Advertisment

ଏଣିକି ଜମିରେ କୀଟନାଶକ ଓ ସାର ସିଞ୍ଚନ କରିବ ଡ୍ରୋନ

ଡ୍ରୋନ ୮ ମିନିଟିରେ ଏକରରୁ ଅଧିକ ଜମିରେ ସାର ଓ ବିଷ ପକାଇ ପାରିବ। ଏହି ଡ୍ରୋନଟି ଏକକାଳୀନ ୩୦ ମିନିଟ ଧରି ଉଡ଼ି ପାରିବ।

author-image
Ordigital Desk
ଅଦ୍ୟତନ ହୋଇଛି
Drones will drop Fertilizers

Drones will drop Fertilizers

କମ ସମୟରେ କୀଟନାଶକ ଓ ସାର ସିଞ୍ଚନ କରିବ ଡ୍ରୋନ। ଡ୍ରୋନ ଚିହ୍ନଟ କରିବ ଚାଷ ନଷ୍ଟ କରୁଥିବା ପୋକ। ଏହି ଡ୍ରୋନ ଆଗାମୀ ଦିନରେ ଚାଷୀର ମୁହଁରେ ହସ ଫୁଟାଇବ। ଦିନ ରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରୁଥାଏ ଚାଷୀ। ହେଲେ ଅନେକ ସମୟରେ ଚାଷ ଜମିରେ ପଡୁଥିବା ବିଷର ପ୍ରଭାବରେ ଚାଲିଯାଏ ଚାଷୀର ଜୀବନ।

Advertisment

ଏହି ସମସ୍ୟାର ସମାଧାନ ପାଇଁ ବୁର୍ଲା ସ୍ଥିତ ଭିସୁଟ କଲେଜର ଏରୋ ରୋବୋଟିକ୍ସ ବିଭାଗର ଛାତ୍ରମାନେ ଆଗେଇ ଆସିଛନ୍ତି। ସେମାନଙ୍କ ସହଭାଗିତାରେ ତିଆରି ହୋଇଛି ଏହି ଡ୍ରୋନ। ଏହି ଡ୍ରୋନଟିର ନାମ ରଖାଯାଇଛି କିଷାନ ରୋଭର ୧୭। ଏବେ ଡ୍ରୋନ ସିଂଚିବ କୀଟନାଶକ। ଏହି ଡ୍ରୋନକୁ କିଭଳି ଚାଷୀଙ୍କ ପାଖରେ ପହଞ୍ଚାଯିବ ସେନେଇ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳିଠାରେ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସହଯୋଗରେ ଏକ ଡେମୋ ଶୋ ଦେଖାଇଛନ୍ତି ଡ୍ରୋନ ନିର୍ମାଣ କରିଥିବା ଛାତ୍ରଛାତ୍ରୀମାନେ।

ଏହି ଡ୍ରୋନ ଅଳ୍ପ ସମୟରେ ଏକର ଏକର ଜମିରେ ସାର, ବିଷ ପକାଇ ପାରିବ। ଏହା ଏକକାଳୀନ ୩୦ ମିନିଟ ଧରି ଉଡ଼ି ପାରିବ। ନିର୍ମାଣ ହୋଇଥିବା ଦୁଇଟି ଡ୍ରୋନରୁ ପ୍ରଥମ ଡ୍ରୋନଟି ଚାଷ ଜମିରେ ଥିବା ପୋକକୁ ଚିହ୍ନଟ କରିବ। ଅନ୍ୟ ଡ୍ରୋନଟି ସଠିକ ସ୍ଥାନରେ ବିଷ ପକାଇବ। ଏହାର ଭିଡ଼ିଓ ଓ ଡାଟା କମ୍ୟୁନିକେସନ ରେଞ୍ଜ ୧୫ କିଲୋମିଟର ହୋଇଥିବା ବେଳେ ୫୦ କିଲୋମିଟର ରାଡିୟସରେ କାର୍ଯ୍ୟକ୍ଷମ ହେବ। ମାଟି ଉପରୁ ୧୨୦ ମିଟର ଉପରେ ଉଡ଼ିପାରିବ ଏହି ଡ୍ରୋନ।

Advertisment

ଚାଷ ଜମିରେ କୀଟନାଶକ ପକାଇବା ଲାଗି ଚାଷୀ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ। ଏହି ଡ୍ରୋନରେ ଏକର ପିଛା ମାତ୍ର  ୭୦୦ ଟଙ୍କା ଖର୍ଚ୍ଚ ହେବ। ଖୁବ କମ ସମୟରେ କାମ ହୋଇପାରିବ। ଯଦି ଆଗାମୀ ଦିନରେ ସରକାରଙ୍କ ତରଫରୁ ଏହି  ରୋବୋଟିକ୍ସ ବିଭାଗର ଛାତ୍ରମାନଙ୍କୁ ପ୍ରୋତ୍ସାହନ ମିଳିବ ତେବେ କୃଷକମାନେ ବହୁ ଉପକାର ପାଇ ପାରିବେ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। 

Odisha Farmer Chemical Fertilizer