Advertisment

ଚାଷ ଜମିରେ ଗଡ଼ୁଛି ହଳଦିଆ ତରଭୁଜ, ଭାରି ସୁଆଦିଆ

ଲାଲ୍‌ ତରଭୁଜ ଚାଷ କରୁଥିବା ଚାଷୀଙ୍କ ପାଇଁ ଆସିଲା ଭଲ ଖବର। ତେଲକୋଇ ଅଞ୍ଚଳରେ ହଳଦିଆ ତଳଭୁଜ(ଥାଇଲାଣ୍ଡର ହଳଦିଆ ତରଭୁଜ) ଭଲ ଫଳୁଛି। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଚାଷୀ ଏହି ଥାଇଲାଣ୍ଡ୍‌ ତରଭୁଜ ଚାଷ କରିଥିଲେ। ଭଲ ଅମଳ ମଧ୍ୟ ହୋଇଥିଲା।

Watermelons

Watermelons

Advertisment

ଲାଲ୍‌ ତରଭୁଜ ଦେଖିବେ। ତା’ର ସ୍ୱାଦ ମଧ୍ୟ ଚାଖିଥିବେ। ହେଲେ କେବେ ହଳଦିଆ ତରଭୁଜ ଦେଖିଛନ୍ତି କି? ଆଉ ତା’ ସ୍ୱାଦ କେବେ ଚାଖିଛନ୍ତି କି? ହଁ ଆଜ୍ଞା, ଏମିତିକା ହଳଦିଆ ତରଭୁଜ ଏବେ ଫଳୁଛି ରତ୍ନଗର୍ଭା ଜିଲ୍ଲା ଭାବେ ପରିଚିତ କେନ୍ଦୁଝରରେ। ଏଥିରେ ଲାଭ ଅଧିକ ମିଳୁଥିବାରୁ ଚାଷୀ ଭାଇମାନେ ବିପୁଳ ପରିମାଣରେ ଚାଷ କରୁଛନ୍ତି।

Advertisment

ତେଲକୋଇ ଏକ କୃଷି ପ୍ରଧାନ ବ୍ଲକ୍‌। ଏହି ବ୍ଲକ୍‌ର ଛାମୁଣ୍ଡା, ଦୋବଲାପାଳ, ଖୁଣ୍ଟାପଡ଼ା, ଏସ୍‌ଏନ୍‌ପୁରଗୁଡ଼ା, ତାଳପଦା, ଓରିଆ, ଭୀମକାଣ୍ଡ, କରଦାଙ୍ଗି, ଦେଉଳଡିହା, ଆକୁଳ, କାଳିଆହତା, ରାଇସୁଆଁ ପ୍ରମଖ ପଞ୍ଚାୟତରେ ଶହଶହ ହେକ୍ଟର ଜମିରେ ପ୍ରତିବର୍ଷ ତରଭୁଚ ଚାଷ ହେଉଛି। ଏମିତି କିଛି ଚାଷୀ ଅଛନ୍ତି, ଯେଉଁମାନେ ବଂଶାନୁକ୍ରମେ ତଳଭୁଜ ଚାଷ କରି ଆସୁଛନ୍ତି। ଏମାନେ ବଶେଷ କରି ଲାଲ୍‌ ତରଭୁଜ ଚାଷ କରନ୍ତି। ଏଠାରେ ଫଳୁଥିବା ତରଭୁଜ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ଛତିଶଗଡ଼ ପ୍ରମୁଖ ରାଜ୍ୟକୁ ଚାଲାଣ ହେଉଛି। ଲାଲ ତରଭୁଜ କିଲୋ ୧୦ରୁ ୧୨ଟଙ୍କାରେ ବିକ୍ରି ହେଉଛି। ଚାଷୀଙ୍କ କହିବା ଅନୁସାରେ ଲକ୍ଷ ଟଙ୍କା ଚାଷରେ ଖର୍ଚ୍ଚ କଲେ ଦୁଇ ଲକ୍ଷ ଟଙ୍କା ମିଳୁଛି। ଅର୍ଥାତ ପାଣିପାଗ ଭଲ ରହିଲେ ଡବଲ୍‌ ଲାଭ ମିଳୁଛି।

ଲାଲ୍‌ ତରଭୁଜ ଚାଷ କରୁଥିବା ଚାଷୀଙ୍କ ପାଇଁ ଆସିଲା ଭଲ ଖବର। ତେଲକୋଇ ଅଞ୍ଚଳରେ ହଳଦିଆ ତଳଭୁଜ(ଥାଇଲାଣ୍ଡର ହଳଦିଆ ତରଭୁଜ) ଭଲ ଫଳୁଛି। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଚାଷୀ ଏହି ଥାଇଲାଣ୍ଡ୍‌ ତରଭୁଜ ଚାଷ କରିଥିଲେ। ଭଲ ଅମଳ ମଧ୍ୟ ହୋଇଥିଲା। ଚଳିତବର୍ଷ ତେଲକୋଇ ବ୍ଲକର ପ୍ରାୟତଃ ସବୁ ପଞ୍ଚାୟତର ଚାଷୀମାନେ ଲାଲ ଓ ଥାଇଲାଣ୍ଡ ହଳଦିଆ ତରଭୁଜ ଚାଷ କରିଥିଲେ। ପାଗ ଭଲ ଥିବାରୁ ଏଥର ଭଲ ଫଳିଛି। ଏହି ତରଭୁଜର ଚାହିଦା ପଶ୍ଚିମବଙ୍ଗରେ ବେଶୀ ରହିଛି।

Advertisment

ଥାଇଲାଣ୍ଡ ହଳଦିଆ କିଲୋ ୨୫ ଟଙ୍କାରେ ଚାଷୀମାନେ ବିକିଛନ୍ତି। ଯେଉଁଠି ଲାଲ ତରଭୁଜ ୧୦ରୁ ୧୨ ଟଙ୍କାରେ ବିକ୍ରି ହେଉଛି, ସେପରି ସ୍ଥିତିରେ ଥାଇଲାଣ୍ଡ ହଳଦିଆ କିଲୋ ୨୫ ଟଙ୍କାରେ ବିକ୍ରି ହେଉଛି। ସମାନ ଖର୍ଚ୍ଚରେ ଅଧିକ ଟଙ୍କା ଉପାର୍ଜନ ହୋଇପାରୁଛି। ଏହାର ଅର୍ଥ ଲକ୍ଷେ ଟଙ୍କା ଚାଷରେ ଖର୍ଚ୍ଚ କଲେ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହୋଇପାରୁଛି ବୋଲି ଚାଷୀମାନେ କହିଛନ୍ତି। ଏହି ତରଭୁଜର ରଙ୍ଗ ହଳଦିଆ ହୋଇଥିବାରୁ ଆକର୍ଷଣୀୟ ଦେଖାଯାଉଛି। ତେଣୁ ଲୋକଙ୍କ ଭିତରେ ଭଲ ଚାହିଦା ରହିଛି ବୋଲି ଚାଷୀମାନେ କହିଛନ୍ତି।

ତଳଭୁଜ ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ୧୬ ହଜାର ମନ୍ଦାରେ ଲାଗିଛି ତରଭୁଜ। ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ୧୫ ବର୍ଷ ହେଲା ତରଭୁଜ ଚାଷ କରୁଛି। ଥାଇଲାଣ୍ଡ ହଳଦିଆର ଚାହିଦା ଅଧିକ ଥିବାରୁ ଚଳିତବର୍ଷ ପ୍ରଥମ ଥର ପାଇଁ ଚାଷ କରୁଛି ବୋଲି ଶ୍ରୀ ସାହୁ କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar Watermelon
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe