କଷ୍ଟ ଦେଉଛି ପାଣି, ଅନ୍ତ ହେଉନି ପ୍ରତୀକ୍ଷା

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଲୁହାପଙ୍କ ପଞ୍ଚାୟତ ଓ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତରୁ ଏଭଳି ଦୁଇଟି ଜନଅସନ୍ତୋଷ ଚିତ୍ର ସାମ୍ନାକୁ ଆସିଛି।

Drinking Water problem PhotoOR

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତର ବନ୍ଧସାହି ଗାଁ ଲୋକେ ନଦୀରେ ଚୁଆ କରି ପାଣି ନେଉଛନ୍ତି।

Niranjan Mishra
  • Published: Friday, 24 March 2023
  • Updated: 24 March 2023, 06:38 PM IST

Sports

Latest News

ରାଜ୍ୟରେ କୌଣସି ଲୋକେ ପାନୀୟଜଳ ନିମନ୍ତେ କଷ୍ଟ ଭୋଗିବେନି। ସରକାରଙ୍କ ଏହି ଘୋଷଣା ସାଧାରଣ ଲୋକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଛି। ପାନୀଳଜଳ ସମସ୍ତଙ୍କ ନିକଟରେ ଉପଲବ୍ଧ କରାଇବା ମୌଳିକ ଅଧିକାର। ହେଲେ ଲୋକେ ଏହି ଅଧିକାର ପାଇବାରୁ ବଞ୍ଚିତ। କେଉଁଠି ପ୍ରକଳ୍ପ ଥିଲେ ହେଁ ଗାଁକୁ ପାଣି ଆସୁନି ତ, କେଉଁଠି ପ୍ରକଳ୍ପ କରାଯାଉ ନ ଥିବାରୁ ଲୋକେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ପାନୀୟଜଳ କଷ୍ଟ ଭୋଗୁଛନ୍ତି। ଚୁଆ କିମ୍ବା ନାଳ ପାଣି ପିଇ ଲୋକେ ରୋଗରେ ପଡ଼ୁଛନ୍ତି। ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଲୁହାପଙ୍କ ପଞ୍ଚାୟତ ଓ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତରୁ ଏଭଳି ଦୁଇଟି ଜନଅସନ୍ତୋଷର ଚିତ୍ର ସାମ୍ନାକୁ ଆସିଛି।

ପ୍ରଥମ ଅଭିଯୋଗ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଲୁହାପଙ୍କରୁ ଆସିଛି।

Also Read

ଏଠାରେ ସରକାରୀ ତହବିଲରୁ କୋଟିଏ ଟଙ୍କା ଖର୍ଚ୍ଚ କରି ପାଇପ ଜଳ ଯୋଗାଣ ପ୍ରକଳ୍ପ ହେଲା। ଲୋକଙ୍କୁ ବର୍ଷକ ୩୬୫ ଦିନ ପାନୀୟଜଳ ମିଳିବ ବୋଲି କୁହାଯାଇଥିଲା। ହେଲେ ବର୍ଷ ବର୍ଷ ଧରି ଟୋପାଏ ପାଣି ମିଳୁନି। ଏଭଳି ଅଭିଯୋଗ କରିଛନ୍ତି ପାନୀୟଜଳ ସମସ୍ୟାର ସମ୍ମୁଖୀନ ହୋଇଥିବା ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ଲୁହାପଙ୍କ ଓ ବେତଗଡ ଉଭୟ ଗାଁ ଲୋକେ। ପାନୀୟଜଳ ନିମନ୍ତେ ଏଠାକର ଅନେକ ଲୋକେ ଏବେ ଚୁଆ, ନାଳ ଉପରେ ନିର୍ଭରଶୀଳ ବୋଲି ଅଭିଯୋଗ କରିଛନ୍ତି।

ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ହେଲେ ୬ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ବୈଷୟିକ ତ୍ରୁଟି ଯୋଗୁ ଅଚଳ ହୋଇପଡ଼ିଛି। ଫଳରେ ଗାଁରେ ଥିବା ଗୋଟିଏ ନଳକୂଅ ଉପରେ ଲୋକେ ନିର୍ଭଳଶୀଳ। ନଳକୂଅ ଆଗରେ ଲାଇନ୍ ଲାଗୁଛି। ଗରାଏ ପାଣି ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଖରା ଆସିଥିବାରୁ ସମସ୍ୟା ଆହୁରି ବଢ଼ିଯାଇଛି। ଅନେକ ସମୟରେ ନଳକୂଳରୁ ପାଣି ବାହାରୁନି। ଦୁଇଚାରି ବାଲଟି ପାଣି ବାହାରିଲେ ଆଉ ବାହୁରୁନି। ତେଣୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।

ଲୁହାପଙ୍କ ପଞ୍ଚାୟତରେ ରହିଛି ୬ଟି ନଳକୂଅ। ସେଥିରୁ ୨ଟି ଅକାମି। ୩ଟି ବ୍ୟବହାର ଉପଯୋଗୀ ନୁହେଁ। ଗୋଟିଏ ନଳକୂଅ ଉପରେ ପୂରା ପଞ୍ଚାୟତ ଲୋକେ ନିର୍ଭରଶୀଳ। ତେଣେ ଅନେକ ସମୟରେ ଭୂଗର୍ଭ ଜଳସ୍ତର ଶୁଖି ଯାଉଥିବାରୁ ଏହି ନଳକୂଳରୁ ପାଣି ବାହାରୁନି। ପ୍ରତିଦିନ ଲୋକେ ଜଳକଷ୍ଟରେ ରହୁଛନ୍ତି।

ଲୁହାପଙ୍କ ଗ୍ରାମବାସୀ କୁନ୍ତଳା ପ୍ରଧାନ, ଅପୂର୍ବ ବେହାରା ଓ ଶାନ୍ତନୁ ପ୍ରଧାନ କହିଛନ୍ତି, ଆଜିକୁ ୫ବର୍ଷ ହେଲାଣି ପ୍ରକଳ୍ପରୁ ପାଣି ଟୋପାଏ ମିଳୁନି। ଏନେଇ ସରପଞ୍ଚ ଓ ବିଡିଓଙ୍କୁ ଅଭିଯୋଗ ହୋଇଛି। ହେଲେ କେହି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଲୁହାପଙ୍କ ଗାଁରେ ଦେଢଶହ ପରିବାର ଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୮୦୦ ହେବ। ପାନୀୟଜଳ ମିଳୁ ନ ଥିବାରୁ ଲୋକେ ଚୁଆ ଓ ନାଳ ପାଣି ପିଇ ରୋଗରେ ପଡ଼ୁଛନ୍ତି। ତୁରନ୍ତ ପାଣି ନ ଦେଲେ ଆନ୍ଦୋଳନ କରାଯିବ।

ବେତଗଡ଼ ଗ୍ରାମବାସୀ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, ଗ୍ରାମ୍ୟ ଜଳେଯାଗାଣ ଓ ପରିମଳ ବିଭାଗ ଦ୍ୱାରା ୨୦୧୫-୧୬ରେ ରେଢାଖୋଲ ବ୍ଲକର ଲୁହାପଙ୍କ ଓ ବେତଗଡ ଉଭୟ ଗାଁକୁ ପାନୀୟଜଳ ଯୋଗାଣ ନିମନ୍ତେ ୮୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସ୍ଥାନୀୟ ଜାମବଣିଆ ଠାରେ ନିର୍ମାଣ କରାଯାଇଥିଲା। ତେବେ ପାଇପ ବିଛାଇବା କାମରେ ନିମ୍ନାମାନର ହୋଇଥିବାରୁ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରୁନି। ସେପଟେ ଜାମବଣିଆ ନାଳରୁ ପାଣି ଟାଙ୍କିକୁ ବି ଉଠିପାରୁନି।

