Advertisment

ନେତାଙ୍କୁ ଗାଁରେ ପୂରାଇ ଦେବୁନୁ, ଏଥର ଭୋଟ୍‌ ଦେବୁନୁ...

ପାନୀୟ ଜଳ ସମସ୍ୟା ନେଇ ଗାଁ ଲୋକେ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ବାବୁ ଗୁହାରୀ ଶୁଣିଲେ ଓ ବସୁଧା ଯୋଜନାରେ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କଲେ। ଓଭରହେଡ୍‌ ଟାଙ୍କି ଓ ଘରକୁ ଘରକୁ ବିଛା ଗଲା ପାଇପ୍‌। ଗାଁର ଛକ ଛକରେ ଛିଡ଼ା ହେଲା ଷ୍ଟାଣ୍ଡ ପୋଷ୍ଟ।

author-image
Manoranjan Sial
Ganjam

Ganjam

ଚେତାବନୀ ଶୁଣାଇଦେଲେ ଗାଁର ମହିଳା। ଭୋଟ୍‌ ମାଗିବା ପାଇଁ ନେତା ଆସିଲେ ଗାଁ ଭିତରକୁ ପୂରାଇ ଦେବୁନୁ। ଯଦି ଜବରଦସ୍ତି ନେତାମାନେ ଗାଁରେ ପଶନ୍ତି, ତାହାହେଲେ ପୋଖରୀ ପାଣି ପିଆଇ ଛାଡ଼ିବୁ। ଗାଁରେ ପାନୀୟ ଜଳ ସମସ୍ୟା ସମାଧାନ ନହେଲେ ଏଥର ଭୋଟ୍‌ ଦେବୁନୁ। ଆଜି ଏପରି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପ୍ରତାପଗିରି ଗାଁର ମହିଳା।

Advertisment

ପ୍ରତାପଗିରି ଗାଁରେ ୨୦୦ରୁ ଅଧିକ ପରିବାର କେଉଁ କାଳରୁ ବସବାସ କରନ୍ତି। ସମସ୍ତେ ପ୍ରାୟତଃ ଚାଷବାସ କରି ପରିବାର ଭରଣପୋଷଣ କରନ୍ତି। ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଶୋଷ ମେଣ୍ଟାଇବା ପାଇଁ ଗାଁରେ ଗୋଟିଏ ନଳକୂପ ଥିଲା। ସେଥିରୁ ଠିକ୍‌ରେ ପାଣି ବାହାରୁନି। ଯାହା ପାଣି ବାହାରୁଛି, ସେଥିରେ ଶୋଷ ମେଣ୍ଟାଇବା କଷ୍ଟକର। ତଥାପି ସେହି ନଳକୂପ ପାଖରେ ରାତି ପାହିଲେ ପ୍ରବଳ ଭିଡ ଲାଗୁଛି। ପାଣି ପାଇଁ ଅନେକ ସମୟରେ ଗାଁ ମହିଳାଙ୍କ ମଧ୍ୟରେ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି।

ପାନୀୟ ଜଳ ସମସ୍ୟା ନେଇ ଗାଁ ଲୋକେ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ବାବୁ ଗୁହାରୀ ଶୁଣିଲେ ଓ ବସୁଧା ଯୋଜନାରେ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କଲେ। ଓଭରହେଡ୍‌ ଟାଙ୍କି ଓ ଘରକୁ ଘରକୁ ବିଛା ଗଲା ପାଇପ୍‌। ଗାଁର ଛକ ଛକରେ ଛିଡ଼ା ହେଲା ଷ୍ଟାଣ୍ଡ ପୋଷ୍ଟ। ଗାଁ ଲୋକେ ଭାବିଲେ ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେଲା। ହେଲେ ଗାଁ ଲୋକଙ୍କ ଏହି ଆଶା କେବଳ ଆଶାରେ ରହିଗଲା। ପାଇପ୍‌ରେ ପାଣି ଆସିଲା ନାହିଁ। ଆଜି ପର୍ଯ୍ୟନ୍ତ ଲୋକେ ପାଣି ମୁନ୍ଦାଏ ପାଇଲେ ନାହିଁ। ଯାହାଫଳରେ ଲୋକଙ୍କୁ ଗାଁ ମୁଣ୍ଡରେ ଥିବା ପୋଖରୀ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହି ପାଣିରେ ଗାଧୋଉଛନ୍ତି ଓ ସେହି ପାଣିକୁ ପିଉଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଗାଁ ଲୋକେ କହିଛନ୍ତି।

Advertisment

ପାଣି ସମସ୍ୟା ନେଇ ଗାଁ ଲୋକେ ବହୁବାର ପଞ୍ଚାୟତର ୱାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ, ବିଡିଓ, ଯନ୍ତ୍ରୀ ଓ ସ୍ଥାନୀୟ ନେତାଙ୍କ ପାଖରେ କେତେଥର ଅଭିଯୋଗ କଲେଣି। ହେଲେ କେହି ଶୁଣୁନାହାନ୍ତି। ଏବେ ଆସୁଛି ଭୋଟ। ତେଣୁ ନେତାମାନେ ଆସିବେ ଓ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେବେ। ସେତେବେଳେ ଆମେ ସେମାନଙ୍କୁ ଉଚିତ ଜବାବ ଦେବୁ ବୋଲି ଗାଁ ଲୋକେ କହିଛନ୍ତି।

ଗାଁର ସୁରଭୀ ସାହୁ କହିଛନ୍ତି, ଆମ ଗାଁରେ ପାନୀୟ ଜଳ ସୁବିଧା ନାହିଁ। ଆମେ ଯେଉଁ ବନ୍ଧରେ ଗାଧୋଉଛୁ, ସେହି ପାଣି ପିଉଛୁ। ଆମ ଗାଁରେ ପାନୀୟ ଜଳ ସମସ୍ୟା ସମାଧାନ ହେଉନି। ତେଣୁ ଆମ ଗାଁକୁ ନେତା ଆସିବେ କାହିଁକି? ଆମର ଭୋଟ୍‌ ଦେବାର ନାହିଁ। ନେତାମାନେ ଆସିଲେ ଗାଁକୁ ପଶାଇ ଦେବୁନାହିଁ। ଯେପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟା ସମାଧାନ ହୋଇନି, ସେପର୍ଯ୍ୟନ୍ତ ନେତା ଆସିବେ ନାହିଁ ଓ ଭୋଟ ଦେବୁନୁ ବୋଲି ସୁରଭୀ କହିଛନ୍ତି।

ଗାଁର ରୀନା ପାଣିଗ୍ରାହୀ କହିଛନ୍ତି, ପାଣି ପାଇଁ ଆମେ ଦହଗଞ୍ଜ ହେଉଛୁ। ପୋଖରୀ ପାଣି ପିଇ ଆମ ପିଲାମାନେ ରୋଗରେ ପଡ଼ୁଛନ୍ତି। ଆମ କଥା କିଏ ବୁଝୁଛି? ନିର୍ବାଚନ ପ୍ରଚାର ପାଇଁ ନେତାମାନେ ଆସିଲେ ଗାଁକୁ ପଶାଇ ଦେବୁନୁ। ଯଦି କୌଣସି ନେତା ଜବରଦସ୍ତି ଆସନ୍ତି, ତାହାହେଲେ ସେମାନଙ୍କୁ ନାଳ ପାଣି ପିଆଇବୁ ବୋଲି ରୀନା କହିଛନ୍ତି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ନାରୟଣ ପାଢ଼ୀ

Ganjam Drinking Water Problem Drinking Water