Advertisment

ବାଟ ଦେଖାଇଛନ୍ତି କମଳ, କରୁଛନ୍ତି ତୁଳସୀ ଚାଷ

ଗୋଟିଏ ଏକର ଜମିରେ ସେ କରିଛନ୍ତି ତୁଳସୀ ଚାଷ।

ଅଦ୍ୟତନ ହୋଇଛି
Tulsi Farming

Tulsi Farming

Advertisment

ଚାକିରିରୁ ଅବସର ନେବା ପରେ ଚାଷ କାର୍ଯ୍ୟରେ ମଉଜି ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ହରଡ଼ଖୋଲ ଗାଁର କମଳ ଲୋଚନ ପୁରୋହିତ। ଧାନ କିମ୍ବା ପନିପରିବା ନୁହେଁ, ସେ କରୁଛନ୍ତି ତୁଳସୀ ଚାଷ। କିଛି ନିଆରା ଚାଷ କରିବା ନିଶାରେ ସେ ଆରମ୍ଭ କରିଥିଲେ ତୁଳସୀ ଚାଷ। ଏଥିରୁ ସେ ଭଲ ଦୁଇ ପଇସା ପାଉଥିବା ବେଳେ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ବାଟ। 

Advertisment

କମଳ ଲୋଚନ ପୁରୋହିତ ୩୭ ବର୍ଷ ଧରି ରାଜ୍ୟ ସରକାରଙ୍କ ବନ ବିଭାଗରେ କାର୍ଯ୍ୟ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିବା କମଳ ଲୋଚନଙ୍କ ଅଧିକ ସମୟ ନନ୍ଦନକାନନରେ ଅତିବାହିତ ହୋଇଥିଲା। ୨୦୧୭ରେ ସେ ଡିଏଫଓ ଭାବେ ଅବସର ଗ୍ରହଣ କରିଥିଲେ।

ଅବସର ନେବା ପରେ କମଳ ଲୋଚନ ପୁରୋହିତ ଘରେ ବସିବାକୁ ଚାହୁଁ ନଥିଲେ। ସେ ନିଜକୁ କିଛି କାର୍ଯ୍ୟରେ ବ୍ୟସ୍ତ ରଖିବା ପାଇଁ ଚାହୁଁଥିଲେ। ବହୁତ ଭାବିବା ପରେ ସେ ନିଜ ଜନ୍ମମାଟି ହରଡ଼ଖୋଲକୁ ଫେରି ଚାଷ କରିବାକୁ ସ୍ଥିର କରିଥିଲେ। ହେଲେ ପାରମ୍ପରିକ ଚାଷ ନ କରି କିଛି ଅଲଗା କରିବା ପାଇଁ ସେ ଭାବିଥିଲେ। ଅନ୍ୟମାନଙ୍କ ପରାମର୍ଶ ନେବା ପରେ ସେ ତୁଳସୀ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। 

Advertisment
Tulsi Farmingଚାଷୀ କମଳ ଲୋଚନ ପୁରୋହିତ

ପ୍ରାୟ ଗୋଟିଏ ଏକର ଜମିରେ କମଳ ଲୋଚନ ପୁରୋହିତ ତୁଳସୀ ଚାଷ କରିଛନ୍ତି। ଏଥିପାଇଁ ସେ ୪ ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ତୁଳସୀ ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରନ୍ତି। ତା’ସହିତ ପତ୍ର ତୋଳନ୍ତି। 

କମଳ ଲୋଚନ ପୁରୋହିତ କହିଛନ୍ତି, ପ୍ରତି ଦୁଇ ମାସରେ ଥରେ ତୁଳସୀ ପତ୍ର ତୋଳାଯାଏ। ଗୋଟିଏ ଥରରେ ପ୍ରାୟ ୮୦୦ରୁ ୯୦୦ କେଜି ପତ୍ର ବାହରିଥାଏ। ସେଥିରୁ ୪ କେଜି ତୁଳସୀ ତେଲ ବାହାରେ। ତୁଳସୀ ପତ୍ରରୁ ତେଲ ବାହାର କରିବା ପାଇଁ ଯେଉଁ ମେସିନ ଅଛି, ତାହା ଆମ ଗାଁ କିମ୍ବା ଆଖପାଖରେ ନାହିଁ। ସେଥିପାଇଁ ଟିକେ ଦୂର ବାଟ ଯିବାକୁ ପଡ଼େ। 

tulasiତୁଳସୀ ତେଲ ପ୍ରସ୍ତୁତ ହେଉଛି

ସେ କହିଛନ୍ତି, ତୁଳସୀ ତେଲର ବିକ୍ରି ଦୁଇ ପ୍ରକାରରେ ହୋଇଥାଏ। ଜଣେ ଚାହିଁଲେ କେଜି ହିସାବରେ ବିକ୍ରି କରିପାରିବେ। ନହେଲେ ଛୋଟ ଛୋଟ ବୋତଲରେ ଭର୍ତ୍ତି କରି ବିକ୍ରି କରିପାରିବେ। ତୁଳସୀ ତେଲର ଭଲ ଚାହିଦା ରହିଛି। ଏଥିରେ ଅନ୍ୟ କିଛି ମିଶେ ନାହିଁ। 

ତୁଳସୀ ତେଲର ବିକ୍ରିକୁ ଆହୁରି ବଢ଼ାଇବା ପାଇଁ ଚିନ୍ତା କରୁଛନ୍ତି କମଳ ଲୋଚନ ପୁରୋହିତ। ତେଣୁ ସେ ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ସହିତ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରୁଥିବା ବିଭିନ୍ନ କମ୍ପାନୀଗୁଡ଼ିକର ପରାମର୍ଶ ସେ ନେବେ ବୋଲି କହିଛନ୍ତି।   

ତୁଳସୀ ଚାଷରେ ଅଳ୍ପ ଖର୍ଚ୍ଚରେ ଭଲ ଲାଭ ହୋଇଥାଏ। ଆଗକୁ ଅନ୍ୟମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି କମଳ ଲୋଚନ ପୁରୋହିତ।

Tulsi Farming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe