Advertisment

ପାଇପ୍‌ ବିଛା ଯାଇଛି, ଆସୁନି ପାଣି; ତାତିଲେଣି ଲୋକ

ଯେଉଁ ନଳକୂପ ପାଇଁ ଏତେ ଯୁଦ୍ଧ ହେଉଛି, ତାହା ବେଳେ କାମରେ ଆସୁନି। କାରଣ ସେଥିରୁ ଏବେ ନାଲି ରଙ୍ଗର ଓ ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି। ଯାହା ବ୍ୟବହାର ଯୋଗ୍ୟ ନୁହେଁ। ତଥାପି ସେହି ପାଣିକୁ ଲୋକେ ବ୍ୟବହାର କରୁଛନ୍ତି।

Water

Water

Advertisment

ପାନୀୟ ଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନାରେ ବିଛା ଯାଇଛି ପାଇପ୍‌। ତିଆରି ହୋଇଛି ଷ୍ଟାଣ୍ଡ ପୋଷ୍ଟ। ହେଲେ ସେହି ପାଇପ୍‌ରେ ଆସୁନି ପାଣି। ଯେଉଁଥିପାଇଁ ଲୋକମାନ ଗାଁଠାରୁ ଅଢ଼େଇ କିଲୋମିଟର ଦୂରରେ ଥିବା ନାଳକୁ ଯାଉଛନ୍ତି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଚିତ୍ର ଆସିଛି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲ୍ଲି ବ୍ଲକ ସାନପତ୍ରାପାଲ୍ଲି ପଞ୍ଚାୟତରୁ।

Advertisment

ଟାଙ୍ଗରପାଲ୍ଲି ବ୍ଲକ୍‌ ସାନପତ୍ରାପାଲ୍ଲି ପଞ୍ଚାୟତର ବଜାର ଦାଣ୍ଡ ପଡା। ଲୋକ ସଂଖ୍ୟା ପ୍ରାୟ ୫୦୦ ହେବ। ସମସ୍ତେ ପ୍ରାୟତଃ ଦିନ ମଜୁରୀଆ ଭାବେ କାମ କରନ୍ତି। ଗାଁର ମୁଖ୍ୟ ସମସ୍ୟା ହେଉଛି ପାଣି। ଲୋକଙ୍କ ଶୋଷ ମେଣ୍ଟାଇବା ଗାଁରେ ରହିଛି ଗୋଟିଏ ମାତ୍ର ନଳକୂପ। ସେଥିପାଇଁ ସକାଳରୁ ସଞ୍ଜ ଯାଏ ସେହି ନଳକୂପ ପାଖରେ ଲାଗୁଛି ପ୍ରବଳ ଭିଡ଼। ବେଳେ ବେଳେ ଏମିତି ସ୍ଥିତି ହୁଏ ପାଣି ପାଇଁ ମହିଳାଙ୍କ ଭିତରେ ଖଣ୍ଡ ଯୁଦ୍ଧ ହେଉଛି। ଠେଲାପେଲା ଓ ମାଡ଼ଗୋଳ ମଧ୍ୟ ହେଉଛି।

ଯେଉଁ ନଳକୂପ ପାଇଁ ଏତେ ଯୁଦ୍ଧ ହେଉଛି, ତାହା ବେଳେ କାମରେ ଆସୁନି। କାରଣ ସେଥିରୁ ଏବେ ନାଲି ରଙ୍ଗର ଓ ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି। ଯାହା ବ୍ୟବହାର ଯୋଗ୍ୟ ନୁହେଁ। ତଥାପି ସେହି ପାଣିକୁ ଲୋକେ ବ୍ୟବହାର କରୁଛନ୍ତି। ତେବେ ଗାଧୁଆ ଓ ଶୈଚ ପାଇଁ ଗାଁର ମହିଳା ଏବଂ ପୁରୁଷମାନେ ଅଢ଼େଇ କିମି ଦୂରରେ ଥିବା ସରସତୀ ନାଳକୁ ଯାଉଛନ୍ତି। ଏହା କଷ୍ଟସାଧ୍ୟ ହେଲେ ମଧ୍ୟ କିଛି ଉପାୟ ନଥିବାରୁ ଯିବାକୁ ପଡ଼ୁଛି। ଏଥିରେ ବେଶୀ ଅସୁବିଧାରେ ପଡ଼ୁଛନ୍ତି ବୃଦ୍ଧ, ବୃଦ୍ଧା ଓ ଛୋଟ ପିଲାମାନେ। ସେମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment

ଗାଁର ପାନୀୟ ଜଳ ସମସ୍ୟା ନେଇ ଲୋକମାନେ ବହୁବାର ପ୍ରଶାସନ ପାଖରେ ଗୁହାରୀ କରିଥିଲେ। କେତେ ଗୁହାରୀ ପରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ। ୨୦୧୧-୧୨ ଆର୍ଥିକ ବର୍ଷରେ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ହେଲେ ଠିକାଦାର ଅଧପନ୍ତରିଆ ଭାବେ କାମ ଛାଡ଼ି ପଳାଇଗଲା। ଏହା ପରେ ଅର୍ଥାତ ସେହି ପ୍ରକଳ୍ପକୁ ‘ବସୁଧା’ ଯୋଜନାରେ ସାମିଲ୍‌ କରାଯାଇଥିଲା। ତା’ପରେ ଆଉଥରେ ପାଇପ୍‌ ବିଛା କାମ ଆରମ୍ଭ ହୋଇଥିଲା। ସାହି ସାହିକୁ ବିଛା ଯାଇଥିଲା ପାଇପ୍‌। ତାହା ସହ ନିର୍ମାଣ କରାଯାଇଥିଲା ଷ୍ଟାଣ୍ଡ ପୋଷ୍ଟ।

୨୦୨୦-୨୧ ଆର୍ଥିକ ବର୍ଷରେ ପାନୀୟ ଜଳ ପ୍ରକଳ୍ପ କାମ ସରିଥିଲା। ପୂରା ପଞ୍ଚାୟତ ଲୋକମାନେ ପାନୀୟ ଜଳ ପାଇଲେ। ହେଲେ ବଜାର ଦାଣ୍ଡ ପଡାର ଲୋକମାନେ ପାଣି ପାଇଲେ ନାହିଁ। ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଯାଇଥିବା ବେଳେ ପାଇପ୍‌ ଫାଟି ଯାଇଥିବାରୁ ଏପରି ସମସ୍ୟା ଦେଖାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଗାଁ ଲୋକେ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କ ଅଭିଯୋଗ କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି।

ଗାଁର ସନ୍ଧ୍ୟାରାଣୀ ଷଣ୍ଢ କହିଛନ୍ତି, ଗାଁରେ ଗୋଟିଏ ମାତ୍ର ନଳକୂଳ ରହିଛି। ସେଥିରୁ ଆମେ ସମସ୍ତେ ପାଣି ପିଉଛୁ। ବେଳେ ବେଳେ ପାଣି ପାଇଁ ମାରପିଟ୍‌ ହେଉଛି। ଯେଉଁଥିପାଇଁ ମୁଁ ଅନେକ ସମୟରେ କଲେଜ ଯାଇପାରୁନାହିଁ ବୋଲି ସନ୍ଧ୍ୟାରାଣୀ କହିଛନ୍ତି।

ଗାଁର ପିଙ୍କି ବୁଡା କହିଛନ୍ତି, ପାଣି ପାଇଁ ଆମେ ବହୁ ଅସୁବିଧାରେ ପଡ଼ୁଛୁ। ପାନୀୟ ଜଳ ଯୋଗାଇବା ପାଇଁ ପାଇପ୍‌ ପୋତି ଦେଇ ପଳାଇ ଗଲେ। ହେଲେ ଆଜି ପର୍ଯ୍ୟନ୍ତ ପାଣି ଆସିଲା ନାହିଁ। ଏନେଇ ଅଭିଯୋଗ କଲେ କହୁଛନ୍ତି, ଉଚ୍ଚା ସ୍ଥାନ ହୋଇଥିବାରୁ ପାଣି ଆସି ପାରିବ ନାହିଁ ବୋଲି କହୁଛନ୍ତି। ଯଥାଶୀଘ୍ର ଆମ ଗାଁର ପାନୀୟ ଜଳ ସମସ୍ୟା ସମାଧାନ କରାଯାଉ ବୋଲି ପିଙ୍କି ଅନୁରୋଧ କରିଛନ୍ତି।

ସେପଟେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହେମନ୍ତ ବାରିକ ବାହାସ୍ଫୋଟ୍‌ ମାରିବା ଛାଡ଼ୁନାହାନ୍ତି। ସେ କହିଛନ୍ତି, ଅନ୍ୟ ଗାଁକୁ ପାଣି ଯୋଗାଣ ହେଉଛି। ହେଲେ ସେହି ସାହିଟି ଉଚ୍ଚ ସ୍ଥାନରେ ଥିବାରୁ ପାଣି ଯାଇପାରୁ ନାହିଁ। ସେଥିପାଇଁ ବ୍ୟବସ୍ଥା କରାଯିବ। ଖୁବ୍‌ଶୀଘ୍ର ସାହି ଲୋକଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ ବୋଲି ଯନ୍ତ୍ରୀ ଶ୍ରୀ ବାରିକ କହିଛନ୍ତି।

ରିପୋର୍ଟ- ସୁନ୍ଦରଗଡରୁ ଦେବବ୍ରତ ଜେନା

Drinking Water Problem Sundargarh Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe