A statue of a cow and a milk churn stands tall over the bungalow
ଗାଈ ଖିର ବିକି ଚାଷୀ ହେଲେ କୋଟି ପତି। ଦିନେ ଯେଉଁ ଚାଷୀ ମାତ୍ର ଗୋଟିଏ ଗାଈ ରଖିଥିଲେ ତାଙ୍କ ଗୋଶାଳାରେ ଏବେ ୧୫୦ରୁ ଅଧିକ ଉନ୍ନତମାନର ଗାଈ ରହିଛନ୍ତି। ଏହି ଚାଷୀ ନିଜ ରହିବା ପାଇଁ ଯେଉଁ ଘର ନିର୍ମାଣ କରିଛନ୍ତି, ତାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ଏହି ଚାଷୀ ଜଣକ ହେଉଛନ୍ତି ମହାରାଷ୍ଟ୍ର ସୋଲାପୁରର ପ୍ରକାଶ ଇମଦେଶ। ତାଙ୍କର ସଫଳ ଗୋପାଳନକୁ ନେଇ ସବୁଠାରେ ଚର୍ଚ୍ଚା। ସେ ତାଙ୍କ ବଙ୍ଗଳା ଉପରେ ଏକ ଗାଈ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।
ପ୍ରକାଶ ଏଠାରେ ବାପୁ ଭାବେ ବେଶ ପରିଚିତ। ଗୋପୂଜନରୁ ତାଙ୍କ ଦିନର ପ୍ରାରମ୍ଭ ହୋଇଥାଏ। ସେ ପ୍ରଥମେ ଯେଉଁ ଗାଈକୁ ରଖିଥିଲେ ତାହାର ନାମ ଲକ୍ଷ୍ମୀ। ତାହାର ଫଟୋକୁ ପୂଜା ଓ ପ୍ରାର୍ଥନା କରିବା ପରେ ତାଙ୍କୁ ଏଭଳି ସଫଳତା ମିଳିଥିବା ସେ କହିଛନ୍ତି। ସେ ନିର୍ମାଣ କରିଥିବା ବିଶାଳ ବଙ୍ଗଳାର ନାମ ଗୋଧନ ନିବାସ ରଖିଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ୪ ଏକର ଜମିରେ ଗୋପାଳନ ଆରମ୍ଭ କରିଥିଲେ। ଏହି ଜମି ଚାଷ ଓ ରହିବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ଥିଲା। ତେବେ ବି ସେ ଏହାକୁ ରହିବା ଓ ଗୋଶାଳା ଆରମ୍ଭ କରିବାକୁ ବାଛିଥିଲେ। ୧୯୯୮ ମସିହାରେ ସେ ଗୋପାଳ ସହ ଗାଈ ଖିର ଓ ଖତ ବିକ୍ରି କରିବା ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ସେ ସ୍ଥାନୀୟ ଲୋକଙ୍କୁ ଗାଈ ଖିର ବିକ୍ରି କରୁଥିଲେ। ମାତ୍ର ଗୋଟିଏ ଗାଈରୁ ଏବେ ତାଙ୍କ ଗୋଶାଳାରେ ଗାଈ ସଂଖ୍ୟା ୧୫୦ରୁ ଅଧିକ ହୋଇଛି। ସେ ଦିନକୁ ପ୍ରାୟ ୧ ହଜାର ଲିଟର ଖିର ଉତ୍ପାଦନ କରୁଛନ୍ତି। ତାଙ୍କ ପୂରା ପରିବାର ଗାଈମାନଙ୍କ ଯତ୍ନ ନେବା, ଖିର ବ୍ୟବସାୟକୁ ଆଗକୁ ବଢ଼ାଇବାରେ ନିୟୋଜିତ ଅଛନ୍ତି।
ଗୋଶାଳା ଆରମ୍ଭ ଦିନ ଠାରୁ ସେ ତାଙ୍କ ଗୋଶାଳାରୁ ଆଜି ପର୍ଯ୍ୟନ୍ତ କୌଣସି ଗାଈ କିମ୍ବା ବାଛୁରୀକୁ ବିକ୍ରି କରିନାହାନ୍ତି। ୨୦୦୬ରେ ଲକ୍ଷ୍ମୀ(ଗାଈ)ର ମୃତ୍ୟୁ ପରେ ତାହାର ଛୁଆମାନଙ୍କୁ ବଡ଼ କରିବା ସହ ଖିର ବ୍ୟବସାୟକୁ ବଡ଼ ରୂପ ଦେଇଥିଲେ।
ତାଙ୍କ ଗୋଶାଳାରେ ଥିବା ଗାଈମାନେ ପ୍ରତ୍ୟେକ ଦିନ ପ୍ରାୟ ୪ରୁ ୫ ଟନ୍ ଘାସ ଖାଇଥାନ୍ତି। ଏହି ଘାସକୁ ସେ ତାଙ୍କ ଚାଷ ଜମିରୁ ଅମଳ କରନ୍ତି, ନଚେତ୍ ଆବଶ୍ୟକ ପଡ଼ିଲେ ବାହାରୁ କିଣନ୍ତି।
ତାଙ୍କର ଏହି ଗୋଶାଳା ଓ ଖିର ବ୍ୟବସାୟରେ ଅନେକ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ଫଳରେ ସେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ରାଜ୍ୟ ବାହାର ବହୁ ଚାଷୀ ତାଙ୍କର ଏହି ସଫଳ ଗୋପାଳନକୁ ଦେଖିବା ନିମନ୍ତେ ଅସୁଛନ୍ତି ଓ ଶିକ୍ଷା ନେଇ ଯାଉଛନ୍ତି। ସେ ଗୋପାଳ କରି କୋଟିପତି ହୋଇପାରିଛନ୍ତି। ପାଖାପାଖି ୧ କୋଟି ଟଙ୍କା ଖର୍ଚ୍ଚ ବିଶାଳ ବଙ୍ଗଳା ତିଆରି କରିଛନ୍ତି। ଯେଉଁଠି ସେ ପରିବାର ସହ ରହୁଛନ୍ତି ଓ ସାଧାରଣ ବ୍ୟକ୍ତି ଅସାଧାରଣ ବ୍ୟକ୍ତିତ୍ୱ ହୋଇପାରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
