Advertisment

ଦିନ ମଜୁରିଆଙ୍କ ପୁଅ ହେବ ଡାକ୍ତର, ହେଲେ ଘାରିଛି ଅର୍ଥ ଚିନ୍ତା

ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି। ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ ।

Sankarsan with parents

Sankarsan with parents

Advertisment

ଦିନ ମଜୁରିଆ ବାପା ମା’ଙ୍କ ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେତୋସ୍କୋପ । ପୁଅ ନିଟ୍‌ ପରୀକ୍ଷାରେ ପାସ୍‌ କରିବା ପରେ ମେଡିକାଲରେ ସିଟ୍‌ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି। ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ ।

Advertisment

ପୁଅ କିପରି ଡାକ୍ତରୀ ପାଠ ପଢ଼ିବ, କିପରି ତା’ର ନାମ ଲେଖାଇବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ ଘଟିଛି। ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ବିନା କୌଣସି କୋଚିଂରେ କେବଳ ଅନଲାଇନ୍‌ କ୍ଲାସ୍‌ କରି ସେ ଏହି ସଫଳତା ହାସଲ କରିଛନ୍ତି। ଫଳରେ ସର୍ବ ଭାରତୀୟ ସ୍ତରରେ ତାଙ୍କ ରାଙ୍କ ୧ ଲକ୍ଷ ୧୯ ହଜାର ୬୬ ରହିଥିବା ବେଳେ ରାଜ୍ୟ ସ୍ତରରେ ରାଙ୍କ ୪, ୭୫୬ ରହିଛି। ଆଦିବାସୀ ଉପାନ୍ତ ଅଞ୍ଚଳର ଶଙ୍କର୍ଷଣ ମଣ୍ଡଳ ବିନା କୌଣସି କୋଚିଂରେ ନିଜ ପ୍ରଚେଷ୍ଠାରେ ହିଁ ଏହି ସଫଳତା ହାସଲ କରିଛନ୍ତି। ନିଜ ଦ୍ୱିତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି ଶଙ୍କର୍ଷଣ ।

Advertisment

ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାମିଲନାଡ଼ୁର ରାଜା ମୁଥିଆ ସରକାରୀ ମେଡିକାଲ କଲେଜରେ ପାଠ ପଢ଼ିବା ଲାଗି ମନୋନୀତ ହୋଇଛନ୍ତି ଶଙ୍କର୍ଷଣ ।

ହେଲେ ଦିନ ମଜୁରି ଲାଗିଲେ ପରିବାର ମୁହଁରେ ଦାନା ଦେଉଥିବା ଶଙ୍କର୍ଷଣଙ୍କ ବାପାମା’ଙ୍କ ନିକଟରେ ସମ୍ବଳ ବୋଲି କିଛି ନାହିଁ। ବହୁ କଷ୍ଟରେ ଅର୍ଥ ରୋଜଗାର କରି ପୁଅକୁ ଅନଲାଇନ୍‌ରେ ନିଟ୍‌ କୋଚିଂ ଦେଇଥିଲେ। ପୁଅ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା ଖୁସି ସହ ସେମାନଙ୍କ ମଧ୍ୟରେ ଅର୍ଥ ଯୋଗାଡ଼ ନେଇ ଚିନ୍ତା ବି ବଢ଼ି ଯାଇଛି।

Sankarshan Mandalଶଙ୍କର୍ଷଣ ମଣ୍ଡଳ ।

ସକାଳେ ଖଟିବାକୁ ଗଲେ ସନ୍ଧ୍ୟାରେ ଖାଇବା ଯୋଗାଡ଼ କରି ପାରୁଥିବା ବାପାମା’ କିପରି ଲକ୍ଷ ଲକ୍ଷ ଟଙ୍କା ଯୋଗାଡ଼ କରିବେ, ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି। ମନରେ ଖୁସି ଥିଲେ ବି ଆପେଆପେ ଆଖି ଜକେଇ ଯାଉଛି। ପୁଅକୁ ଡାକ୍ତର ଭାବେ ଦେଖିବା ନିମନ୍ତେ ମନରେ ଅଦ୍ୟମ ଇଚ୍ଛା ଥିଲେ ବି କିପରି ଖର୍ଚ୍ଚ ତୁଲାଇବେ ତାହା ଭାବି ଭାବି ଏବେ ସେମାନଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ ।

ଏନେଇ ଶଙ୍କର୍ଷଣ କହିଛନ୍ତି, ପିଲା ବେଳୁ ଡାକ୍ତର ହେବାକୁ ଇଚ୍ଛା ଥିଲା। ତେଣୁ ପାଠପଢ଼ାରେ ମନ ଦେଉଥିଲି। ମାତ୍ର କୋଚିଂ ନିମନ୍ତେ ବାପାମା’ଙ୍କ ନିକଟରେ ଅର୍ଥର ଘୋର ଅଭାବ ଥିଲା। ତେଣୁ ଅନଲାଇନ୍‌ କୋଚିଂ ନେଇ ନିଜକୁ ପ୍ରସ୍ତୁତ କରୁଥିଲି। ଏଥିନିମନ୍ତେ ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି। ଶେଷରେ ମେଡିକାଲ ସିଟ୍‌ ପାଇଥିଲେ ବି କିପରି ପାଠ ପଢ଼ିବି, ଟଙ୍କା କେଉଁଠୁ ଆସିବ ସେ ଚିନ୍ତା ମୋତେ ଓ ମୋ’ ବାପାମା’ଙ୍କୁ ଘାରିଛି।

ପୁଅର ସ୍ୱପ୍ନ ପୂରଣ ପାଇଁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି ଶଙ୍କର୍ଷଣଙ୍କ ପିତାମାତା।

NEET Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe