ଜଳ ବନ୍ଦୀ ଜୀବନ; ଛାତିଏ ପାଣିରେ ନାଳ ପାର ହେଲେ ରୋଗୀ

ସେ ପାଖରେ ଆମ୍ୱୁଲାନ୍ସ, ଏପାଖରେ ରୋଗୀଣା ମାଆ। ଆଉ ମଝିରେ ଭୟଙ୍କର ରୂପ ଦେଖାଇ ବୋହି ଯାଉଛି ମାଳଦା ନାଳ। ଉଛୁଳା ନାଳର ଏ ରୂପ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ ଦୁଇ ଭାଇ। ରୋଗୀଣା ମାଆଙ୍କୁ କେମିତି ନାଳ ପାର୍‌ କରାଇବେ? କେମିତି ମେଡିକାଲ୍‌ ନେବେ?

Telcoi PhotoOR

ମହିଳାଙ୍କୁ ନାଳ ପାର କରାଯାଉଛି

Manoranjan Sial
  • Published: Thursday, 29 August 2024
  • Updated: 29 August 2024, 06:45 PM IST

Sports

Latest News

ଉଚ୍ଛୁଳା ନାଳ। ଭୟଙ୍କର ରୂପ ଦେଖାଇ ଜଙ୍ଗଲୀ ମାଟି ମିଶା ପାଣି ଧରି ବୋହି ଯାଉଛି। ଆଉ ତାହାରି ଭିତରେ ପାଦ ଚିପିଚିପି ଜ୍ୱରରେ ପୀଡ଼ିତ ବୃଦ୍ଧାଙ୍କୁ ନାଳ ପାର୍‌ କରାଇଲେ ଅଗ୍ନିଶମ କର୍ମଚାରୀ। ଜଳବନ୍ଦୀ ଜୀବନ ଭିତରୁ ରୋଗୀଣା ମହିଳାଙ୍କୁ ଉଦ୍ଧାର କରିବାର ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରେ।

ଖଣି ଖାଦାନ ଭରା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ହଳଡିହି ସାହି। ଏହି ସାହିର ଗୋଟିଏ ପାର୍ଶ୍ୱରେ ବିସ୍ତିର୍ଣ୍ଣ ଜଙ୍ଗଲ ଓ ଅନ୍ୟ ତିନି ପାର୍ଶ୍ୱରେ ଅଙ୍କେଇ ବଙ୍କେଇ ବୋହି ଯାଇଛି ମାଳଦା ନାଳ। ବର୍ଷା ଋତୁରେ ଏହି ନାଳରେ ପ୍ରବଳ ବେଗରେ ପାହାଡି ପାଣି ପ୍ରବାହିତ ହେଉଛି। କହିବାକୁ ଗଲେ ନାଳରେ ବେକେ ଉଚ୍ଚର ପାଣି ହୋଇଥାଏ। ତେଣୁ ବର୍ଷା ଋତୁରେ ଲୋକମାନେ ଜଳବନ୍ଦୀ ଜୀବନ ଅତିବାହିତ କରିଥାଆନ୍ତି। କୌଣସି ଅତ୍ୟବଶ୍ୟକ କାମ ପଡ଼ିଲେ ଗାଁ ଲୋକଙ୍କୁ ଦଉଡି ସହାୟତା ନାଳ ଅତିକ୍ରମ କରିଥାଆନ୍ତି।

Also Read

ତେବେ ଏହି ସାହିର ସିପେଇ ମୁଣ୍ଡା ଗତ ତିନି ଦିନ ହେଲା ଜ୍ୱରରେ ପୀଡିତ ଥିଲେ। ନାଳରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ମେଡ଼ିକାଲ୍‌ ଯାଇପାରୁନଥିଲେ। ହେଲେ ଆଜି କିନ୍ତୁ ସ୍ଥିତି ଭୟଙ୍କର ହୋଇଥିଲା। ଜ୍ୱର ବଢ଼ିଥିଲା। ମାଆର ଏପରି ପୀଡ଼ା ଦେଖି ଥୟ ଧରି ପାରିଲେ ନାହିଁ ଦୁଇ ପୁଅ ବୀରବର ମୁଣ୍ଡା ଓ ତ୍ରିଲୋଚନ ମୁଣ୍ଡା। ତେଣୁ ମେଡ଼ିକାଲ୍‌ ନେବା ପାଇଁ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ନିର୍ଦ୍ଧାରିତ ସମୟରେ ନାଳ ସେପାଖରେ ପହଞ୍ଚିଥିଲା ଆମ୍ୱୁଲାନ୍ସ। ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିବାରୁ ଯାଇପାରିନଥିଲା। ତେଣୁ ଦୁଇ ଭାଇ ରୋଗୀଣା ମାଆଙ୍କୁ ଭାରରେ ନାଳ ପର୍ଯ୍ୟନ୍ତ ଆଣିଥିଲେ। ହେଲେ ନାଳରେ ପ୍ରବାହିତ ମାଟି ମିଶା ପାଣିକୁ ଦେଖି ରୋଗୀଣାଙ୍କୁ ଧରି ନାଳ ପାର ହେବା ପାଇଁ ସାହସ କରିପାରିଲେ ନାହିଁ ଦୁଇ ଭାଇ।

ସେ ପାଖରେ ଆମ୍ୱୁଲାନ୍ସ, ଏପାଖରେ ରୋଗୀଣା ମାଆ। ଆଉ ମଝିରେ ଭୟଙ୍କର ରୂପ ଦେଖାଇ ବୋହି ଯାଉଛି ମାଳଦା ନାଳ। ଉଛୁଳା ନାଳର ଏ ରୂପ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ ଦୁଇ ଭାଇ। ରୋଗୀଣା ମାଆଙ୍କୁ କେମିତି ନାଳ ପାର୍‌ କରାଇବେ? କେମିତି ମେଡିକାଲ୍‌ ନେବେ? ସେହି ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ କିଛି ଉପାୟ ନପାଇ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ତେଲକୋଇ ଅଗ୍ନିଶମ କର୍ମଚାରୀମାନେ ନାଳ ପାଖରେ ପହଞ୍ଚିଥିଲେ। ପ୍ରଥମେ ନାଳର ଏପାଖରୁ ସେପାଖକୁ ଗୋଟିଏ ଶକ୍ତ ଦୌଡ଼ି ବନ୍ଧି ଥିଲେ। ତା’ପରେ ଲାଇଫବୟ(ଏକ ପ୍ରକାର ଲାଇଫ୍‌ ଜ୍ୟାକେଟ୍‌) ଉପରେ ଷ୍ଟ୍ରେଚର ରଖି ସିପେଇଙ୍କୁ ବସାଇ ନାଳ ପାର କରାଇଥିଲେ। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ରୋଗୀଙ୍କୁ ନଦୀ ପାର କରାଇଥିଲେ। ଆଉ ରୋଗୀଙ୍କୁ ଆମ୍ୱୁଲାନ୍ସ ପାଖରେ ପହଞ୍ଚାଇଥିଲେ। ତା’ପରେ ସିପେଇଙ୍କୁ ମେଡ଼ିକାଲ୍‌ ନିଆଯାଇଥିଲା।

ବର୍ଷା ଋତୁ ଆସିରେ ହଳଡିହି ସାହିବାସୀଙ୍କ ଦୁଃଖ ବଢ଼ିଥାଏ। ନାଳ ଏପାଖରୁ ସେପାଖକୁ ବନ୍ଧା ହୋଇଥିବା ରଶି ଧରି ଗାଁ ଲୋକେ ଭରା ନାଳ ପାର୍‌ ହୋଇଥାଆନ୍ତି। ହେଲେ କିଛି ଦିନ ତଳେ ନାଳ ପାର୍‌ ହେଉଥିବା ବେଳେ ଦୌଡ଼ିଟି ଛିଡ଼ି ଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ତା’ପରଠାରୁ ଲୋକମାନେ ଆଉ ନାଳ ପାଣିରେ ପାଦ ରଖିବାକୁ ସାହସ କରିପାରୁନାହାନ୍ତି। ଏହି ଖବର ସେତେବେଳେ ରାଜ୍ୟର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story