ହାତ ଛାଡ଼ିଦେଲା ପୁଅ; ରୋଗୀଣା ପତ୍ନୀଙ୍କୁ ଧରି ଦହଗଞ୍ଜ ହେଉଛନ୍ତି ଭରତ

ମାଆଙ୍କ ଏ ଦୁଃଖଦ ସମୟରେ ହାତ ଛାଡ଼ିଦେଲା ଏକମାତ୍ର ପୁଅ। ଯେଉଁ ବାପା ଓ ମାଆଙ୍କ ଆଶୀର୍ବାଦରେ ଦୁନିଆ ଦେଖିଥିଲେ, ସେମାନଙ୍କୁ ପାଖରୁ ଦୂରେଇ ଦେଲେ।

Patna PhotoOR

ରୋଗୀଣା ପତ୍ନୀଙ୍କୁ ଖୁଆଇ ଦେଉଛନ୍ତି ଭରତ

Manoranjan Sial
  • Published: Tuesday, 02 January 2024
  • Updated: 02 January 2024, 06:36 PM IST

Sports

Latest News

କେତେ ପୂଜାପାଠ କରି ପୁଅଟିଏ ପାଇଥିଲେ! ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ଆଶ୍ରାବାଡ଼ି ହେବ। ହେଲେ ଯୌବନରେ ପଦାର୍ପଣ କରୁ କରୁ ଠକିଦେଲା ପୁଅ। ହାତ ଧରିବା ପରିବର୍ତ୍ତେ ହାତ ଛାଡ଼ି ଦେଲା। ଘରୁ ବାହାର କରିଦେଲା। କିଛି ଉପାୟ ନପାଇ ବାର୍ଦ୍ଧକ୍ୟରେ ରୋଗୀଣା ପତ୍ନୀଙ୍କୁ ଧରି ଘରୁ ବାହାରି ଆସିଲେ ଭରତ ନାଏକ। ଏବେ ଝାଟିମାଟିର ଘର ଭିତରେ ନାନା ଦହଗଞ୍ଜ ହେଉଛନ୍ତି। ଗୋରୁ ଚରାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳୁଛନ୍ତି। ହେଲେ ପତ୍ନୀଙ୍କ ଚିକିତ୍ସା କରିପାରୁ ନାହାନ୍ତି। ହୃଦୟକୁ ଦୋହଲାଇ ଦେଲା ପରି ଖବର ଖଣି ଖାଦାନ ଭରା କେନ୍ଦୁଝରରୁ ଆସିଛି।

ପାଟଣା ବ୍ଲକ୍‌ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗାଁର ଭରତ ନାଏକ। ପରିବାର କହିଲେ ଏକମାତ୍ର ପୁଅ ଓ ପତ୍ନୀ ଅହଲ୍ୟା ନାଏକ। ନିଜର ଜମିବାଡ଼ି ବୋଲି କିଛି ନଥିବାରୁ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପୂରା ପରିବାର। ସମୟ ଚକରେ ସଂସାର ରଥଗଡ଼ି ଚାଲୁଥିଲା। ଯେଉଁ ପୁଅ ବାପାର ହାତ ଧରି ଚାଲୁଥିଲେ, ସିଏ ବଡ଼ ହେଲେ। ବାହା ହେଲେ। ଘର ସଂସାର ଗଢ଼ିଲେ। ପୁଅ, ବୋହୂଙ୍କୁ ନେଇ ହସ ଖୁସିର ଚଳୁଥିଲେ ଭରତ ଓ ଅହଲ୍ୟା।

Also Read

ଆଜକୁ ୫ ବର୍ଷ ତଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ ଅହଲ୍ୟା। ଚାଲିବୁଲି ପାରିଲେ ନାହିଁ। ପକ୍ଷାଘାତରେ ଆକ୍ରାନ୍ତ ହେଲେ। ମାଆଙ୍କ ଏ ଦୁଃଖଦ ସମୟରେ ହାତ ଛାଡ଼ିଦେଲା ଏକମାତ୍ର ପୁଅ। ଯେଉଁ ବାପା ଓ ମାଆଙ୍କ ଆଶୀର୍ବାଦରେ ଦୁନିଆ ଦେଖିଥିଲେ, ସେମାନଙ୍କୁ ପାଖରୁ ଦୂରେଇ ଦେଲେ। ରୋଗୀଣା ମାଆର ଚିକିତ୍ସା କରିପାରିବେ ନାହିଁ ବୋଲି ପୁଅ ଓ ବୋହୂ କହିଥିଲେ। ଘରୁ ବାହାର କରିଦେଲେ। ତେଣୁ ନିଜ ଜୀବନ ସାଥୀକୁ ସାଙ୍ଗରେ ଧରି ଘରୁ ବାହାରି ଆସିଲେ ଭରତ। ଅନ୍ୟ ଏକ ସ୍ଥାନରେ କୁଡ଼ିଆଟିଏ କରି ରହିଲେ। ହେଲେ ଚଳିବେ କେମିତି?

ଭରତଙ୍କୁ ବର୍ତ୍ତମାନ ୬୯ ବର୍ଷ ହେଲାଣି। କାମ କରିବା ପାଇଁ ନା ଅଣ୍ଟାରେ ବଳ ଅଛି ନା ପାଦରେ ଶକ୍ତି ରହିଛି। ହେଲେ କ’ଣ କରିବେ? କେମିତି ଚଳିବେ? ରୋଗୀଣା ପତ୍ନୀଙ୍କ ମୁହଁରେ କେମିତି ଦାନା ଦେବେ? ସେହି ଚିନ୍ତାରେ ପଡ଼ିଗଲେ ଭରତ। କିଛି ଉପାୟ ନପାଇ ମହାଜନଙ୍କ ପାଖରେ ପହଞ୍ଚିଲେ। ଆଉ ତାଙ୍କ ଗୋରୁ ଚରାଇଲେ। ସେଥିରୁ ଯାହା ମିଳିଲା, ସେଥିରେ ଦୁଃଖେ କଷ୍ଟରେ ଚଳି ଯାଉଛନ୍ତି। ନିଜେ ଖାଇବା ସହିତ ପତ୍ନୀ ଅହଲ୍ୟାଙ୍କ ମୁହଁରେ ଦାନା ଦେଉଛନ୍ତି।

ଗରିବଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। ପିଡିଏସ ଚାଉଳକୁ ଛାଡ଼ିଦେଲା ଭରତ ଓ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଅନ୍ୟ କୌଣସି ସରକାରୀ ଯୋଜନା ମିଳୁନି। ନା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା ଆବାସ ଯୋଜନାରେ ଘର। ତେଣୁ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ସ୍ୱାମୀ ଓ ସ୍ତ୍ରୀ ରହୁଛନ୍ତି। ସବୁଠାରୁ ଦୁଃଖର ବିଷୟ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କୌଣସି ସୂଚନା ନାହିଁ। ଏପରିକି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁ। ଆଜି ଯଦି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଆନ୍ତା, ତାହାହେଲେ ସେ ତାଙ୍କୁ ଭଲ ମେଡ଼ିକାଲ୍‌ରେ ଚିକିତ୍ସା କରାଇ ପାରିଥାଆନ୍ତେ। ଆଉ ରୋଗୀଣା ପତ୍ନୀଙ୍କ ମୁହଁରେ ହସ ଫୁଟାଇ ପାରିଥାଆନ୍ତେ। ହେଲେ ସେ ସେଥିରୁ ମଧ୍ୟ ବଞ୍ଚିତ ହୋଇଥିବା ଆଲୋଚନା ହେଉଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story