ଶସ୍ତାରେ ଘର ଭଡ଼ା ଦେଇ ହିନସ୍ତାରେ ସରକାର। ବକେୟା ପଡିଛି ଲକ୍ଷାଧିକ ଘରଭଡା ଟଙ୍କା। ଟଙ୍କା ଆଦାୟ ନ କରି ପାରି ଦେବାଳିଆ ହୋଇଗଲାଣି କୋଅପରିଟିଭ ସଂସ୍ଥା। ଭୁବନେଶ୍ବରସ୍ଥିତ ହାଉସିଂ କୋପଅରିଟିଭ ସୁଲଭ ମୂଲ୍ୟରେ ଘରଭଡାରେ ଦେଇ ଏବେ ପସ୍ତାଉଛି। ନା ଭଡାଟିଆଙ୍କୁ ବାହାର କରି ପାରୁଛି, ନା ବକେୟା ଥିବା ଟଙ୍କା ଆଦାୟ କରି ପାରୁଛି।
୧୯୮୦ ମସିହାରେ ରାଜଧାନୀ ଭୁବନେଶ୍ବରରେ ହାଉସିଂ କୋପଅରିଟିଭ ସଂସ୍ଥା ସୁଲଭମୂଲ୍ୟରେ ଘର ଭଡା ଯୋଗାଇ ଦେବା ପାଇଁ ଭୁବନେଶ୍ବର ଖାରବେଳ ନଗରରେ ଏକ ବହୁତଳ ବିଲଡିଂ ନିର୍ମାଣ କରିଥିଲା । ରାମ ମନ୍ଦିର ପଛପଟେ ଥିବା ଏହି ବିଲଡିଂରେ ଏବେ 2BHK ଘରକୁ ୭୩୪୮ ଟଙ୍କା ଭଡା ଥିବା ବେଳେ 3 BHK ଘର ମାତ୍ର ୧୦ ହଜାର ଟଙ୍କାରେ ମିଳି ଯାଉଛି ।
ସରକାରୀ ଜମିରେ ଗଢି ଉଠିଥିବା ଏହି ଘରକୁ ବର୍ଷ ବର୍ଷ ଧରି ଲୋକ ମାଡି ବସି ରହୁଛନ୍ତି, କିନ୍ତୁ ନିୟମିତ ଭରଭଡା ଦେଉନଥିବା ଅଭିଯୋଗ ହୋଉଛି । ଅଭିଯୋଗ ଅନୁଯାୟୀ ୫୦ଲକ୍ଷରୁ ଅଧିକ ଟଙ୍କାର ଘର ଭଡା ଏବେ ବି ବକେୟା ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ବିଲଡିଂକୁ ଲାଗି ରହିଥିବା ହାଉସିଂ କୋଅପରିଟିଭର କାର୍ଯ୍ୟାଳୟର କୌଣସି ଲୋକ ମୁହଁ ଖୋଲିବାକୁ ନାରାଜ।
ସେପଟେ ଏହାର ଦାୟିତ୍ବରେ ଥିବା ଡେପୁଟି ରେଜିଷ୍ଟାର ଗାୟତ୍ରୀ ପଟ୍ଟନାୟକଙ୍କୁ ଆମେ ଭେଟିଥିଲେ ବି ସେ ବି କ୍ୟାମେରା ସମ୍ମୁଖରେ କହିଛି କହିବାକୁ ସିଧା ମନା କରି ଦେଇଥିଲେ । ୮ ଲକ୍ଷ ଟଙ୍କା ଘରଭଡା ବକେୟା ଥିବା ସେ ସ୍ବୀକର କରିଛନ୍ତି । ତାଙ୍କ କହିବା ଅନୁଯାୟୀ ୯ ଜଣ ଭଡାଟିଆ ବାରମ୍ବାର ନୋଟିସ୍ ପରେ ବି ଭଡା ଦେଉ ନାହାଁନ୍ତି । ସେମାନଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରାଯାଇଛି । ଦରକାର ପଡିଲେ ଆଇନ୍ ଅନୁଯାୟୀ ସେମାନଙ୍କୁ ପୁଲିସ ଲଗାଇ ବାହାର କରାଯିବ ବୋଲି କହିଛନ୍ତି ଗାୟତ୍ରୀ ପଟ୍ଟନାୟକ । ଏବେ ପୁଣି ପ୍ରଧାନମନ୍ତ୍ରୀ ସହରାଂଚଳ ଆବାସ ଯୋଜନାରେ ସରକାର ଘରଭଡା ଦେବାକୁ ଯୋଜନା କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ହାଉସିଂ କୋପଅରିଟିଭ ଭଳି ଏ ଭଡା ବି ବାକି ଖାତାରେ ରହି ଯିବା ନାହିଁ ତ?
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/08/bhubaneswar-2026-02-08-15-55-04.jpg)