ରୋଗୀଣା ବାପା ପାଖରେ ବସିଛି ଝିଅ, ସହାୟତା ଅପେକ୍ଷାରେ ସ୍ତ୍ରୀ

ଡାକ୍ତରଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ସମ୍ପୃକ୍ତ ଘରୋଇ ମେଡ଼ିକାଲ୍‌କୁ ଆଣିଥିଲେ। ଦୁଃର୍ଭାଗ୍ୟକୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଥିବା ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତେଣୁ ଧାର ଉଧାର କରି ସେହି ହସ୍ପିଟାଲ୍‌ରେ ଚିକିତ୍ସା କରାଇଥିଲେ।

Koraput PhotoOR

ମହେଶ୍ୱରଙ୍କ ପାଖରେ ବସିଛନ୍ତି ପତ୍ନୀ ଓ ଝିଅ

Manoranjan Sial
  • Published: Monday, 04 March 2024
  • Updated: 04 March 2024, 04:53 PM IST

ନବମ ଶ୍ରେଣୀରେ ପଢ଼ୁଥିଲେ। ହେଲେ ଏବେ ସ୍କୁଲ୍‌ ଯାଉନାହାନ୍ତି। ରୋଗୀଣା ବାପାଙ୍କ ପାଖେ ପାଖେ ରହୁଛନ୍ତି। ତାଙ୍କ ସେବା କରୁଛନ୍ତି। ସେପଟେ ଅର୍ଥ ଅଭାବରେ ଘାଣ୍ଟି ହେଉଥିବା ସ୍ତ୍ରୀ, ସ୍ୱାମୀଙ୍କ ଜୀବନ ବଞ୍ଚାଇବା ପାଇଁ ସହାୟତା ଅପେକ୍ଷାରେ ବସିଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟ ଟାଉନ୍‌ରୁ ଆସିଛି ଏପରି ଦୁଃଖଦ ଖବର।

୨୦୨୩ ମସିହା ନଭେମ୍ବର ୨୪ ତାରିଖରେ କୋରାପୁଟ ସହର ହାଉସିଂ ବୋର୍ଡ ଅଞ୍ଚଳର ମହେଶ୍ୱର ସାହୁ କୌଣସି କାମରେ ବାଇକ୍‌ରେ ଜୟପୁର ଯାଉଥିଲେ। କାମ ସାରି ସନ୍ଧ୍ୟା ବେଳେ ଘରକୁ ଫେରୁଥିଲେ। ତେବେ ବିଲାଘାଟି ନିକଟରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କୋରାପୁଟ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ମେଡ଼ିକାଲ୍‌ରେ ପହଞ୍ଚିଥିଲେ ମହେଶ୍ୱରଙ୍କ ପତ୍ନୀ ପାର୍ବତୀ।

Also Read

ମହେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ତଥାପି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିଲା ନାହିଁ। ପାଖରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିବାରୁ ବଡ଼ ମେଡ଼ିକାଲ୍‌ରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ କିଛି ଲାଭ ମିଳିଲା ନାହିଁ। ହାତ ଟେକିଦେଲେ ଡାକ୍ତର। ତାଙ୍କୁ ଭୁବନେଶ୍ୱରରେ ଆଉ ଏକ ଘରୋଇ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।

ଡାକ୍ତରଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ସମ୍ପୃକ୍ତ ଘରୋଇ ମେଡ଼ିକାଲ୍‌କୁ ଆଣିଥିଲେ। ଦୁଃର୍ଭାଗ୍ୟକୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଥିବା ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା। ତେଣୁ ଧାର ଉଧାର କରି ସେହି ହସ୍ପିଟାଲ୍‌ରେ ଚିକିତ୍ସା କରାଇଥିଲେ। ପାଖରେ ଆଉ ଟଙ୍କା ନଥିବାରୁ ଚିକିତ୍ସା କରିପାରିଲେ ନାହିଁ। ତେଣୁ ସ୍ୱାମୀଙ୍କୁ ଧରି ଘରକୁ ଫେରିଲେ ପାର୍ବତୀ। ମହେଶ୍ଵର ଏବେ ବିଛଣାରେ। ଉଠି ପାରୁନାହାନ୍ତି। ତାଙ୍କ ଡାହାଣ ହାତ ଓ ଗୋଡ଼ କାର୍ଯ୍ୟକ୍ଷମ କରୁନଥିବା ବେଳେ କାହାରି ସହ କଥାବାର୍ତ୍ତା କରିପାରୁ ନାହାନ୍ତି। ବାମ ହାତ ଓ ଗୋଡ଼ ଛାଟୁ ଥିବାରୁ ଘର ଲୋକେ ବାନ୍ଧି ରଖିଛନ୍ତି।

Koraputଅସହାୟ ପରିବାର ....

ସେପଟେ ଦେଖିବାକୁ ଗଲେ ମହେଶ୍ୱର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି। କୋରାପୁଟ ଟାଉନ୍‌ର ରାସ୍ତା ପାର୍ଶ୍ୱରେ ବସି ଜୀନିଷପତ୍ର ବିକ୍ରି କରନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ମହେଶ୍ୱରଙ୍କ ପରିବାର କହିଲେ ପତ୍ନୀ ପାର୍ବତୀ, ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରଦ୍ଧାଞ୍ଜଳି ଓ UKGରେ ପଢ଼ୁଥିବା ପୁଅ ସୋହନ। ମହେଶ୍ୱର ହେଉଛନ୍ତି ପରିବାରର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି।

ମହେଶ୍ୱର ବିଛଣାରେ ପଡ଼ିଥିବାରୁ ପରିବାର ଚଳାଇବା ଓ ଔଷଧ ଖର୍ଚ୍ଚ ବହନ କରିବା ପାର୍ବତୀଙ୍କ ପକ୍ଷେ କଣ୍ଟକର ହେଉଛି। ପରିବାର, ବନ୍ଧୁବାନ୍ଧବଙ୍କଠାରୁ ଧାର ଉଧାର କରି ସ୍ୱାମୀଙ୍କ ଚିକିତ୍ସା କରାଇଥିଲେ। ହେଲେ ଏବେ ସେହି ଟଙ୍କା କେମିତି ଶୁଝିବେ? ପରିବାର କେମିତି ଚଳାଇବେ? ସେହି ଚିନ୍ତା ପାର୍ବତୀ ପଡ଼ି ଯାଇଛନ୍ତି। ଅର୍ଥ ଅଭାବରୁ ନବମ ଶ୍ରେଣୀରେ ପଢ଼ୁଥିବା ଶ୍ରଦ୍ଧାଞ୍ଜଳି ଏକ ପ୍ରକାର ପାଠ ପଢ଼ାରେ ଡୋରୀ ବାନ୍ଧି ସାରିଲେଣି। ଗତ ୫ ମାସ ହେଲା ସ୍କୁଲ ଯାଉନାହାନ୍ତି। ମାଆଙ୍କ ପାଖେ ପାଖେ ରହି ରୋଗୀଣା ବାପାଙ୍କ ସେବା କରୁଛନ୍ତି।

ପାର୍ବତୀଙ୍କ ଦୁଃଖ ସମ୍ପର୍କରେ କୋରାପୁଟ ପୌର ପରିଷଦର ନିର୍ବାହୀ ଅଧିକାରୀ ଦ୍ୟୁତିକୃଷ୍ଣ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ଜାଣିନି। ଆମେ ତାଙ୍କ ଘରକୁ ୱାର୍ଡ ଅଫିସରଙ୍କୁ ପଠାଇ ବୁଝିବୁ। ସରକାରୀସ୍ତରରେ ଯାହା କିଛି ସହାୟତା ଯୋଗାଇ ଦିଆଯାଇ ପାରିବ, ଆମେ ଦେବୁ ବୋଲି ଶ୍ରୀ ପାତ୍ର କହିଛନ୍ତି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟ ନାରାୟଣ ପଣ୍ଡା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story