Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ଧାରୀ ଚିକିତ୍ସା: ମୋବାଇଲ ଲାଇଟରେ ଚାଲିଛି ରୋଗୀ ସେବା

ଇଞ୍ଜେକସନଠୁ ଆରମ୍ଭ କରି ସାଲାଇନ, ରକ୍ତ ଓ ବ୍ୟାଣ୍ଡେଜ ସବୁ କିଛି ମୋବାଇଲ ଲାଇଟ ଦ୍ୱାରା କରାଯାଇଥିଲା ।

ଅଦ୍ୟତନ ହୋଇଛି
medical

medical

Advertisment

ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିବ ପିଟୁଛନ୍ତି। ଅନ୍ୟପଟେ ୫ଟି ସଚିବ ବିଭିନ୍ନ ଜିଲ୍ଲାରେ ମେଡିକାଲକୁ ଯାଇ ସମୀକ୍ଷା କରୁଛନ୍ତି। ରୋଗୀମାନେ କେମିତି ଉତ୍ତମ ସ୍ୱାସ୍ଥ୍ୟ ପାଇପାରିବେ ସେନେଇ ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ବଲାଙ୍ଗିର ଜିଲ୍ଲା ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକଳ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ମୋବାଇଲ ଲାଇଟରେ ଚାଲିଛି ରୋଗୀ ସେବା। ଡାକ୍ତରଖାନାରେ ଲାଇନ ନଥିବାରୁ ଏଭଳି ଢଙ୍ଗରେ ଅନ୍ଧାରୀ ଚିକିତ୍ସା ଚାଲିଛି।

Advertisment

ମେଡିକାଲରେ ଜେନେରେଟର ବ୍ୟବସ୍ଥା ଥିବା ସତ୍ତ୍ୱେ ଚାର୍ଜ ନଥିବା କହିଛନ୍ତି ମେଡିକାଲ କର୍ମଚାରୀ। ଇଞ୍ଜେକସନଠୁ ଆରମ୍ଭ କରି ସାଲାଇନ, ରକ୍ତ ଓ ବ୍ୟାଣ୍ଡେଜ ସବୁ କିଛି ମୋବାଇଲ ଲାଇଟ ଦ୍ୱାରା କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବେଲପଡା ତାରିଣୀ ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଦୁଇ ଜଣବ୍ୟକ୍ତି ଆହତ ହୋଇଥିଲେ। ଆହତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରି ବେଲପଡା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ବିଦ୍ୟୁତ ନଥିବାରୁ ମୋବାଇଲ ଲାଇଟ ଦ୍ୱାରା ରୋଗୀର ଚିକିତ୍ସା କରାଯାଇଥିଲା।

Advertisment

ତେବେ ସ୍ୱାସ୍ଥ୍ୟବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଲାଇନ ନ ରହିବା ଏବଂ ମୋବାଇଲ ଲାଇଟରେ ରୋଗୀ ଚିକିତ୍ସା କରାଯିବା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି

ଏହି ଡାକ୍ତରଖାନା ଉପରେ ୨୨ଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ଡାକ୍ତରଖାନାରେ ମୋବାଇଲ ଲାଇଟ୍‌ରେ ରୋଗୀ ଚିକିତ୍ସା କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ତେବେ ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe