Advertisment

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ; ମହାନଦୀ କୂଳରେ ଗଢ଼ିଲେ ଇକୋ ଭିଲେଜ୍‌

କଥା କହିନପାରିଲେ କ’ଣ ହେଲା। ପ୍ରଫେସର ପଣ୍ଡା କିନ୍ତୁ ସବୁ ବୁଝିପାରିଥିଲେ। ଆଉ ପ୍ରଫେସର ଉଲରିକ‌୍‍ ଜେସନଙ୍କ ପ୍ରେମ ନିବେଦନକୁ ସାଦରେ ଗ୍ରହଣ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ଚାଲିଲା ନୀରବ ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା।

panda

panda

Advertisment

ଜର୍ମାନୀର ଝିଅ ବନିଲେ ଓଡ଼ିଶାର ବୋହୂ। ହେଲେ ଦିବ୍ୟାଙ୍ଗ ଯୁବକ ଶିବାଜୀ ପଣ୍ଡାଙ୍କୁ ଜୀବନ ସାଥୀ। ଆଉ ଓଡ଼ିଶାର ମାଟି, ପାଣି, ପବନ ଓ ଭାଷା ସଂସ୍କୃତି ପ୍ରେମରେ ପଡ଼ିଗଲେ। ଇଂଲଣ୍ଡରେ ପ୍ରଫେସର ଚାକିରି ଛାଡ଼ି ସ୍ୱାମୀଙ୍କ ସହିତ ଓଡ଼ିଶା ଫେରି ଆସିଲେ। ମହାନଦୀ କୂଳରେ ତିଆରି କଲେ ଇକୋ-ଭିଲେଜ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା। ନା ଶୁଣି ପାରନ୍ତି ନା କହିପାରନ୍ତି। ତଥାପି ସେ ସାଧାରଣ ପିଲାଙ୍କ ପରି ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ଦଶମ ପାସ୍‌ କରିବା ପରେ ସୋନପୁର ଯାଇଥିଲେ। ସେଠାରେ ରାଜ କଲେଜରୁ ବିଏ ପାସ୍‌ କରିଥିଲେ। ତା’ପରେ ସେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସାଙ୍କେତିକ ଭାଷାରେ ଏମ୍‌ଏ ପଢ଼ିଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଭଲ ମାର୍କରେ ସେ ଏମ୍‌ଏ ପାସ୍‌ କରିଥିଲେ।

ଏମ୍‌ଏରେ ଭଲ ମାର୍କ ରଖିଥିବାରୁ ଇଂଲଣ୍ଡର ୟୁନିର୍ଭସିଟି ଅଫ୍‌ ସେନ୍‌‌ଟ୍ରାଲ୍‌ ଲାଙ୍କାସିରରେ ସାଙ୍କେତିକ ଭାଷାର ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ଯେଉଁମାନେ କହିପାରନ୍ତି ନାହିଁ ଓ ଶୁଣିପାରନ୍ତି ନାହିଁ ସେମାନଙ୍କର ତ୍ରାଣ କର୍ତ୍ତା ସାଜିଥିଲେ ପ୍ରଫେସର ପଣ୍ଡା। ସେଇଠି ସେ ଜର୍ମାନୀର ଯୁବତୀ ପ୍ରଫେସର ଉଲରିକ‌୍‍ ଜେସନଙ୍କୁ ଭେଟିଥିଲେ। ପ୍ରଫେସର ଉଲରିକ‌୍‍ ଜେସନ ମଧ୍ୟ ସେହି ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। କେବଳ ଏତିକି ଫରକ- ପ୍ରଫେସର ପଣ୍ଡା ହେଉଛନ୍ତି ଜଣେ ଦିବ୍ୟାଙ୍ଗ କିନ୍ତୁ ପ୍ରଫେସର ଜେସନ୍‌ ଜଣେ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି। ଅର୍ଥାତ ସେ କହିପାରନ୍ତି, ଶୁଣିପାରନ୍ତି, ଚାଲିପାରନ୍ତି। ସେ ପ୍ରଫେସର ପଣ୍ଡାଙ୍କ ଚାଲିଚଳଣ ଓ ଶାନ୍ତ ସ୍ୱଭାବରେ ଫିଦା ହୋଇଥିଲେ ପ୍ରଫେସର ଉଲରିକ‌୍‍ ଜେସନ। ଆଉ ତାଙ୍କୁ ମନ ଦେଇବସିଥିଲେ। ସାଙ୍କେତିକ ଭାଷାରେ ନିଜ ମନ କଥା ଓ ବ୍ୟଥାକୁ ପ୍ରଫେସର ପଣ୍ଡାଙ୍କ ଆଗରେ ବଖାଣି ଥିଲେ।

Advertisment

କଥା କହିନପାରିଲେ କ’ଣ ହେଲା। ପ୍ରଫେସର ପଣ୍ଡା କିନ୍ତୁ ସବୁ ବୁଝିପାରିଥିଲେ। ଆଉ ପ୍ରଫେସର ଉଲରିକ‌୍‍ ଜେସନଙ୍କ ପ୍ରେମ ନିବେଦନକୁ ସାଦରେ ଗ୍ରହଣ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ଚାଲିଲା ନୀରବ ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଓଡ଼ିଆଣୀ ବେଶରେ ସଜେଇ ହୋଇଥିଲେ। ଶାଢ଼ୀ ପିନ୍ଧିଥିଲେ। ଆଉ ପ୍ରଫେସର ପଣ୍ଡାଙ୍କୁ ବିବାହ କରିଥିଲେ। ଲଣ୍ଡନର ଏକ କୋର୍ଟରେ ବିବାହ କରିଛନ୍ତି।

ବିବାହ ପୂର୍ବରୁ ପ୍ରଫେସର ଉଲରିକ‌୍‍ ଜେସନ ଓ ପ୍ରଫେସର ପଣ୍ଡା ମହାନଦୀ କୂଳରେ ଜାଗା କିଣିଥିଲେ। ଆଉ ସେଠାରେ ଗଢ଼ିଥିଲେ ଇକୋ ଭିଲେଜ୍‌। ନାଁ ଦେଇଥିଲେ ଲକ୍ଷ୍ମଣପୁର ଇକୋ ଭିଲେଜ୍‌। ସେଠାରେ ସେ ଗୋଟିଏ ସ୍କୁଲ ତିଆରି କରିଛନ୍ତି। ଯେଉଁଠି ମୁକ, ବିଧିର ପିଲାମାନେ ପାଠ ପଢ଼ୁଛନ୍ତି। ଜୈବିକ ପଦ୍ଧତିରେ ପନିପରିବା ଚାଷ ଠାରୁ ଆରମ୍ଭ କରି କରମଙ୍ଗା, ଲେମ୍ୱୁ, ଆମ୍ୱ, ନଡିଆ, ଚାଇନିଜ‌୍‍ ଲେମ୍ୱୁ ଗଛ ଆଦି ୬୦ ପ୍ରକାର ଚାରା ରୋପଣ କରୁଛନ୍ତି।

ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଇଂଲଣ୍ଡରେ ଲକ୍ଷାଧିକ ଟଙ୍କାର ଚାକିରି ପ୍ରଫେସର ପଣ୍ଡା ଓ ପ୍ରଫେସର ଉଲରିକ‌୍‍ ଜେସନ ଓଡ଼ିଶା ଫେରି ଆସିଛନ୍ତି। ଆଉ ନିଜ ଇକୋ ଭିଲେଜରେ ଜୀବନ ଅତିବାହିତ କରୁଛନ୍ତି। ମହାନଦୀ କୂଳରେ ପ୍ରକୃତିକୁ ଉପଭୋଗ କରୁଛନ୍ତି। ଆଉ ଓଡ଼ିଆଣୀଟିଏ ପରି କେତେବେଳେ ରୋଷେଇ କରୁନ୍ତି ତ ଆଉ କେତେବେଳେ ମାଆଟିଏ ହୋଇ ଗଛମାନଙ୍କ ସେବା କରୁଛନ୍ତି। ଏବେ ସେଠାକୁ ଦେଶ ବିଦେଶର ଶିକ୍ଷାବିତମାନେ ଆସୁଛନ୍ତି। ଆଉ ପ୍ରକୃତିକୁ ଉପଭୋଗ କରୁଛନ୍ତି।

ରିପୋର୍ଟ- ବିନିକାରୁ ଦିଲ୍ଲୀପ କୁମାର ସାହୁ

Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe