Advertisment

ଶ୍ୱଶୁର ଘରକୁ ଯିବେ କି ମୁଖ୍ୟମନ୍ତ୍ରୀ? ତତ୍ପର ଜିଲ୍ଲାପ୍ରଶାସନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘର କେନ୍ଦୁଝରରେ ହୋଇଥିଲା ବେଳେ ଶ୍ୱଶୁର ଘର ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ କାଦୁଆଣି ଗାଁରେ। ଏବେ ସେହି ଗାଁରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ଶାଶୁ ଓ ତାଙ୍କ ପରିବାର ଲୋକେ।

Gest House

Gest House

Advertisment

ଜନ୍ମମାଟି ପରେ ଶ୍ୱଶୁର ଘରକୁ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିପାଇଁ ତତ୍ପର ହୋଇଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ। ୩ ଦିନ ତଳେ ଜିଲ୍ଲାପାଳ ବିଶୋଇ ଯାଇଥିଲେ। ଆଉ ବିଶୋଇରେ ଥିବା ରାଜ ରାଜୁଡ଼ା ଅମର ଗେଷ୍ଟ ହାଉସ୍‌ର ମରାମତି ନେଇ ସ୍ଥାନୀୟ ଲୋକ ଓ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ। ଶୁଣିବାକୁ ମିଳୁଛି, ମୁଖ୍ୟମନ୍ତ୍ରୀ ଶ୍ୱଶୁର ଘର ଗଲେ ସେଠାରେ କୁଆଡେ ବିଶ୍ରାମ ନେବେ ଓ ଲୋକଙ୍କୁ ଭେଟିବେ।

Advertisment

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘର କେନ୍ଦୁଝରରେ ହୋଇଥିଲା ବେଳେ ଶ୍ୱଶୁର ଘର ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ କାଦୁଆଣି ଗାଁରେ। ଏବେ ସେହି ଗାଁରେ ରହୁଛନ୍ତି ମୁଖ୍ୟମନ୍ତ୍ରୀ ଶାଶୁ ଓ ତାଙ୍କ ପରିବାର ଲୋକେ। ବିଧାୟକ ଥିଲା ବେଳେ ଓ ତା’ପୂର୍ବରୁ ଶ୍ରୀ ମାଝୀ ଅନେକ ଥର ଶ୍ୱଶୁର ଘର ଯାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ହେଲା ପରେ ଶ୍ରୀ ମାଝୀ ଜନ୍ମମାଟିକୁ ଯାଇଥିବା ବେଳେ ଶ୍ୱଶୁର ଘରକୁ ଯାଇପାରନ୍ତି। ସେଥିପାଇଁ ଶ୍ୱଶୁର ଘର ଲୋକେ ଅନାଇ ବସିଛନ୍ତି। ହେଲେ ଯଦି ମୁଖ୍ୟମନ୍ତ୍ରୀ ଶ୍ୱଶୁର ଘର ଯାହାନ୍ତି, ତାହାହେଲେ ରହିବେ କେଉଁଠି?

ବିଧାୟକ ଥିଲା ବେଳେ ଶ୍ରୀ ମାଝୀ ଶ୍ୱଶୁର ଘରକୁ ଗଲା ବେଳେ ଗାଁ ଲୋକଙ୍କ ସହିତ ମିଶୁଥିଲେ। ଆଉ ଶ୍ୱଶୁର ଘରେ ବିଶ୍ରାମ ନେଉଥିଲେ ଓ ଖାଉଥିଲେ। ହେଲେ ମୁଖ୍ୟମନ୍ତ୍ରୀ ହେଲା ପରେ ତାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ପ୍ରୋଟୋକଲ୍‌। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ୱଶୁର ଘରଠାରୁ ଦୁଇ କିମି ଦୂରରେ ବିଶୋଇ ବଜାରରେ ଥିବା ରାଜରାଜୁଡ଼ା ଅମର ଡାକ ବଙ୍ଗଳାର ମରାମତି କରାଯିବା ନେଇ ଚର୍ଚ୍ଚା ହେଉଛି।

Advertisment

ଦୁଇ ଦିନ ତଳେ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତା ତ୍ରେୟ ଭାଓ ସାହେବ ସିନ୍ଦେ, ରାଇରଙ୍ଗପୁର ଉପଜିଲ୍ଲାପାଳ ସୋରଜ ଦାସ ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ବିଶୋଇ ଗସ୍ତରେ ଯାଇଥିଲେ। ଆଉ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଭଙ୍ଗା ଦଦରା ଅବସ୍ଥାରେ ଥିବା ଡାକ ବଙ୍ଗଳାର ନବକଳେବର ଓ ବିଶୋଇର ଆଦିବାସୀମାନଙ୍କ ହାଟକୁ ମଡେଲ ହାଟରେ ପରିଣତ କରିବା ପାଇଁ ଆଲୋଚନା କରିଥିଲେ। ଏହାଛଡ଼ା ବିଶୋଇ ମେଡ଼ିକାଲକୁ କିଭଳି ଉନ୍ନତି କରାଯିବ, ତାହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସେପଟେ ଦେଖିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ଶ୍ୱଶୁର ଘର ଗାଁର ଚିତ୍ର ଦୟନୀୟ ହୋଇଛି। ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଗାଁରେ ବିଜୁଳି ପହଞ୍ଚିନି। ହେଲେ ଗାଁ ଲୋକଙ୍କ ସହିତ ବିଜୁଳି ଲୁଚକାଳି ଖେଳୁଛି। ଘନଘନ ବିଦ୍ୟୁତ କାଟ ହେଉଥିବା ଗାଁ ଲୋକେ କହିଛନ୍ତି।

ରିପୋର୍ଟ-ରାଇରଙ୍ଗପୁରରୁ ଯଶୋବନ୍ତ ବାରିକ/ବାରିପଦାରୁ ମାନିକଲାଲ ପାଣି

Bjp Mohan Charan Majhi Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe