Advertisment

‘ଗାଁରେ ରାସ୍ତା ନାହିଁ ମାନେ ଆଗାମୀ ନିର୍ବାଚନରେ ଭୋଟ୍‌ ନାହିଁ’

ପ୍ରତିଥର ନିର୍ବାଚନ ସମୟରେ ରାଜନେତାମାନେ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଦେଇଥାନ୍ତି ପ୍ରତିଶ୍ରୁତି। ମାତ୍ର ନିର୍ବାଚନପରେ ସବୁ ଭୁଲି ଯାଆନ୍ତି।

ଅଦ୍ୟତନ ହୋଇଛି
Village Problem

Village Problem

Advertisment

ଅନୁଗୋଳ ଜିଲ୍ଲା ମାଣିକଯୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଧକୋଇଲି ଗାଁ ମୌଳିକ ସୁବିଧାରୁ ବଞ୍ଚିତ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ଖଣ୍ଡିଏ ପକ୍କା ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପ୍ରତିଥର ନିର୍ବାଚନ ସମୟରେ ରାଜନେତାମାନେ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ନିମନ୍ତେ ଦେଇଥାନ୍ତି ପ୍ରତିଶ୍ରୁତି। ମାତ୍ର ନିର୍ବାଚନପରେ ସବୁ ଭୁଲି ଯାଆନ୍ତି। 

Advertisment

ପକ୍କା ରାସ୍ତା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ସୁଫଳ। ପକ୍କାରାସ୍ତା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଆଉ ବର୍ଷା ଦିନ ଆସିଗଲେ ସମସ୍ୟା ଦ୍ୱଗୁଣିତ ହୋଇଯାଏ।

Village Problemକାଦୁଅ ରାସ୍ତା

ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ତେଣୁ ରୋଗୀଙ୍କୁ ପ୍ରାୟ ୫ କିଲୋମିଟର ବୋହିକି ମେଡ଼ିକାଲ ନେବାକୁ ପଡ଼ୁଛି। ପିଲାମାନେ ସ୍କୁଲ ଗଲାବେଳେ ଯେଉଁ ରାସ୍ତା ଦେଇ ଯାଇଥାନ୍ତି ଠାରେ ରହିଥାଏ ଜଙ୍ଗଲ ଜନ୍ତୁଙ୍କ ଭୟ। ଖାଲି ସେତିକି ନୁହେଁ, ପାହାଡ଼ି ଝରଣା ଗାଁ ପାଖ ଦେଇ ପ୍ରବାହିତ ହେଉଥିବା ବେଳେ ପୋଲ ନଥିବାରୁ ଆହୁରି ସମସ୍ୟା ହେଉଛି ଗ୍ରାମବାସୀଙ୍କୁ। 

Advertisment

ଏପରି ସ୍ଥିତିରେ ବାରମ୍ବାର ଦାବି ସତ୍ତ୍ଵେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବିଭିନ୍ନ ସମୟରେ ଗ୍ରାମବାସୀମାନେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ। ମାଣିକଯୋଡ଼ି ଠାରୁ ସିଟିକୋଇଲି ଓ କନ୍ଧକୋଇଲି ଦେଇ ଲେମ୍ବୁତଇଳା ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ କରାଯିବାର ମିଥ୍ୟା ପ୍ରତିଶ୍ରୁତି ପ୍ରତି ନିର୍ବାଚନ ସମୟରେ ରାଜନେତାମାନେ ଦେଇଥାନ୍ତି। କିନ୍ତୁ କେବେବି ଗାଁର ସମସ୍ୟା ସମାଧାନ ହୋଇନାହିଁ। ସେଥିପାଇଁ ଗାଁରେ ରାସ୍ତା ନାହିଁ ମାନେ ଆଗାମୀ ନିର୍ବାଚନରେ ଭୋଟ ନାହିଁ। ଏଭଳି ନିଷ୍ପତ୍ତି ନେଇଛନ୍ତି କନ୍ଧକୋଇଲି ଗ୍ରାମବାସୀ।

Village Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe