Advertisment

ପାଣି ମୁନ୍ଦାଏ ପାଇଁ ନିଇତି ଠେଲାପେଲା, ପାଟିତୁଣ୍ଡ

ଗାଁର ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ପାଣି ପାଲ୍‌ଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ବେଳେ ବେଳେ ଏମିତି ହେଉଛି ପାଣି ପାଇଁ ନଳକୂପ ପାଖରେ ମହିଳାଙ୍କ ଭିତରେ ପାଟିତୁଣ୍ଡ ଓ ଠେଲାପେଲା ହେଉଛି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ଆଜି ପର୍ଯ୍ୟନ୍ତ ଗାଁରେ ପହଞ୍ଚି ପାରିଲାନି ପାନୀୟ ଜଳ ପ୍ରକଳ୍ପ। ତେଣୁ ଗାଁର ୭୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି। ଯେଉଁଥିପାଇଁ ନିଇତି ନଳକୂପ ପାଖରେ ହେଉଛି ଠେଲାପେଲା ଓ ପାଟିତୁଣ୍ଡ। ପାଣି ମୁନ୍ଦାଏ ପାଇଁ ମହିଳାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏପରି ଚିତ୍ର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ଚାନ୍ଦବାଲି ବ୍ଲକ୍‌ ଜଳେଶ୍ଵରପୁର ପଞ୍ଚାୟତ ନୂଆଗାଁ-ଇଚ୍ଛାପୁର ବେହେରା ସାହିରେ ୭୦ ପରିବାର ବାସ କରୁଛନ୍ତି। ସମସ୍ତେ ପ୍ରାୟତଃ ଚାଷ ଉପରେ ନିର୍ଭର କରିଥାଆନ୍ତି। ଏହି ଗାଁର ଦୁଃଖ ହେଉଛି ପାନୀୟ ଜଳ। ବର୍ଷକ ବାର ମାସ ଗାଁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡ଼ହଳ ବିକଳ ହେଉଛନ୍ତି। ଗୋଟିଏ ମାତ୍ର ନଳକୂପ ଉପରେ ଗାଁର ୪୦୦ରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ଯେଉଁଥିପାଇଁ ରାତି ପାହିଲେ ନଳକୂପ ପାଖରେ ଲାଗୁଛି ଲମ୍ୱା ଲାଇନ୍‌। ଗାଁର ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ପାଣି ବାଲ୍‌ଟିଏ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ବେଳେ ବେଳେ ଏମିତି ହେଉଛି ପାଣି ପାଇଁ ନଳକୂପ ପାଖରେ ମହିଳାଙ୍କ ଭିତରେ ପାଟିତୁଣ୍ଡ ଓ ଠେଲାପେଲା ହେଉଛି।

ଯଦି ଥରେ ନଳକୂପ ଖରାପ ହେଲା, ତାହାହେଲେ କଥା ସରିଲା। ପାଣି ପାଇଁ ଏକ କିଲୋମିଟର ଦୂର ଶାଶୁ -ଭୁଆସୁଣୀ ଗାଁ‌କୁ ଯିବାକୁ ପଡ଼ୁଛି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ଗାଁର ମହିଳା। ପାନୀୟ ସମସ୍ୟା ନେଇ ଏନେଇ ଗାଁ ଲୋକେ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି। ହେଲେ ନିରାଶ ହେବାକୁ ପଡ଼ିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ସମସ୍ୟା ନେଇ ଚାନ୍ଦବାଲି ବିଡିଓ ଅଶୀତ କୁମାର ମହାନ୍ତିଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ହେଲେ ସେ କିଛି କହିବେ ନାହିଁ ବୋଲି କହିଥିଲେ।

Advertisment

ସେପଟେ ଭଦ୍ରକ ଜିଲ୍ଲାପାଳ ସିଧେଶ୍ଵର ବଳିରାମ ବାନ୍ଦୋର କହିଛନ୍ତି, ଏ ନେଇ କୌଣସି ଅଭିଯୋଗ ପାଇନାହିଁ। ଯଦି କୌଣସି ସମସ୍ୟା ଥିବ, ତାହାହେଲେ ଖୁବ୍‌ଶୀଘ୍ର ସମାଧାନ କରାଯିବ। ଚାନ୍ଦବାଲିରେ ଏବେ ୧୦୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କାମ ଚାଲିଛି। ବିଭିନ୍ନ ଅଞ୍ଚଳରେ ଟ୍ରାଏଲ୍‌ ଚାଲିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଚାନ୍ଦବାଲିରେ ୧୨୦୦ରୁ ୧୩୦୦ ଫୁଟ୍‌ ତଳେ ପାଣି ରହିଛି। ଗୋଟିଏ ନଳକୂପ ଖୋଳିବା ପାଇଁ ବହୁ ଅର୍ଥ ଦରକାର ହେଉଛି। ଯେଉଁ ଗାଁରେ ପାନୀୟ ଜଳ ସମସ୍ୟା ରହିଛି, ସେଠାରେ ନଳକୂପ ଖୋଳାଯାଉଛି। ଏଠାରେ କହି ରଖି, ଚାନ୍ଦବାଲିରେ ୧୦୦୦ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ୩ ମାସ ଭିତରେ ପ୍ରକଳ୍ପ କାମ ସରିବ। ଚାନ୍ଦବାଲିଠାରୁ ଧାମରା ପର୍ଯ୍ୟନ୍ତ ଲୋକମାନେ ଡାଇରେକ୍ଟ ଟ୍ୟାପ୍‌ରୁ ପାଣି ପିଇପାରିବେ ବୋଲି ଶ୍ରୀ ରାୟ କହିଛନ୍ତି।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Drinking Water Problem Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe