Advertisment

ଦେଶ ସେବା କରୁଥିଲେ; ହାର୍ଟ ଓ ଲିଭର ଦେଇ ବଞ୍ଚାଇଲେ ଦୁଇ ଜୀବନ

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଲା। ମେଡ଼ିକାଲ୍‌ରେ ଭର୍ତ୍ତି ହେବାର ୪୮ ଘଣ୍ଟା ପରେ ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା।

Bhubaneswar

Bhubaneswar

Advertisment

ବୋଧହୁଏ ଜନ୍ମ ତାଙ୍କର ଥିଲା ସେବା ପାଇଁ! ସେଥିପାଇଁ ପ୍ରହରୀଟିଏ ହୋଇ ଦେଶ ମାଆକୁ ଦେଉଥିଲେ ସୁରକ୍ଷା। ହେଲେ ଜୀବନ ଯନ୍ତ୍ରଣାରେ ଛନ୍ଦି ହୋଇ ଚାଲିଗଲେ ଅଫେରା ରାଇଜକୁ। ଆଉ ଗଲାବେଳେ ନିଜର ହାର୍ଟ ଓ ଲିଭର ଦେଇ ବଞ୍ଚାଇ ଦେଇଗଲେ ଦୁଇ ଜଣଙ୍କ ଜୀବନ। ଏମିତି ଜଣେ ମହାନ୍‌ ଫାଇଟର ହେଉଛନ୍ତି ସିଆରପିଏଫ୍‌ ଯବାନ କୃଷ୍ଣଚନ୍ଦ୍ର ମହାଭୋଇ।

Advertisment

ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁର ୪୮ ବର୍ଷୀୟ କୃଷ୍ଣଚନ୍ଦ୍ର ମହାଭୋଇ। ସେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ (ସିଆରପିଏଫ୍‌)ରେ ଚାକିରି କରୁଥିଲେ। ୨୬ ବର୍ଷ ଧରି ଦେଶ ସେବା କରିଥିଲେ। ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ମେଡ଼ିକାଲ୍‌ରେ ଚେକ୍‌ଅପ୍‌ ପରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ତେଣୁ ଗତ ୨ ବର୍ଷ ହେଲା ତାଙ୍କର ନିୟମିତ ଭାବେ ଡାଏଲିସିସ୍‌ ଚାଲିଥିଲା। ହେଲେ ଗତ ୨୦ ତାରିଖରେ ହଠାତ୍‌ ସେ ଗୁରୁତର ହୋଇପଡ଼ିଥିଲେ।

ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଲା। ମେଡ଼ିକାଲ୍‌ରେ ଭର୍ତ୍ତି ହେବାର ୪୮ ଘଣ୍ଟା ପରେ ତାଙ୍କ ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା। ମେଡ଼ିକାଲ୍‌ କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ବ୍ରେନ୍‌ଡେଡ୍‌ କଥା ଶୁଣି ପତ୍ନୀଙ୍କ ସହ ୨୦ ବର୍ଷର ପୁଅ ଓ ୯ ବର୍ଷର ଝିଅ ଓ ବନ୍ଧୁବାନ୍ଧବଙ୍କ ଆଖିରେ ଜକେଇ ଆସିଥିଲା ଲୁହ। ଆଉ ତା’ପରେ ନିଜ ଛାତିରେ ପଥର ରଖି ନେଇଥିଲେ ବଡ଼ ନିଷ୍ପତ୍ତି। ଅଙ୍ଗଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

Advertisment

ପରିବାର ଲୋକଙ୍କ ଘୋଷଣା ପରେ ମେଡ଼ିକାଲ୍‌ କର୍ତ୍ତୃପକ୍ଷ ସୋଟୋ ସହ ଯୋଗାଯୋଗ କରିଥିଲେ। ହାର୍ଟ ଓ ଲିଭର ଦାନ ପାଇଁ ସହମତି ମିଳିବା ପରେ ଆରମ୍ଭ ହେଲା ଅର୍ଗାନ ରିଟ୍ରାଇଭ୍ ବା ଅଙ୍ଗ କଢ଼ା ପ୍ରକ୍ରିୟା। କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡ କୋଲକାତାର ଟାଟା ମେଡିକାଲ ଓ ଯକୃତ ମୁମ୍ବାଇର ରିଲାଏନ୍ସ ହସ୍ପିଟାଲର ଜଣେ ଲେଖାଏଁ ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି।

Bhubaneswar CRPF Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe