ମାଆ ଗଲେ କେଉଁ ଆଡେ? ବାପା ଚାଲିଗଲେ ଅଫେରା ପଥରେ; ସାହାରା ଖୋଜୁଛି କୁନି ଝିଅ

ଯମୁନାକୁ ଜନ୍ମ କଲା ମାଆଠାରୁ ଅଧିକ ସ୍ନେହ ଦେଉଥିଲେ ରାଜକିଶୋର। ଯେଉଁଥିପାଇଁ ଯମୁନା ନିଜ ମାଆକୁ ଭୁଲି ଯାଇଥିଲା। ବୋଧହୁଏ ବାପା-ଝିଅଙ୍କ ଏ ଅନାବିଳ ସମ୍ପର୍କକୁ ସହିପାରିଲାନି ଦଇବ! ଅବେଳରେ ବାପା ରାଜକିଶୋରଙ୍କୁ ଯମୁନା ପାଖରେ ଛଡ଼ାଇ ନେଲା।

Child PhotoOR

ଜେଜେ ମାଆଙ୍କ ପାଖରେ କୁନିଝିଅ

Manoranjan Sial
  • Published: Monday, 09 September 2024
  • Updated: 09 September 2024, 04:55 PM IST

Sports

Latest News

ଦେ‍ଢ ବର୍ଷରେ ହୋଇଥିଲେ। ପର ପୁରୁଷ ସହିତ ମାଆ ଚାଲିଗଲେ। ଜେଜେବାପା, ଜେଜେ ମାଆ ଓ ବାପାଙ୍କ କୋଳରେ ଦୁନିଆ ଦେଖୁଥିଲେ ଯମୁନା। ମାଆଙ୍କ ଅନୁପସ୍ଥିତିକୁ ଭୁଲି ଯାଇଥିଲେ। ହେଲେ ପୁଣି ଥରେ କୋମଳ ବୟସରେ ଦୁଃଖ ଦେଇଗଲେ ଦଇବ! ଅବେଳରେ ବାପାଙ୍କୁ ଛଡ଼ାଇ ନେଇଗଲେ। ଏବେ ପୂରା ବେସାହାରା ହୋଇଗଲେ ତୃତୀୟ ଶ୍ରଣୀରେ ପଢ଼ୁଥିବା ଯମୁନା ପ୍ରଧାନ। ବାର୍ଦ୍ଧକ୍ୟ ଜୀବନ ସହିତ ସଂଘର୍ଷ କରୁଥିବା ଜେଜେବାପା ଓ ଜେଜେ ମାଆଙ୍କ କୋଳରେ ସାହାରା ଖୋଜୁଛନ୍ତି।

କଟକ ଜିଲ୍ଲା ବଡ଼କମ୍ବିଲୋ ଗାଁର ଯମୁନା ପ୍ରଧାନ। ତାଙ୍କ ବାପା ହେଉଛନ୍ତି ରାଜକିଶୋର ପ୍ରଧାନ। ବାପା ପେସାରେ ଜଣେ ଶିକ୍ଷକ। ଛାଞ୍ଚୁଣିଆ ସ୍କୁଲରେ ଶିକ୍ଷକତା କରୁଥିଲେ। ଯମୁନାକୁ ଦେଢ଼ବର୍ଷ ହୋଇଥିଲା। ସେତେବେଳେ ପର ପୁରୁଷ ସହିତ ପଳାଗଲେ ରାଜକିଶୋରଙ୍କ ପତ୍ନୀ। ପତ୍ନୀ ଛାଡ଼ି ଗଲା ପରେ ବିବାହ କରିନଥିଲେ ରାଜକିଶୋର। ବାପା ମୂରଲୀ ଓ ମାଆ ମୁକୁତା ପ୍ରଧାନଙ୍କ କୋଳରେ ଝିଅ ଯମୁନାକୁ ଛାଡ଼ି ଦେଖୁଥିଲେ କେତେ ସ୍ୱପ୍ନ। ପ୍ରତ୍ୟକ ବାପାଙ୍କ ପରି ରାଜକିଶୋର ମଧ୍ୟ ଦେଖିଥିଲେ ବଡ଼ ସ୍ୱପ୍ନ। ଝିଅର ସବୁ ଆଶା ଓ ଅଭିଳାଶା ପୂରଣ କରୁଥିଲେ। ଝିଅକୁ ଭଲ ସଂସ୍କାର ଦେଇ ଭଲ ମଣିଷଟିଏ ହେବା ପାଇଁ କେତେ ସ୍ୱପ୍ନ ଦେଖିଥିଲେ।