ରେଢାଖୋଲ ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ମାନସ ପରିଡ଼ା କହିଛନ୍ତି, ଏହି ପାନୀୟଜଳ ପ୍ରକଳ୍ପ ନିମନ୍ତେ ଦୁଇଟି ରାଜସ୍ୱ ଗ୍ରାମ ବେତଗଡ଼ ଓ ଲୁହାପଙ୍କକୁ ପାନୀଳଜଳ ଯୋଗାଇ ନିମନ୍ତେ ବ୍ୟବସ୍ଥା ଅଛି। ତେବେ ପ୍ରକଳ୍ପ ଚାଲିବା ନିମନ୍ତେ ବିଦ୍ୟୁତ୍ ଯୋଗାଣ ଓ ଷ୍ଟାଟର ସମସ୍ୟା ଥିଲା। ଯାହା ସମାଧାନ ହୋଇସାରିଛି। ଏବେ ଟାଙ୍କିକୁ ପାଣି ଉଠୁଛି ଓ ବେତଗଡ଼ ଗାଁକୁ ପାନୀୟଜଳ ଯାଉଛି। ପାଇପ୍‌ ଫାଟି ଯାଇଥିବାରୁ ଲୁହାପଙ୍କର କିଛି ଗାଁରେ ଏବେ ପାଇପ୍ ମରାମତି କାମ ଚାଲିଛି। ଯାହା ଶୀଘ୍ର ସରିବ। ଲୋକେ ପାଇପ୍‌ ପାଣି ସକେଟରୁ ଘରକୁ ପାଣି ନେବା ନିମନ୍ତେ ଉଦ୍ୟମ କରିବା ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଯାହାର ସମାଧାନ କରାଯିବ।

ସେହିପରି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡଖମଣ ପଞ୍ଚାୟତର ବନ୍ଧସାହି ଗାଁର ୧୦ ନମ୍ୱର ୱାର୍ଡରେ ସମାନ ସମସ୍ୟା। ଏହି ୱାର୍ଡରେ ୩୦ରୁ ଅଧିକ ପରିବାର ରହୁଥିବାବେଳେ ସେମାନଙ୍କୁ ପାନୀୟ ଉପଯୋଗୀ ପାଣି ମିଳିପାରୁନି। ଏହି ଗ୍ରାମରେ ଗୋଟିଏ ଦୁଇଟି ନଳକୂପ ଥିବାବେଳେ ଗୋଟିଏ ଅଚଳ ଓ ଅନ୍ୟ ଗୋଟିଏର ପାଣି ପିଇବା ଅନୁପଯୋଗୀ। ତେଣୁ ଲୋକେ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରି ପିଉଛନ୍ତି। ଏଥିପାଇଁ ଲୋକଙ୍କୁ ଲାଇନ୍ ଦେବାକୁ ପଡ଼ୁଛି ଓ ବହୁ ସମୟ ଅପେକ୍ଷା କରିବା ପରେ କିଛି ପାଣି ମିଳୁଛି। ବର୍ଷ ତମାମ ଏଭଳି ଅବସ୍ଥା। ବର୍ଷା ଦିନେ ଲୋକଙ୍କୁ ଗୋଳିଆ ପାଣି ପିଇବାକୁ ପଡ଼ୁଛି। ଯାହା ରୋଗ ବ୍ୟାପୀବାର କାରଣ ହୋଇଛି। ଖରାଦିନେ ଚୁଆ ଶୁଖି ଯିବା ପରେ ଲୋକଙ୍କୁ ହିନସ୍ତା ହେବାକୁ ପଡ଼ୁଛି।

ଗ୍ରାମବାସୀ ଶାନ୍ତି ମାରାଣ୍ଡି, ଭାରତୀ ମୁର୍ମୁ, ଦୁଲାରି ମାରାଣ୍ଡି ଓ କୁଶଳ ମାରାଣ୍ଡି କହିଛନ୍ତି, ନିର୍ବାଚନ ଆସିଲେ ପାନୀୟଜଳ ଯୋଗାଇ ଦେବା ପାଇଁ ମିଳେ ଅନେକ ପ୍ରତିଶ୍ରୁତି। ନିର୍ବାଚନ ପରେ ଆଉ ସମସ୍ୟାକୁ ପଚାରେ କିଏ। ପ୍ରଶାସକମାନେ ଏସି ଚାମ୍ବରରେ ଫାଇଲ୍ ଚାଷରେ ବ୍ୟସ୍ତ ରହୁଥିବା ବେଳେ ନେତା ସମସ୍ୟା ସମାଧାନ ନିମନ୍ତେ ପ୍ରୟାଶ କରୁନାହାନ୍ତି।

ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନି। ତେବେ ଉଦଳା ବ୍ଲକ ଉପାଧ୍ୟକ୍ଷ ରଜନୀକାନ୍ତ ଦାସ କହିଛନ୍ତି, ସମସ୍ୟାର ସମାଧାନ ୫ ଦିନ ଭିତରେ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ରିପୋର୍ଟ- ରେଢାଖୋଲରୁ ରମାକନ୍ତ ମହାନନ୍ଦ ଓ ଉଦଳାରୁ ମାନସ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story