Advertisment

ନୀତିକୁ ଫୁ, ମନମର୍ଜିରେ ବିଜ୍ଞାପନ

ଚଳିତ ବର୍ଷ ମାର୍ଚ୍ଚ 14 ତାରିଖର ବିଧାନସଭା ଉତ୍ତରକୁ ଦେଖିଲେ- ଗତ 5 ବର୍ଷରେ ପ୍ରିଣ୍ଟ ମିଡିଆକୁ 117.09 କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଥିବାବେଳେ ଇଲୋକଟ୍ରୋନିକ ମିଡିଆଗୁଡ଼ିକୁ 23 କୋଟି 51 ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଛି।

ଅଦ୍ୟତନ ହୋଇଛି
Media

Media

Advertisment

ଶାସକ ଦଳ ବିଜେଡିର ଦୁଇ ବିଧାୟକଙ୍କ ମାଲିକାନାରେ ପରିଚାଳିତ ଟିଭି ଓ ଖବରକାଗଜକୁ ସରକାର ଖୁବ୍ ପସନ୍ଦ କରନ୍ତି। ଏମିତିକି ଚନ୍ଦ୍ରରେ ଚନ୍ଦ୍ରାୟଣ-3 ଅବତରଣ ହେଉ କି ଟିଭିରେ ରଥଯାତ୍ରା- କେବଳ ଏହି କମ୍ପାନୀ ଦ୍ବାରା ପରିଚାଳିତ ଟିଭିରେ ଖବର ଦେଖନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ତା’ ପରେ ପରେ ସେହି ଭିଡିଓ କ୍ଲିପକୁ ମିଡିଆ ସହ ସେୟାର କରିଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। କେବଳ ସେତିକି ନୁହେଁ, ପ୍ରସାରଣ ଓ ଦର୍ଶକୀୟ ଆଦୃତିକୁ ଦେଖି ବିଜ୍ଞାପନ ବଂଟନ ପାଇଁ 1998ରେ ଏକ ବିଜ୍ଞାପନ ନୀତି ପ୍ରଣୟନ ହୋଇଥିଲେ ବି ତାକୁ ଆଖି ବୁଜି ଦିଅନ୍ତି ସରକାର। ସନ୍ତୁଳିତ ଓ ନ୍ୟାୟସଂଗତ ଭାବେ ବିଜ୍ଞାପନ ବଣ୍ଟନ ପାଇଁ ନୀତି ତିଆରି ହୋଇଥିଲେ ବି ତାହାକୁ ଖାତିର କରୁନାହାନ୍ତି ରାଜ୍ୟ ସରକାର।

Advertisment

ସୂଚନା ଅଧିକାର ଆଇନରେ ତା. 26.07.2023ରେ ମିଳିଥିବା ଏକ ଉତ୍ତରରୁ ଏହା ସ୍ପଷ୍ଟ ହେଉଛି। ପ୍ରାୟ ତିନି ବର୍ଷରେ କେଉଁ ଖବରକାଗଜକୁ କେତେ ଟଙ୍କାର ବିଜ୍ଞାପନ ମିଳିଛି ଏଥିରେ ଦର୍ଶାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗରୁ ମିଳିଥିବା ଉତ୍ତର ଅନୁଯାୟୀ,

RTIପ୍ରାୟ ତିନି ବର୍ଷରେ `ସକାଳ’ ଖବରକାଗଜକୁ ସୂଚନା ଓ ଲୋକସଂପର୍କ ବିଭାଗ 60 ଥର ପ୍ରଥମ ପୃଷ୍ଠା ରଂଗୀନ ବିଜ୍ଞାପନ ଦେଇଥିବାବେଳେ 82ଥର ଅଧାପୃଷ୍ଠା ରଂଗୀନ ବିଜ୍ଞାପନ ଦେଇଛି।
Advertisment

ମାର୍ଚ୍ଚ 1, 2020ରୁ 15 ମେ 2023 ଭିତରେ ଏହି ବିଜ୍ଞାପନ ମିଳିଛି। ମୋଟ ଉପରେ `ସକାଳ’କୁ ପ୍ରାୟ 6 କୋଟି 57 ଲକ୍ଷ ଟଙ୍କାର ବିଜ୍ଞାପନ ମିଳିଛି। ସେହି ତିନି ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମାଜକୁ 25.04 କୋଟି, ସମ୍ବାଦକୁ 27.56 କୋଟି ଓ ପ୍ରମେୟକୁ 35 କୋଟି ଟଙ୍କାର ବିଜ୍ଞାପନ ମିଳିଛି। ପ୍ରଗତିବାଦୀକୁ 13.31 କୋଟି ଓ ନିତିଦିନକୁ 3.02 କୋଟି ଟଙ୍କାର ବିଜ୍ଞାପନ ମିଳିଛି।

ଅନ୍ୟପଟରେ ଚଳିତ ବର୍ଷ ମାର୍ଚ୍ଚ 14 ତାରିଖର ବିଧାନସଭା ଉତ୍ତରକୁ ଦେଖିଲେ- ଗତ 5 ବର୍ଷରେ ପ୍ରିଣ୍ଟ ମିଡିଆକୁ 117.09 କୋଟି ଟଙ୍କାର ବିଜ୍ଞାପନ ଦିଆଯାଇଥିବାବେଳେ ଇଲୋକଟ୍ରୋନିକ ମିଡିଆଗୁଡ଼ିକୁ 23 କୋଟି 51 ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଛି। 5 ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଲୋକ ଦେଖୁଥିବା ଓଟିଭିକୁ ମାତ୍ର 7.77 ଲକ୍ଷ ଟଙ୍କାର ବିଜ୍ଞାପନ ମିଳିଥିବାବେଳେ କନକ ନ୍ୟୁଜକୁ 2.28 କୋଟି, ପ୍ରମେୟ ନ୍ୟୁଜ ସେଭେନକୁ 2.34 କୋଟି, କଳିଙ୍ଗ ଟିଭିକୁ 2.43 କୋଟି, ନନ୍ଦିଘୋଷ ଟିଭିକୁ ତିନି ବର୍ଷରେ 60 ଲକ୍ଷ ଓ ଅର୍ଗସକୁ ମାତ୍ର 10 ହଜାର ଟଙ୍କାର ବିଜ୍ଞାପନ ମିଳିଛି। ଲୋକଙ୍କ ଟିକସରୁ ସରକାର ବିଜ୍ଞାପନ ବାଣ୍ଟୁଥିବାବେଳେ ବିଜ୍ଞାପନରେ ପାତରଅନ୍ତର ନୀତି ସ୍ପଷ୍ଟ ଧରାପଡ଼ିଯାଉଛି।

ବିଜ୍ଞାପନ ନୀତି-1998ର ଧାରା 5-2(ଘ) ଅନୁଯାୟୀ, ବିଜ୍ଞାପନ ବଣ୍ଟନ ବେଳେ କୌଣସି ମିଡିଆ ହାଉସର ରାଜନୈତିକ ସଂପୃକ୍ତିକୁ ବିଚାରକୁ ନିଆଯିବ ନାହିଁ ବୋଲି କୁହାଯାଇଥିବାବେଳେ ଯେଉଁ ମିଡିଆ ହାଉସ୍ ସରକାରଙ୍କ ଦୋଷ ଦୁର୍ବଳତା ଦେଖାଉଛି ତାହାକୁ କମ ବିଜ୍ଞାପନ ମିଳିବା ଓ ବେଳେ ବେଳେ ସମ୍ପୂର୍ଣ୍ଣ ବିଜ୍ଞାପନ ବନ୍ଦ କରିଦେବା କେବଳ କ୍ଷମତାର ଅପବ୍ୟବହାର ବୋଲି ଚର୍ଚ୍ଚା ହେଉଛି।

(ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe