Advertisment

ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି

ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ। ଏହି ପ୍ରକ୍ରିୟାକୁ କୁହାଯାଏ ଡିସାଲାଇନେସନ୍। ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଓ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରିବ।

Water

Water

Advertisment

ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି। ଏଥିପାଇଁ ଖୁବ୍‌ଶୀଘ୍ର ଏକ କମ୍ପାନୀ ଓଡ଼ିଶାକୁ ଆସିବ। ବିଧାନସଭାରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ। ମନ୍ତ୍ରୀ କହିଛନ୍ତି ସୁମୁଦ୍ର ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରାଯିବ। ଏହାପରେ ଏନେଇ ନିଷ୍ପତ୍ତି ନିଆଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ମନ୍ତ୍ରୀ।

Advertisment

ବୈଜ୍ଞାନିକ ପଦ୍ଧତିରେ ଏହା ସମ୍ଭବ। ଏହି ପ୍ରକ୍ରିୟାକୁ କୁହାଯାଏ ଡିସାଲାଇନେସନ୍। ଏହି ପ୍ରକ୍ରିୟାରେ ସମୁଦ୍ର ଜଳରୁ ଦ୍ରବିଭୂତ ଖଣିଜ ଲବଣକୁ ଅଲଗା କରାଯାଇ ଏହାକୁ ପିଇବା ଯୋଗ୍ୟ ଓ କୃଷି କାର୍ଯ୍ୟରେ ବ୍ୟବହାର ଯୋଗ୍ୟ କରାଯାଇପାରିବ। ତଥ୍ୟ କହୁଛି, ଏବେ ବହୁ ଦେଶ ଏହି ପଦ୍ଧତିରେ ସମୁଦ୍ରରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ୧୭୭ଟି ଦେଶରେ ଏଥିପାଇଁ ୧୬ ହଜାର ଛୋଟବଡ଼ ଡିସାଲାଇନେସନ୍ ପ୍ଲାଣ୍ଟ କାର୍ଯ୍ୟ କରୁଛି। ୧୯୯୭ରୁ ୨୦୦୯ ମସିହା ମଧ୍ୟରେ ଉତ୍କଟ ଜଳାଭାବ ସମୟରେ ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ସମୁଦ୍ର ଜଳରୁ ବ୍ୟବହାର ଯୋଗ୍ୟ ପାଣି ଉତ୍ପାଦନ କରୁଥିଲା। ପରେ ପରେ ସାଉଦି ଆରବ, ୟୁଏଇ, କୁଏତ, କାତାର ଆଦି ମରୁ ଦେଶ ଜନତାଙ୍କ ଶୋଷ ମେଣ୍ଟାଇବାକୁ ଆପଣାଇଛନ୍ତି ଏହି ପଦ୍ଧତି। ଭାରତର ତାମିଲନାଡ଼ୁରେ ମଧ୍ୟ ଏଭଳି ୨ଟି ପ୍ଲାଣ୍ଟ କାର୍ଯ୍ୟ କରୁଛି।

ଏବେ ନଜର ପକାଇବା ସମୁଦ୍ର ଜଳର ପିଇବା ପାଣି ସଂଗ୍ରହ କରିବାର ଉପାୟ ଉପରେ। ସମୁଦ୍ର ଜଳକୁ ଗରମ କରି ସେଥିରୁ ନିର୍ଗତ ଜଳୀୟ ବାଷ୍ପକୁ ଘନୀଭୂତ କଲେ ତାହା ମଧୁର ଜଳ ଭାବେ ସଂଗୃହିତ ହୋଇପାରିବ। ଠିକ୍ ଯେପରି ପ୍ରାକୃତିକ ଜଳଚକ୍ରରେ ଘଟିଥାଏ। ତେବେ କୃତ୍ରିମ ଭାବେ ଏଭଳି କରିବା ପାଇଁ ଅତ୍ୟଧିକ ପରିମାଣର ବିଦ୍ୟୁତ ଶକ୍ତି ଆବଶ୍ୟକ ହୁଏ ଓ ବ୍ୟୟବହୁଳ। ଫଳରେ ଯେତିକି ଜଳ ସଂଗ୍ରହ ହୁଏ, ସେହି ତୁଳନାରେ ଖର୍ଚ୍ଚ ବହୁତ ଅଧିକ। ତେଣୁ ଏବେ ରିଭର୍ସ ଅସ୍ମୋସିସ୍‌ (RO), ସୋଲାର୍‌ ଡିଷ୍ଟିଲେସନ୍, ନାନୋ ଫିଲଟ୍ରେସନ, ଇଲେକ୍ଟ୍ରୋଡାଏଲିସିସ୍‌ ଆଦି ଆଧୁନିକ ପଦ୍ଧତି ଉପଯୋଗ ହେଉଛି।

Advertisment
Water Drinking Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe