କରି ସମସ୍ତଙ୍କ କଲ୍ୟାଣ ନିମନ୍ତେ ଏହି ଭୋଗ ଲଗାଉଛନ୍ତି ରାଉରକେଲାର ଗଣେଶ ବାଗେଡ଼ିୟା ଓ ତାଙ୍କ ପତ୍ନୀ।

Chappan Bhogଛପନ ଭୋଗ ଗୋରୁଙ୍କ ନିମନ୍ତେ ପ୍ରସ୍ତୁତ ହୋଇଛି।

ରାଉରକେଲା ପାନପୋଷ ଅଞ୍ଚଳର ଶ୍ରୀ ବାଗେଡିଆ ଏକ ମସଲା କମ୍ପାନୀ ମାଲିକ। ସ୍ଥାନୀୟ ଲୋକଙ୍କ ସହଯୋଗ ନେଇ ସେ ଏହି ଗୋଶାଳାରେ ଗୋରୁଗାଈମାନଙ୍କ ସେବାଯତ୍ନ କରୁଛନ୍ତି। ସେ ଏହି ଗୋଶାଳାର ଅଧ୍ୟକ୍ଷ ଅଛନ୍ତି।

Advertisment
Chappan Bhogଗୋରୁଙ୍କୁ ଛପନ ଭୋଗ ଦିଆଯାଉଛି।

ସେ କହିଛନ୍ତି, ଗୋ-ସେବା କରିବା ମହତ୍ କାମ। ତେଣୁ ୩୫ ବର୍ଷ ଧରି ଗୋସେବାକୁ ବ୍ରତ କରି ନେଇଛନ୍ତି। ଲୋକଙ୍କୁ ଗୋସେବା ଭାବନାରେ ଯୋଡ଼ିବା ନିମନ୍ତେ ଉଦ୍ୟମ କରି ଚାଲିଛନ୍ତି। ଯେହେତୁ ସମସ୍ତେ ଦେବୀଦେବତାଙ୍କୁ ୫୬ ଗୋଟି ଭୋଗ ପୂଜା କରନ୍ତି, ତେଣୁ ଗୋ-ମାତାଙ୍କୁ ମଧ୍ୟ ଏଭଳି ଭୋଗ ଦେବାକୁ ମନରେ ବିଚାର ଆସିଥିଲା। କାରଣ ଗୋ-ମାତାଙ୍କ ଭିତରେ ସମସ୍ତ ଦେବୀଦେବତା ରହିଛନ୍ତି। ତେଣୁ ବିଭିନ୍ନ ପ୍ରକାର ମିଠା, ପରିବା, ଫଳ, ରୁଟି, ଘାସ, ଚାଉଳ ଗୋ-ମାତାଙ୍କୁ ଦିଆଯାଇଥିଲା। ସମସ୍ତ ଗୋଶାଳାରେ ଏଭଳି ଭୋଗ ଲାଗିବା ଉଚିତ୍। ସମସ୍ତଙ୍କ ମନରେ ଗୋ-ମାତାଙ୍କ ପ୍ରତି ଭକ୍ତି ଜାଗ୍ରତ କରିବାକୁ ପ୍ରୟାଶ ନିରନ୍ତର ହେବା ଦରକାର।

She Loves Cows Cow Farming