Also Read

ଯମୁନାକୁ ଜନ୍ମ କଲା ମାଆଠାରୁ ଅଧିକ ସ୍ନେହ ଦେଉଥିଲେ ରାଜକିଶୋର। ଯେଉଁଥିପାଇଁ ଯମୁନା ନିଜ ମାଆକୁ ଭୁଲି ଯାଇଥିଲା। ବୋଧହୁଏ ବାପା-ଝିଅଙ୍କ ଏ ଅନାବିଳ ସମ୍ପର୍କକୁ ସହିପାରିଲାନି ଦଇବ! ଅବେଳରେ ବାପା ରାଜକିଶୋରଙ୍କୁ ଯମୁନା ପାଖରେ ଛଡ଼ାଇ ନେଲା। ଆଜକୁ ୨୦ ଦିନ ତଳେ ରାଜକିଶୋରଙ୍କୁ ସର୍ପ ଦଂଶନ କରିଥିଲା। ଆଉ ସେଇଥିରେ ଅଫେରା ରାଇଜକୁ ଚାଲିଗଲେ ଯମୁନା। ମାଆଙ୍କ ପରେ ବାପାଙ୍କ ହାତ ଧରି ଦୁନିଆ ଦେଖୁଥିବା ଯମୁନା ଏବେ ପୂରା ବେସାହାରା ହୋଇଯାଇଛି। ବାର୍ଦ୍ଧକ୍ୟରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଜେଜେବାପା ଓ ଜେଜେମାଆ କୋଳରେ ଯମୁନା ଏବେ ଖୋଜୁଛି ବାପାଙ୍କୁ। ଆଉ ବେଳେ ବେଳେ ବାପାଙ୍କୁ ମନେ ପକାଇ ଗୁମୁରୀ କାନ୍ଦୁଛି। ହେଲେ ନିଜ ମନ ଭିତରେ ଉଠୁଥିବା ଦୁଃଖକୁ କାହାକୁ କହିପାରୁନି।

ଯମୁନା ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି। ପୁଅର ରୋଜଗାରରେ ଚଳୁଥିଲା ପରିବାର। ରୋଜଗାରିଆ ପୁଅକୁ ହରାଇବା ପରେ ନାନା ଯନ୍ତ୍ରଣାରେ ଜୀବନ କାଟୁଛନ୍ତି ଯମୁନାଙ୍କ ଜେଜେ ମାଆ ଓ ଜେଜେ ବାପା। ତେଣୁ ମୂଲ ମଜୁରୀ ଏବଂ ଛେଳି ଚାଷ କରି ଯାହା ରୋଜଗାର କରୁଛନ୍ତି, ସେଥିରୁ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ହେଲେ କେତେ ଦିନ ବାପା ଓ ମାଆ ବିହୀନ ନାତୁଣୀକୁ ପୋଷିବେ? କେଉଁଠୁ ଆଣିବେ ଅର୍ଥ? ସେହି ଚିନ୍ତା ସେମାନଙ୍କୁ ଘାରିଛି। ସରକାରୀ ସ୍ଥରରେ ନାତୁଣୀର ପାଠ ପଢ଼ା ପାଇଁ କୌଣସି ବ୍ୟବସ୍ଥା ହେଲେ, ଭଲ ହୁଅନ୍ତା ବୋଲି କହିଛନ୍ତି ଜେଜେବାପା।

ସେପଟେ ବଡ଼ମ୍ୱା ବିଡିଓ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ସାପ କାମୁଡ଼ାରେ ବାପାଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଝିଅର ମାଆ ଘର ଛାଡ଼ି ଦେଇଥିଲେ। ପ୍ରଶାସନ ତରଫରୁ ତାଙ୍କର ରହିବାର ବ୍ୟବସ୍ଥା କରାଉଛି। ଆଉ ଅନ୍ୟାନ୍ୟ ସବୁ କ’ଣ ଦିଆଯାଇପାରିବ, ତାହା ଉପରେ ବିଚାର କରାଯାଉଛି ବୋଲି ବିଡିଓ କହିଛନ୍ତି।

ରିପୋର୍ଟ- ବଡମ୍ୱାରୁ ସର୍ବେଶ୍ୱର ସ୍ୱାଇଁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story