Advertisment

ମିଳୁଛି ସରକାରଙ୍କ ପ୍ରୋତ୍ସାହନ, ବଢୁଛି ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ବୈତରଣୀ ପରି ଚୀର ସ୍ରୋତା ନଦୀ ବୋହି ଯାଇଥିବା ବେଳେ କାନପୁର, ଦେଓ ଜଳ ସେଚନ ପ୍ରକଳ୍ପ, ସାପୁଆ ଡ୍ୟାମ ଓ ବଡ଼ବଡ଼ ନାଳ ଜିଲ୍ଲାରେ ରହିଛି।

Potato

Potato

Advertisment

ପଶ୍ଚିମବଙ୍ଗ ସରକାରଙ୍କ ନାଲି ଆଖି ଦେଖି ରାଜ୍ୟ ସରକାର ଆଳୁ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଯେଉଁଥିପାଇଁ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ୁଛି। ଚଳିତବର୍ଷ କେନ୍ଦୁଝର ଜିଲ୍ଲାରେ ୧୩ ବ୍ଲକରେ ୫୭୫ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଉଦ୍ୟାନ କୃଷି ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଚାଷୀଙ୍କୁ ୬୨୪୨ କ୍ୱିଣ୍ଟାଲ୍‌ ଉନ୍ନତ ମାନର ଆଳୁ ବିହନ ବଣ୍ଟନ କରିସାରିଲାଣି। ବିହନ ପାଇବା ପାଇବା ପରେ ଚାଷୀମାନେ ଚାଷ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

Advertisment

ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ବୈତରଣୀ ପରି ଚୀର ସ୍ରୋତା ନଦୀ ବୋହି ଯାଇଥିବା ବେଳେ କାନପୁର, ଦେଓ ଜଳ ସେଚନ ପ୍ରକଳ୍ପ, ସାପୁଆ ଡ୍ୟାମ ଓ ବଡ଼ବଡ଼ ନାଳ ଜିଲ୍ଲାରେ ରହିଛି। ତେଣୁ ଜିଲ୍ଲାରେ ପାଣିର ଅଭାବ ନଥିବାରୁ କାହିଁ କେଉଁ କାଳରୁ ଆଦିବାସୀମାନେ ନିଜ ପାଇଁ ପାରମ୍ପରିକ ଭାବେ ଆଳୁ ଚାଷ କରୁଥିଲେ। ତେବେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଆଳୁ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ତେଣୁ ଜିଲ୍ଲାର ଚାଷୀମାନେ ଆଳୁ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଉଦ୍ୟାନ ବିଭାଗ ଜିଲ୍ଲାର ତେଲକୋଇ, ଚମ୍ପୁଆ, ଯୋଡ଼ା, ଘଟଗାଁ, ବାଂଶପାଳ, ହରିଚନ୍ଦନପୁର, ଘଷିପୁରା, ହାଟଡିହି, ଆନନ୍ଦପୁର, ପାଟଣା, ସାହାରପଡ଼ା, କେନ୍ଦୁଝର ସଦର ଓ ଝୁମ୍ପୁରା ବ୍ଲକରେ ୫୭୫ ହେକ୍ଟର ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ୬୨୪୨ କ୍ୱିଣ୍ଟାଲ୍‌ ଆଳୁ ବିହନ ଚାଷୀଙ୍କୁ ବଣ୍ଟନ କରାଯାଇଛି। ଆହୁରି ୩୦୦ କ୍ୱିଣ୍ଟାଲ୍‌ ଆଳୁ ବିହନ ଆସିଛି। ଖୁବ୍‌ଶୀଘ୍ର ଚାଷୀଙ୍କୁ ସେହି ବିହନ ବଣ୍ଟାଯିବ ବୋଲି ଉଦ୍ୟନ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବିହନ ପାଇବା ପରେ ଚାଷୀମାନେ ଚାଷ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

Advertisment

ଜିଲ୍ଲାର ୧୩ ବ୍ଲକରେ କିଛି କିଛି ଆଳୁ ଚାଷୀଙ୍କୁ ନେଇ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍‌ (FPO) ଗ୍ରୁପ୍‌ ଗଠନ କରାଯାଇଛି। ଉଦ୍ୟାନ କୃଷି ତରଫରୁ FPOକୁ ସବୁ ପ୍ରକାଶ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। କ୍ଷେତକୁ ପାଣି ଯୋଗାଇବା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଯେଉଁଠି ଜଳ ଯୋଗାଣର ବ୍ୟବସ୍ଥା ନାହିଁ, ସେଠାରେ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ବୋରୱେଲ ଖୋଳାଯାଇ ସୋଲାର ପମ୍ପ ସାହାଯ୍ୟରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି। ଏଥିରୁ ଚାଷୀମାନେ ବେଶ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି। ୫୭୫ ହେକ୍ଟର ଜମିରୁ ଏକ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ୍‌ ଆଳୁ ଉତ୍ପାଦନ ହେବ ବୋଲି ଉଦ୍ୟାନ କୃଷି ବିଭାଗ ଟାର୍ଗେଟ ରଖିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ଅମଳ ହେବାକୁ ଆଳୁ ରହିବ କେଉଁଠି? ସେଥିପାଇଁ ପ୍ରଶାସନ ତରଫରୁ କ’ଣ ବ୍ୟବସ୍ଥା କରାଯାଇଛି? ଏନେଇ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୌମେନ୍ଦ୍ର ନାରାୟଣ ପାଣିଗ୍ରାହୀ କହିଛନ୍ତି, ଜିଲ୍ଲାରେ ବର୍ତ୍ତମାନ ଗୋଟିଏ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି। ଆଉ ଗୋଟିଏରେ ମେସିନ୍‌ ଠିକ୍‌ ନାହିଁ। ମରାମତି ଚାଲିଛି, ଚଲାଇବେ। ତାହାଛଡ଼ା ୩ ସବ୍‌ଡିଭିଜନ୍‌ରେ ୩ଟି ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସେଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Kendujhar Potato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe