Advertisment

ହାତୀଙ୍କ ପାଠଶାଳା; ପଢ଼ୁଛନ୍ତି, ଖେଳୁଛନ୍ତି, ବ୍ୟାୟାମ କରୁଛନ୍ତି

ହାତୀମାନେ ଗାଧୋଇ ସାରିବା ପରେ ହାତୀଶାଳାକୁ ଫେରନ୍ତି। ହାତୀ ଶାଳାକୁ ଫେରିବା ପରେ ସେମାନଙ୍କୁ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ମଧ୍ୟାହ୍ନ ଭୋଜନରେ ସେମାନଙ୍କୁ ପାଇଁ ମୁଗ, ଚାଉଳ, କୋଳଥ ଓ ପରିବା ମିଶାଇ ରନ୍ଧା ଯାଇଥାଏ।

ଅଦ୍ୟତନ ହୋଇଛି
Elephant

Elephant

Advertisment

ହାତୀଙ୍କ ପାଠଶାଳା। ଯେଉଁଠି ହାତୀମାନେ ମଣିଷଙ୍କ ପରି ପ୍ରତିଦିନ ପ୍ରାତଃ ଭ୍ରମଣ କରୁଛନ୍ତି, ଖେଳୁଛନ୍ତି, ପାଠ ପଢ଼ୁଛନ୍ତି, ବ୍ୟାୟାମ୍‌ କରୁଛନ୍ତି। ଆଉ ସେମାନଙ୍କୁ ପାଠ ପଢ଼ାଉଛନ୍ତି ଆସାମରୁ ଆସିଥିବା ମାହୁନ୍ତ। ଏହି ପାଠଶାଳା ଚାଲିଛି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ। ତାଲିମ ନେଇଥିବା ହାତୀଙ୍କୁ ଭବିଷ୍ୟତରେ ଅଭୟାରଣ୍ୟରେ ମୁତୟନ କରାଯିବ ବୋଲି ଚନ୍ଦକା ଡିଏଫ୍‌ଓ କହିଛନ୍ତି।

Advertisment

ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଚାଲିଛି ହାତୀଙ୍କ ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି। ଆଉ ଓଡ଼ିଆ ମାହୁନ୍ତଙ୍କୁ ତାଲିମ ଦେଉଛନ୍ତି। ହାତୀମାନେ ମନଦେଇ ପାଠ ପଢ଼ୁନ୍ତି। ମାହୁନ୍ତଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ହାତୀ। ସକାଳୁ ଉଠି ପ୍ରାତଃ ଭ୍ରମଣ କରୁଛନ୍ତି, ଫୁଲ୍‌ବଲ ଖେଳୁଛନ୍ତି ଓ ବ୍ୟାୟାମ୍‌ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପୂର୍ବ ପରି ଚେନ୍‌ରେ ବାନ୍ଧି ରଖିବାକୁ ପଡ଼ୁନାହିଁ।

ତେବେ ଏଠି ମନରେ ପ୍ରଶ୍ନ ଉଠୁଛି ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ତାଲିମ ନେଉଥିବା ହାତୀଙ୍କ ଦୈନିକ ଜୀବନଚର୍ଯ୍ୟା କ’ଣ? ଚନ୍ଦକା ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସକାଳ ୬ଟାରେ ହାତୀ ଶାଳାରୁ ହାତୀମାନେ ବାହାରନ୍ତି। ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩ କିମି ମର୍ଣ୍ଣିଂୱାକ କରନ୍ତି। ବିନା ଚେନ୍‌ରେ ସେମାନେ ଚାଲନ୍ତି। ସାଙ୍ଗରେ ମହୁନ୍ତମାନେ ଯାହାନ୍ତି। ମର୍ଣ୍ଣିଂୱାକ କରିବା ପରେ ସେମାନେ ହାତୀ ଶାଳାକୁ ଫେରନ୍ତି। ସେଠାରେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ବ୍ରେକ୍‌ଫାଷ୍ଟରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ।

Advertisment

ବ୍ରାକ୍‌ଫାଷ୍ଟ ଖାଇବାପରେ ହାତୀମାନେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ତା’ପରେ ସେମାନେ ଜଙ୍ଗଲକୁ ଯାଆନ୍ତି। ଜଙ୍ଗଲରେ ୭ କିମି ପର୍ଯ୍ୟନ୍ତ ଯାହାନ୍ତି ଓ ଡାଳ ପତ୍ର ଖାଇଥାଆନ୍ତି। ସେମାନଙ୍କ ସହିତ ମାହାନ୍ତୁ, ସହକାରୀ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ଯାଇଥାଆନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୧୨ରୁ ଗୋଟାଏ ବେଳେ ଫେରିଲା ବେଳେ କୁମ୍ଭାରଖୁଣ୍ଟି ଡ୍ୟାମ୍‌ରେ ଗାଧୋଇଥାଆନ୍ତି। ଖରାଦିନରେ ସେମାନେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଗାଧୋଇ ଥାଆନ୍ତି।

ହାତୀମାନେ ଗାଧୋଇ ସାରିବା ପରେ ହାତୀଶାଳାକୁ ଫେରନ୍ତି। ହାତୀ ଶାଳାକୁ ଫେରିବା ପରେ ସେମାନଙ୍କୁ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ମଧ୍ୟାହ୍ନ ଭୋଜନରେ ସେମାନଙ୍କୁ ପାଇଁ ମୁଗ, ଚାଉଳ, କୋଳଥ ଓ ପରିବା ମିଶାଇ ରନ୍ଧା ଯାଇଥାଏ। ସେଥିରେ ନଡ଼ିଆ, କଦଳୀ, ଗୁଡ଼ ପକାଇ ବଲ୍‌ କରାଯାଇଥାଏ। ସେହି ବଲ୍‌କୁ ହାତୀ ପାଟିରେ ଖିଆଯାଏ। ହାତୀମାନେ ଅତି ଆନନ୍ଦରେ ଖାଇଥାଆନ୍ତି। ଖାଇ ସାରିବା ପରେ ସେମାନେ ଅଧ ଘଣ୍ଟାଏ ଫୁଟ୍‌ ବଲ୍‌ ବା ଅନ୍ୟାନ୍ୟ ଖେଳ ଖେଳନ୍ତି। ଖେଳିସାରିବା ପରେ ସେମାନେ ବ୍ୟାୟାମ କରନ୍ତି। ତା’ପରେ ଡାଳପତ୍ର ଖାଇ ଥାଆନ୍ତି। ରାତିରେ ହାତୀମାନେ ବିଶ୍ରାମାଗାରକୁ ଯାଆନ୍ତି। ସେଠାରେ ରାତିରେ ବିଶ୍ରାମ ନେଇଥାଆନ୍ତି।

Elephantମଧ୍ୟାହ୍ନରେ ଖାଇବାକୁ ଦିଆଯାଉଛି

ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରାଙ୍କ କହିବା ଅନୁସାରେ ତାଲିମ ନେଉଥିବା ହାତୀଙ୍କ ମାଧ୍ୟମରେ ଅମାନିଆ ହାତୀଙ୍କୁ ଘାଉଡାଯିବାର ବ୍ୟବସ୍ଥା କରାଯିବ। ଆଗାମୀ ୬ରୁ ୭ ମାସ ଭିତରେ ଅଭୟାରଣ୍ୟ ଭିତରେ ହେଉଥିବା ଗାଡ଼ିରେ ପାଟ୍ରୋଲିଂ ବନ୍ଦ କରାଯିବ। ଭବିଷ୍ୟତରେ ତାଲିମ ନେଇଥିବା ହାତୀଙ୍କ ମାଧ୍ୟମରେ ପାଟ୍ରୋଲିଂ କରାଯିବ। ହିଂସ୍ର ହେଉଥିବା ଜଙ୍ଗଲୀ ଯନ୍ତୁଙ୍କ ଟ୍ରାଙ୍କାଲାଇଜ୍‌ରେ ଏହି ହାତୀଙ୍କ ସହଯୋଗ ନିଆଯିବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।

ପ୍ରତି ଦିନ ଗୋଟିଏ ହାତୀ ଖାଏ ୬ କେଜି ଗହମ, ୫ କେଜି ଚାଉଳ, ୧ କେଜି ମୁଗ, ୧ କେଜି କୋଳଥ, ୪ଟି ନଡ଼ିଆ, ୨ରୁ ୩ କେଜି ପରିବା, ୫୦୦ ଗ୍ରାମ ଗୁଡ଼ ଖାଇଥାଆନ୍ତି। 

Bhubaneswar Bhubaneswar News Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe