Advertisment

ଜଗା ଦର୍ଶନ ପାଇଁ ଆସି ବଡ଼ଦାଣ୍ଡରେ ଦୟନୀୟ ଅବସ୍ଥାରେ ରାତି କାଟୁଛନ୍ତି ଶ୍ରଦ୍ଧାଳୁ

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନୀଳକନ୍ଦରରେ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଶ୍ରୀ ସୁଭଦ୍ରାଙ୍କ ସହିତ ବିଜେ କରୁଛନ୍ତି ମହାପ୍ରଭୁ।

author-image
Manoranjan Sial
Puri

Puri

ମଠ ବାଡ଼ିର ସହର ହେଉଛି ଶ୍ରୀକ୍ଷେତ୍ର। କାହିଁ କେଉଁ କାଳରୁ ଏହି ସବୁ ମଠବାଡ଼ି ତିଆରି ହୋଇଥିଲା। ଖାସ୍‌ ଶ୍ରଦ୍ଧାଳୁଙ୍କ ପାଇଁ। ହେଲେ ପରିକ୍ରମା ପ୍ରକଳ୍ପ ନାଁରେ ସେସବୁ ମାଟିରେ ମିଶିଛି। ଧୂଳିସାତ୍ ହୋଇଯାଇଛି ଧର୍ମଶାଳା। ତା’ହେଲେ ଜଗା ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଗୁରୁବା ଶ୍ରଦ୍ଧାଳୁମାନେ ରହିବେ କେଉଁଠି? କେମିତି ରାତ୍ରି ଜାପନ କରିବେ? ଏପରି ନାନା ପ୍ରଶ୍ନ ଆଜି ପ୍ରଶାସନକୁ ପଚାରୁଛନ୍ତି ଶ୍ରଦ୍ଧାଳୁ। ହେଲେ ନିଦା ବିଷ୍ଣୁ ସାଜିଛି ପ୍ରଶାସନ।

Advertisment

କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନୀଳକନ୍ଦରରେ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଶ୍ରୀ ସୁଭଦ୍ରାଙ୍କ ସହିତ ବିଜେ କରୁଛନ୍ତି ମହାପ୍ରଭୁ। ହେଲେ ପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିବା ଶ୍ରଦ୍ଧାଳୁମାନେ ବଡ଼ ଦାଣ୍ଡରେ ଅତି ଦୟନୀୟ ଭାବେ ରାତ୍ରି ଜାପନ କରୁଛନ୍ତି। ଶୀତୁଆ ରାତିରେ କିଏ ଦୋକାନ ବାରଣ୍ଡାରେ ସମୟ ଅତିବାହିତ କରୁଛି ତ ଆଉ କିଏ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ପିଲା ଛୁଆଙ୍କୁ ଧରି ରହୁଛନ୍ତି। ଆଉ କିଏ ସିଂହଦ୍ୱାର ସମ୍ମୁଖରେ ନିର୍ମାଣ ହୋଇଥିବା ବ୍ୟାରିକେଟରେ ଶୋଇଥିବା ଦେଖିବାକୁ ମିଳିଛି। ଆଉ ବା କ’ଣ କରିବେ? ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାର ମଠ ବାଡ଼ି ଓ ଧର୍ମଶାଳା ଭାଙ୍ଗି ଦେଇଥିବାରୁ ଶ୍ରଦ୍ଧାଳୁମାନେ ଏପରି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି। ହେଲେ ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ନଜର ନାହିଁ।

ଉଦାହରଣ ସ୍ୱରୁପ- କାର୍ତ୍ତିକ ବ୍ରତ ପାଳିବା ପାଇଁ ଗଞ୍ଜାମରୁ ଆସିଥିଲେ କିଛି ବୟସ୍କ ଶ୍ରଦ୍ଧାଳୁ। ସେମାନେ ପ୍ରତିବର୍ଷ ଶ୍ରୀକ୍ଷେତ୍ର ଆସିଥାଆନ୍ତି। ଶ୍ରୀମନ୍ଦିର ପାଖରେ ଥିବା ଧର୍ମଶାଳାରେ ରହୁଥିଲେ। ଚଳିତବର୍ଷ ସେହି ଧର୍ମଶାଳାଟି ଭାଙ୍ଗି ଯାଇଥିବାରୁ ସହର ସାରା ଘୂରି ବୁଲିଥିଲେ। ହେଲେ ରହିବା ପାଇଁ ପାଇଲେ ନାହିଁ ଧର୍ମଶାଳା। ସେପଟେ ପାଖରେ ଏତେ ଟଙ୍କା ନାହିଁ ଯେ ବଡ଼ ବଡ଼ ହୋଟେଲ୍‌ ବା ଗେଷ୍ଟ ହାଉସ୍‌ରେ ରାତି କାଟିବେ। ତେଣୁ ଜଗା ଭରସାରେ ବଡ଼ଦାଣ୍ଡରେ ରାତି କାଟୁଥିବା କୋହର ସହ କହିଛନ୍ତି।

Advertisment

ଦିନ ଦରିଦ୍ରଙ୍କ ବନ୍ଧୁ ବୋଲାଉଥିବା ଜଗନ୍ନାଥଙ୍କ ଧାମରେ ପୁଣି ଭକ୍ତଙ୍କର ଏଭଳି ଅବସ୍ଥା? ଯାହାଙ୍କ ପାଇଁ ମନ୍ଦିର କଡ଼ରେ ଶହ ଶହ ବର୍ଷ ଧରି ମଠ ବାଡ଼ି ଛିଡ଼ା ହୋଇଥିଲା, ସେମାନେ ଆଜି ଶୀତ କାକରରେ ବଡ଼ଦାଣ୍ଡରେ ସଢୁଛନ୍ତି କାହିଁକି? ନା ଶ୍ରୀମନ୍ଦିର ପ୍ରଶାସନର ନିଘା ଅଛି, ନା ଜିଲ୍ଲା ପ୍ରଶାସନ ସାମାନ୍ୟତମ ବ୍ୟବସ୍ଥା କରୁଛି। ତଥ୍ୟ କହୁଛି- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପାଖାପାଖି ୧୮ଟି ଛୋଟବଡ଼ ମଠ ମାଟିରେ ମିଶିଛି। କେବଳ ମହନ୍ତ ଓ ଠାକୁରଙ୍କ ବିଜେ ସ୍ଥଳୀ ଛାଡ଼ି ବାକି ସବୁ ଅଞ୍ଚଳ ନିଶ୍ଚିହ୍ନ ହୋଇଛି। ସେମିତି ମନ୍ଦିର କଡ଼ରେ ଥିବା ଅନେକ ଛୋଟବଡ଼ ଲଜିଂ ଓ ଧର୍ମଶାଳାର ମଧ୍ୟ ସମାନ ଅବସ୍ଥା। ତେଣେ ମଠ ସଂପତ୍ତି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯିବା ପରଠୁ ସେସବୁକୁ ଏବେ ମୋଟା ଅଙ୍କରେ ବିକ୍ରି ପାଇଁ ମସୁଧା ଚାଲିଥିବା ଅଭିଯୋଗ କଲେଣି ମହନ୍ତ।

ହେଲେ ଏଭଳି ଅଭିଯୋଗକୁ କିନ୍ତୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କହିଛନ୍ତି ମଠ ଗୁଡ଼ିକର ପୁନରୁଦ୍ଧାର ଚେଷ୍ଟା ଚାଲିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ସେ କାମ ସାରିବାକୁ ଲକ୍ଷ୍ୟ ରହିଛି। ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ହବିଷ୍ୟାଳୀଙ୍କ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଗକୁ ସ୍ୱଳ୍ପ ମୂଲ୍ୟରେ ୪ ହଜାର ଭକ୍ତଙ୍କ ରହଣୀ ପାଇଁ ବାସେଳି ସାହିରେ ଧର୍ମଶାଳା ନିର୍ମାଣ ଚାଲିଛି।

Puri Shreemandir Puri Sri Jagannath