Advertisment

ଏୟାରପୋର୍ଟର ଏ କି ଅବସ୍ଥା? ଲବିରେ ବୁଲୁଛନ୍ତି ବୁଲା କୁକୁର ଓ ରନୱେରେ ଚରୁଛନ୍ତି ଗାଈ

୯ ଜାନୁଆରୀ ୨୦୨୪ରେ ତରବରିଆ ଭାବେ ମାଲକାନଗିରି ବିମାନ ବନ୍ଦରର ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
malkangiri airport

malkangiri airport

Advertisment

ସାତ ମାସ ତଳେ ଉଦଘାଟିତ ହୋଇଥିଲା ମାଲକାନଗିରିରେ ବିମାନ ବନ୍ଦର। କାମ ସରି ନଥିବା ବେଳେ ତରବରିଆ ଭାବେ ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟନ ପରେ ୪ରୁ ୫ ଥର ବିମାନ ଓହ୍ଲାଇବାର ସୌଭାଗ୍ୟ ଅର୍ଜିଥିଲା ‌ଏହି ବିମାନ ବନ୍ଦର। ଏବେ ଯେଉଁଠି ବିମାନ ବନ୍ଦର ଗେଟ୍ ଓ ମୁଖ୍ୟ ଲବି ରହିଛି ସେଠି ବୁଲା କୁକୁରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଆଉ ଯେଉଁଠି ବିମାନ ଉଡ଼ାଣ ଓ ଅବତରଣ କରିବା କଥା, ସେହି ରନୱେରେ ଏବେ ଗାଈଗୋରୁ ଚରୁଛନ୍ତି।

Advertisment

ବିମାନ ବନ୍ଦରର ଦୁରବସ୍ଥାର ଦୃଶ୍ୟ ଏତିକିରେ ସରିନି। ବିମାନ ବନ୍ଦରର କାନ୍ଥ ଭୁଶୁଡ଼ି ପଡ଼ିଛି। ଏୟାରପୋର୍ଟରୁ ରନୱେକୁ ଯେଉଁ ରାସ୍ତା ସଂଯୋଗ ହୋଇଛି ତାହା ଧୋଇ ଯାଇଛି। ଲଗାଣ ବର୍ଷା ଯୋଗୁ ଏବେ ଏଠାରେ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ କେତେ ଉନ୍ନତମାନର କାମ ହେଇଥିଲା ଏଠି!

୯ ଜାନୁଆରୀ ୨୦୨୪ରେ ତରବରିଆ ଭାବେ ମାଲକାନଗିରି ବିମାନ ବନ୍ଦରର ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ବନ୍ଦର ନିର୍ମାଣ ସମୟରେ ଉପାନ୍ତରେ ବିମାନ ଉଡ଼ିବ ବୋଲି ମାଲକାନଗିରିବାସୀଙ୍କୁ ଆଶା ଦେଖାଇଥିଲେ। ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ବଡ଼ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ବିମାନ ବନ୍ଦର ଉଦଘାଟିତ ହେବାର  ୭ ମାସ ପରେ ଏପରି ଅବସ୍ଥା ଦେଖିବାକୁ ମିଳିଛି। ଏହି ବିମାନବନ୍ଦରକୁ ୧୦ରୁ ୧୨ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ଏହାବ୍ୟତିତ ଏହି ବିମାନବନ୍ଦରର ରକ୍ଷଣାବେକ୍ଷଣ ଉପରେ କିଛି ଗୁରୁତ୍ୱ ଦିଆଯାଉ ନାହିଁ।

Advertisment

ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଦେବବର ପ୍ରଧାନ କହିଛନ୍ତି, ବର୍ଷା ପରେ ବିମାନ ବନ୍ଦର ଭିତରକୁ ମୁଁ ଯାଇ ନାହିଁ। ପାଣି ଯିବା ପାଇଁ ବିମାନବନ୍ଦରରେ ଡ୍ରେନ ହୋଇଥିଲା। ହେଲେ ଡ୍ରେନ କାମ ସଂପୂର୍ଣ୍ଣ ହୋଇ ନଥିଲା। ମୁଁ ବିମାନବନ୍ଦରକୁ ଯାଇ ସ୍ଥିତି ଅନୁଧ୍ୟାନ କରି କ’ଣ କରି ହେବ ତାର ବ୍ୟବସ୍ଥା କରିବି। 

Malkangiri Malkangiri Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe